Videos
|
Odisha

ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ସମ୍ମାନ ସହ ହେଲା ଶେଷକୃତ୍ୟ ସମ୍ପନ୍ନ

Jitendra Dash
Browse all articles by Jitendra Dash
·2 years ago·2 min read
ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ସମ୍ମାନ ସହ ହେଲା ଶେଷକୃତ୍ୟ ସମ୍ପନ୍ନ

ଅର୍ଗସ ବ୍ୟୁରୋ : ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ସମ୍ମାନ ସହ ହଜାର ହଜାର ଲୋକଙ୍କ ଗହଣରେ ସମସ୍ତ ରୀତି ନୀତିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ଯାତ୍ରାରେ ‘ମହେଶ୍ବର ମହାନ୍ତି ଅମର ରହେ’ ନାରାରେ ପ୍ରକମ୍ପିତ ହୋଇଥିଲା ଅଞ୍ଚଳ । ପୁଅ ସୁନୀଲ ମହାନ୍ତି ମୁଖାଗ୍ନି ଦେଇଥିଲେ। ହେଲେ ପତ୍ନୀ ଏବେ ପାଗଳୀପ୍ରାୟ । ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ସେ ଯାହାର ହାତ ଧରିଥିଲେ । ଯାହା ନାଁରେ ସିନ୍ଦୂର ପିନ୍ଧୁଥିଲେ, ଯାହା ପାଇଁ ସମାଜରେ ସଧବାର ଆଖ୍ୟା ପାଇଥିଲେ । ଆଜି ସେ ଅଫେରା ରାଇଜର ଅତିଥି ହୋଇଯିବା ପରେ ପତ୍ନୀ ଘନଘନ ଭୂପତିତା ହେଉଛନ୍ତି । ପୁଅ ତୁନୀ ହେବା ପାଇଁ ବୋଧ କରୁଛି । ହେଲେ ଜୀବନସାଥୀର ଲେଉଟାଣି ପରେ ଯନ୍ତ୍ରଣା ଅସହ୍ୟ । ମାଆ ବି ପୁଅର ଏ ଅବସ୍ଥା ଦେଖି ନିଜକୁ  ବୁଝେଇ ପାରୁନାହାନ୍ତି । 

ଅଧିକ ପଢନ୍ତୁ : ପରଲୋକରେ ମହେଶ୍ୱର ମହାନ୍ତି

ପୁରୀ ସ୍ବର୍ଗଦ୍ବାରରେ ସରିଛି ମହେଶ୍ବର ମହାନ୍ତିଙ୍କ ଅନ୍ତ୍ୟେଷ୍ଟି । ମହେଶ୍ବର ମହାନ୍ତି ଅମର ନାରାରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହୋଇଥିବା ବେଳେ ପୁଅ ଲିଟୁ ମହାନ୍ତି ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି । ତେବେ ଏହା ପୂର୍ବରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭୋର୍ ୩ଟା ୨୫ରେ ଶେଷ ନିଃଶ୍ବାସ ତ୍ୟାଗ କରିବା ପରେ ଆଜି ସକାଳେ ପ୍ରଥମେ ତାଙ୍କର ମର ଶରୀରକୁ ବିଧାନସଭା ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ଶଙ୍ଖ ଭବନରେ ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବହୁ ବରିଷ୍ଠ ମନ୍ତ୍ରୀ ଓ ନେତା । ଏହା ପରେ ପୁରୀ ବାସଭବନ ଅଭିମୁଖେ ଯାଇଥିଲେ ମହେଶ୍ବରଙ୍କ ପାର୍ଥିବ ଶରୀର । ଯେଉଁଠି ପ୍ରିୟ ନେତାଙ୍କୁ ଶେଷ ବିଦାୟ ଦେବା ପାଇଁ ଦେଖିବାକୁ ମିଳିଥିଲା ପ୍ରବଳ ଜନଗହଳି । ପରେ ଜିଲ୍ଲା ପାର୍ଟି ଅଫିସ ନିଆଯିବା ପରେ ସ୍ବର୍ଗଦ୍ବାରରେ ମହେଶ୍ବର ମହାନ୍ତିଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । 

ଅଧିକ ପଢନ୍ତୁ : ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ - ଧର୍ମେନ୍ଦ୍ର ପ୍ରଧାନ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୯୭୮ରୁ ୨୦୧୯ ମସିହା ପର୍ଯ୍ୟନ୍ତ ମହେଶ୍ୱର ନିର୍ବାଚିତ ଜନପ୍ରତିନିଧି ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ । ୨୦୦୪ ମସିହାରୁ ୨୦୦୮ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ପଦବୀ ସମ୍ଭାଳିଥିଲେ । ୨୦୧୧ରୁ ୨୦୧୯ ପର୍ଯ୍ୟନ୍ତ ଅନେକ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର । ପଞ୍ଚାୟତିରାଜ, ରାଜସ୍ବ, ଆଇନ, ପର୍ଯ୍ୟଟନ, ଯୋଜନା ଓ ସଂଯୋଜନା ଭଳି ପ୍ରମୁଖ ବିଭାଗର ମନ୍ତ୍ରୀ ପଦବୀରେ ଥିଲେ ମହେଶ୍ବର । ତାଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍‌ କରି ଶୋକ ପ୍ରକାଶ କରିଛନ୍ତି । ଲମ୍ବା ସମୟ ଧରି ଜନପ୍ରତିନିଧି ଭାବେ ପୁରୀବାସୀଙ୍କ ପାଇଁ ସେ କରିଥିବା କାର୍ଯ୍ୟ ସବୁ ଦିନ ପାଇଁ ମନେ ରହିବ  ବୋଲି ଧର୍ମେନ୍ଦ୍ର ଟ୍ବିଟରରେ ଲେଖିଛନ୍ତି । ଏପରିକି ବିଧାୟକ ଥିବା ସମୟରେ ୨୦୦୪ରେ ବାଚସ୍ପତି ଥିବା ମହେଶ୍ବର ମହାନ୍ତିଙ୍କ ହାତରୁ ଶ୍ରେଷ୍ଠ ବିଧାୟକ ସମ୍ମାନ ଗ୍ରହଣର ମୁହୂର୍ତ୍ତକୁ ମନେ ପକାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ।