ପିଆରଏସଆଇ ଭୁବନେଶ୍ୱର ପକ୍ଷରୁ ‘ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା' ଶୀର୍ଷକ ଆଲୋଚନାଚକ୍ର

ଅର୍ଗସ ବ୍ୟୁରୋ : ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ର ଅବ୍ୟବହିତ ପୂର୍ବରୁ ପବ୍ଲିକ ରିଲେସନ୍ସ ସୋସାଇଟି ଅଫ୍ ଇଣ୍ଡିଆ (ପିଆରଏସଆଇ)ର ଭୁବନେଶ୍ୱର ଶାଖା ପକ୍ଷରୁ ଯୋଗାଯୋଗ କ୍ଷେତ୍ରରେ ମହିଳାମାନଙ୍କ ସଫଳତା ଶୀର୍ଷକରେ ଏକ ରାଉଣ୍ଡ ଟେବୁଲ୍ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଅନ୍ତର୍ଜାତୀୟ ମହିଳା ଦିବସ ଥିମ୍ ସହିତ ସମତାଳରେ କଳିଙ୍ଗ ହସ୍ପିଟାଲର ଡଃ ଦାଶ ସମ୍ମିଳନୀ କକ୍ଷରେ ଏହି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜେଏସଡବ୍ଲୁ ର ଲୋକସମ୍ପର୍କ, ମିଡିଆ ଏବଂ କର୍ପୋରେଟ୍ ଯୋଗାଯୋଗ ଏଜିଏମ୍, ରୁପାଲୀ କର କହିଥିଲେ ଯେ ଜଣେ ମହିଳା ଭାବରେ ଆମ ପରବର୍ତ୍ତୀ ପିଢ଼ିକୁ ସହଯୋଗ ପ୍ରଦାନ କରି ଆମ ସହ କାମ କରୁଥିବା ଯୁବ ମହିଳା ସହକର୍ମୀଙ୍କ ସୁଖମୟ ଜୀବନ ଏବଂ ଚାପ ରହିତ ଦିନ ସୁନିଶ୍ଚିତ କରିବାକୁ ପଡିବ ଏବଂ ସେ ଯାହା କରିବାକୁ ଇଚ୍ଛା କରନ୍ତି ତାହା କରିବାକୁ ସୁଯୋଗ ଦେବାକୁ ପଡିବ। ମୁଁ ଭାବୁଛି ଏକ ସମାଜ ଭାବରେ ଆମକୁ ଏହାକୁ ପ୍ରୋତ୍ସାହିତ କରିବାକୁ ପଡିବ, ଯାହା ଆମ ଯୁବପିଢ଼ିଙ୍କୁ ଅଧିକ ଆନନ୍ଦିତ ଏବଂ ସାହସିକ କରିବ ଯାହା ଦ୍ୱାରା ସେମାନେ ନିଜକୁ ଦୃଢ କରିବେ ଏବଂ ପ୍ରଶ୍ନ ପଚାରିବାକୁ ସାହସ କରିବେ । ଅଗ୍ରଣୀ କର୍ପୋରେଟ୍ ଏବଂ ସରକାରୀ ଉଦ୍ୟୋଗ କ୍ଷେତ୍ରରେ ସଫଳ ମହିଳାମାନଙ୍କ ଉଦାହରଣ ଦେଇ ସେ କହିଥିଲେ ଯେ ଯୋଗାଯୋଗ କ୍ଷେତ୍ରରେ ଘଟୁଥିବା ଦ୍ରୁତ ବୈଷୟିକ ପ୍ରଗତି ସହିତ ଆଜିର ମହିଳାମାନେ ନିଜକୁ ସଶକ୍ତ କରିବା ଆବଶ୍ୟକ ।
Caption
ସିଏସଏମ ଟେକ୍ନୋଲୋଜିର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଲଗ୍ନା ପାଣି ଏହି ଅବସରରେ ଟେକ୍ନୋଲୋଜି ଜଗତରେ ନିଜ ଅଭିଜ୍ଞତା ବଖାଣି କହିଛନ୍ତି ଯେ କର୍ପୋରେଟ୍ ହାଉସରେ ସାଧାରଣ ଧାରଣା ହେଉଛି ଯେ ମହିଳାମାନେ ମାନବ ସମ୍ବଳ ଏବଂ ମାର୍କେଟିଂରେ ବହୁତ ବେଶ ଭଲ କାର୍ଯ୍ୟ କରନ୍ତି । କିନ୍ତୁ ମୁଁ କହିବି ସେମାନେ ମାନବ ସମ୍ବଳ ଏବଂ ମାର୍କେଟିଂରେ ବହୁତ ଭଲ କାରଣ ସେମାନେ ଅତ୍ୟନ୍ତ ସମ୍ବେଦନଶୀଳ ଓ ଉଦାର ଅଟନ୍ତି । ଜନ ସମ୍ପର୍କ, ଗଣମାଧ୍ୟମ ଏବଂ ଯୋଗାଯୋଗ କ୍ଷେତ୍ରରେ ମହିଳାମାନେ ଅତ୍ୟନ୍ତ ଉଚ୍ଚକୋଟିର ପ୍ରଦର୍ଶନ କରୁଥିବା ସେ ପ୍ରକାଶ କରିଥିଲେ।
