Sejal John / ଆମେରିକାରୁ ଫେରିଥିବା ସେଜଲ୍ଙ୍କ ମାମଲାରେ ନୂଆ ଟ୍ଵିଷ୍ଟ; ପୁରୁଷ ବନ୍ଧୁ ମାଗିଥିଲା କୋଟିଏ ଟଙ୍କା !
·7 months ago·2 min read

Key Points
ସେଜଲଙ୍କ ପୁରୁଷ ବନ୍ଧୁ ଅମରଙ୍କୁ ପୋଲିସ ଉଠାଇ ନେଇଛି । ଅମରଙ୍କୁ ଅଟକ ରଖି ପୋଲିସ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଥିବା ଜଣାପଡ଼ିଛି । ଏଥିସହ ପୋଲିସ ଅମରଙ୍କ ମୋବାଇଲ୍ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।
ବାଲେଶ୍ଵର: ପ୍ରଥମେ ନିର୍ଯାତନାର ମିଛ । ଓଡ଼ିଶାରେ ପହଞ୍ଚିବା ପରେ କହିଲେ- ଭଲ ଲାଗୁ ନଥିଲା ଆମେରିକା... ମନେ ପଡ଼ୁଥିଲେ ପିଲାଦିନର ପୁରୁଷ ବନ୍ଧୁ । ଆମେରିକାକୁ ପୋଷ୍ୟ ସନ୍ତାନ ଭାବେ ଯାଇଥିବା ସେଜଲ୍ ଜୋନ୍ ଓରଫ ପୂଜା ମାମଲାରେ ପୁଣି ଆସିଛି ନୂଆ ଟ୍ଵିଷ୍ଟ ।
ଆମେରିକାରୁ ବାଲେଶ୍ଵର ଫେରିବା ପରେ ଏବେ ନାରୀଶକ୍ତି ଗୃହରେ ଅଛନ୍ତି ସେଜଲ । ଆଉ ସେଠାରେ ପିଲାଦିନର ସାଙ୍ଗ ତଥା ପ୍ରେମିକା ସେଜଲଙ୍କୁ ଭେଟିବାକୁ ଆସି ପୋଲିସ ହାତରେ ଧରା ପଡ଼ିଛନ୍ତି ପ୍ରେମିକ ଅମର ଦାସ । ସେଜଲ ଓରଫ୍ ପୂଜାଙ୍କୁ ପ୍ରଶାସନ କାଉନସେଲିଂ କରୁଥିବା ବେଳେ ଦେଖା କରିବାକୁ ଆସିଥିଲେ ଅମର ।
ଏଥିସହ ପଢ଼ନ୍ତୁ: ମାଡ଼ିଗଲା କଳାରଙ୍ଗର କାର୍; ବଜାରରେ ଯାହାକୁ ପାରିଲା ତା'କୁ ପିଟିଲା, ଦୋକାନ ବି ଭାଙ୍ଗିଲା
ସେହି ସମୟରେ ସହଦେବଖୁଣ୍ଟା ଥାନା ପୋଲିସ ଖବର ପାଇ ପହଞ୍ଚିଥିଲା । ସେଠାରୁ ସେଜଲଙ୍କ ପୁରୁଷ ବନ୍ଧୁ ଅମରଙ୍କୁ ପୋଲିସ ଉଠାଇ ନେଇଛି । ଅମରଙ୍କୁ ଅଟକ ରଖି ପୋଲିସ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଥିବା ଜଣାପଡ଼ିଛି । ଏଥିସହ ପୋଲିସ ଅମରଙ୍କ ମୋବାଇଲ୍ ମଧ୍ୟ ଜବତ କରିଥିବା ସୂଚନା ମିଳିଛି ।
କୁହାଯାଉଛି, ପୂଜାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଆମେରିକୀୟ ଦମ୍ପତିଙ୍କୁ ଅମର ଟଙ୍କା ମାଗିଥିଲେ । ଅମର ପ୍ରାୟ କୋଟିଏ ଟଙ୍କା ମାଗିଥିଲେ ପୂଜାଙ୍କ ମାଆଙ୍କୁ । ପୂଜାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଥିବା ଆମେରିକୀୟ ମହିଳା ଏନେଇ ଅଭିଯୋଗ ମଧ୍ୟ କରିଛନ୍ତି ।
ଆଉ ସେହି ଅଭିଯୋଗକୁ ଆଧାର କରି ସହଦେବଖୁଣ୍ଟା ଥାନା ପୋଲିସ ଏବେ ସେଜଲଙ୍କ ପୁରୁଷ ବନ୍ଧୁଙ୍କୁ ଉଠାଇ ନେଇଛି । ଅମରଙ୍କ ମୋବାଇଲ୍ ଜବତ କରିବା ସହ କାହିଁକି ଏବଂ କ'ଣ ପାଇଁ ସେ ଏତେ ଟଙ୍କା ମାଗିଥିଲେ ସେନେଇ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
ଏଥିସହ ପଢ଼ନ୍ତୁ: ଆମେରିକାରୁ ଫେରି ବଦଳାଇଥିଲେ ବୟାନ; ଏବେ ପ୍ରଶାସନ ଖୋଜିବ କେମିତି ୧୨ ବର୍ଷରେ ହୋଇଥିଲେ ପୋଷ୍ୟ ସନ୍ତାନ
ସୂଚନା ଅନୁସାରେ, ୨୦୧୮ ମସିହାରେ ଭୁବନେଶ୍ଵରର ଏକ ସ୍ଵେଚ୍ଛାସେବୀ ସଂଗଠନରୁ ସେଜଲ୍ଙ୍କୁ ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ଆମେରିକା ନେଇ ଯାଇଥିଲେ ଦମ୍ପତି । ମାତ୍ର ୧୨ ବର୍ଷ ବୟସରେ ସେଜଲ୍ ଆମେରିକା ପଳାଇଥିଲେ । ସେଠାରେ ୭ ବର୍ଷ ରହିବା ପରେ ନଭେମ୍ବର ପ୍ରଥମ ସପ୍ତାହରେ ପଠାଇଥିଲେ ଏକ ଭିଡିଓ । ଯେଉଁଥିରେ ସେ କହିଥିଲେ, "ଆମେରିକାରେ ତାଙ୍କୁ ନିର୍ଯାତନା ଦିଆଯାଉଛି । ପୋଷ୍ୟ ଭାବେ ଗ୍ରହଣ କରିଥିବା ଦମ୍ପତି ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଛନ୍ତି ।"
ସେଜଲଙ୍କ କାନ୍ଦ ଭରା ଭିଡିଓ ଭାଇରାଲ୍ ପରେ ପ୍ରଶାସନ ପଦକ୍ଷେପ ନେଇଥିଲା । ବାଲେଶ୍ଵର ଫେରିଥିଲେ ସେଜଲ୍ । କିନ୍ତୁ ଫେରିବା ପରେ ସେଜଲ୍ ତାଙ୍କ ବୟାନ ବଦଳାଇ ଦେଇଛନ୍ତି । ଆମେରିକାରେ ନିର୍ଯାତନା ଦିଆଯାଉ ନଥିଲା ବରଂ ସେଠାକାର ଚଳଣୀ ତାଙ୍କୁ ଭଲ ଲାଗିଲା ନାହିଁ । ପିଲା ବେଳର ପୁରୁଷ ବନ୍ଧୁଙ୍କୁ ସେ ଜୀବନସାଥୀ ଭାବେ ପାଇବାକୁ ମିଛ କହିଥିବା କହି କ୍ଷମା ମାଗିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories