Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମସାଜ ପାର୍ଲରରେ ନାଁରେ ଚାଲିଥିଲା ସେକ୍ସ ରାକେଟ୍‌

Jitendra Dash
Browse all articles by Jitendra Dash
·2 years ago·1 min read
ମସାଜ ପାର୍ଲରରେ ନାଁରେ ଚାଲିଥିଲା ସେକ୍ସ ରାକେଟ୍‌

ଅର୍ଗସ ବ୍ୟୁରୋ : ପୁଣି ରାଜଧାନୀରୁ ବେଙ୍ଗଲୀ ବ୍ୟୁଟି । ମସାଜ ପାର୍ଲର ନାଁ ଚାଲୁଥିଲା ଦେହ ବେପାର । ଦେହ ବେପାର ପାଇଁ ଡିଲ୍‌ ଚାଲିଥିବା ବେଳେ ମାଡ଼ି ବସିଛି କମିଶନରେଟ୍‌ ପୁଲିସ୍‌ । ୩ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଗ୍ରାହକଙ୍କୁ ପୁଲିସ୍‌ ଅଟକ ରଖିଛି । ହେଲେ ଚମ୍ପଟ ମାରିଛି ସେକ୍ସ ରାକେଟ୍‌ ଚଳାଉଥିବା ଦଲାଲ୍‌ । ଏଭଳି ଘଟଣା ଦେଖିବାକୁ ମିଳିଛି ଖାରବେଳନଗର ଥାନା ସତ୍ୟନଗର ଅଞ୍ଚଳରେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ସତ୍ୟନଗର ଅଞ୍ଚଳରେ ଥିବା ଏକ ମସାଜ ପାର୍ଲରରେ ଦୀର୍ଘ ଦିନ ଦରି ଚାଲିଥିଲା ସେକ୍ସ ରାକେଟ୍‌ । ମସାଜ ନାଁରେ ସେଠାରେ ହୋଉଥିଲା ଦେହ ବେପାର । ହେଲେ ଟେର ପାଉନଥିଲା କମିଶନରେଟ୍‌ ପୋଲିସ । ଆଜି କମିଶନରେଟ୍‌ ପୋଲିସ୍‌ର ଜଣେ କର୍ମଚାରୀ ଗ୍ରାହକ ହୋଇ ସେହି ମସାଜ ପାର୍ଲରକୁ ଯାଇଥିଲେ । ଡିଲ୍‌ ପରେ ରେଟ୍‌ ଛିଡ଼ିଥିଲା । ତା’ପରେ ଦେହ ବେପାରରେ ନିୟୋଜିତ ପାଇଁ ଯୁବତୀଙ୍କୁ ଡ଼କାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଯୁବତୀମାନେ ମସାଜ ପାର୍ଲରରେ ପହଞ୍ଚିବା ପରେ ଅପରାହ୍ନରେ କମିଶନରେଟ୍‌ ପୋଲିସ୍‌ ଚଢ଼ଉ କରିଥିଲା । ସେଠାରୁ ୩ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଯୁବକ ଅଟକ ରଖି ପଚରା ଉଚରା କରୁଛି ପୋଲିସ୍‌ । ତେବେ ଚଢ଼ଉ ପୂର୍ବରୁ ସେକ୍ସ ରାକେଟ୍‌ ଚଳାଉଥିବା ଯୁବକ ଫେରାର ହୋଇଯାଇଥିଲା । ମସାଜ ନାଁରେ ସେଠାରେ କେତେଦିନ ଧରି ଦେହ ବେପାର ଚାଲୁଥିଲା, ତାହା ଜଣାପଡ଼ିନାହିଁ । କମିଶନରେଟ୍‌ ପୋଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଛି । ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପାଖରେ ପହଞ୍ଚିପାରି ନାହିଁ ।

Sponsored
Sex racket busted in Bhubaneswar, 3 women rescued, 2 youths detained | Argus News