ଅତିଥି ବକ୍ତା ଭାବରେ କଳିଙ୍ଗ ହସ୍ପିଟାଲ୍ ପରିଚାଳନା ନିର୍ଦ୍ଦେଶିକା ନୀଲାଞ୍ଜନା ମୁଖାର୍ଜୀ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏବେ ବି ଅନେକ ମାତ୍ରାରେ ପ୍ରଭାବୀ ଯୋଗାଯୋଗ ଦକ୍ଷତାର ଅଭାବ ରହିଥିବା କହିଥିଲେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମହିଳାମାନେ ସଂଖ୍ୟାଗରିଷ୍ଠ ରହିଥିବା ଦର୍ଶାଇ ସେ ସ୍ୱାସ୍ଥ୍ୟସେବା କର୍ମଚାରୀ ଏବଂ ଡାକ୍ତରଙ୍କ ମଧ୍ୟରେ ଉନ୍ନତ ଯୋଗାଯୋଗ ଦକ୍ଷତାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇଥିଲେ କାରଣ ସେମାନେ ପ୍ରାୟତଃ ରୋଗୀ ଏବଂ ପରିବାର ସଦସ୍ୟଙ୍କ ଭାବପ୍ରବଣତାକୁ ସାମ୍ନା କରନ୍ତି। ଆପଣ ପୁରୁଷ କିମ୍ବା ମହିଳା ହୁଅନ୍ତୁ କାର୍ଯ୍ୟ କ୍ଷେତ୍ରରେ କୌଣସି ଭେଦଭାବ ରହିବା ଉଚିତ ନୁହେଁ।
📱 Get Argus News App
✨ଏହି ଅବସରରେ ପିଆରଏସଆଇ ଭୁବନେଶ୍ୱର ଶାଖା ଅଧ୍ୟକ୍ଷ ଶଶାଙ୍କ ପଟ୍ଟନାୟକ ଯୋଗାଯୋଗ କ୍ଷେତ୍ରରେ ପ୍ରେରଣାଦାୟୀ ମହିଳା ବିଷୟରେ ଉଲ୍ଲେଖ କରି କର୍ମକ୍ଷେତ୍ରରେ ସମାନତା ଏବଂ ଲିଙ୍ଗ ସମ୍ବେଦନଶୀଳତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ରାଉଣ୍ଡ ଟେବୁଲ୍ ଆଲୋଚନାରେ ଯୋଗ ଦେଇ ପିଆରଏସଆଇ ଭୁବନେଶ୍ୱର ଶାଖାର ପୂର୍ବତନ ଅଧ୍ୟକ୍ଷ ଅମର ଜ୍ୟୋତି ମହାପାତ୍ର ଧୂଆଁ ସଙ୍କେତରୁ କିପରି ଯୋଗାଯୋଗ ଆରମ୍ଭ ହୋଇଥିଲା ତାହା ବର୍ଣ୍ଣନା କରିଥିଲେ ଏବଂ ରୋଜା ପାର୍କସଙ୍କ ଉଦାହରଣ ଦେଇଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି କାର୍ଯ୍ୟକ୍ରମକୁ ପିଆରଏସଆଇ ଭୁବନେଶ୍ୱର ଶାଖାର ସଦସ୍ୟ ଅମ୍ରିତା କୁଣ୍ଡୁ ସଂଯୋଜନା କରିଥିଲେ ଏବଂ ପିଆରଏସଆଇ ଭୁବନେଶ୍ୱର ଶାଖାର ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ, ପିଆରଏସଆଇ ଭୁବନେଶ୍ୱର ଶାଖାର ସଦସ୍ୟଗଣ, ସ୍ୱାସ୍ଥ୍ୟସେବା କର୍ମୀମାନେ ଏହି ରାଉଣ୍ଡ ଟେବୁଲ୍ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ।