Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୁର୍‌କୁରେ ପ୍ରଲୋଭନ ଦେଖାଇ ଝିଆରିକୁ ଦୁଷ୍କର୍ମ କଲା ଦାଦା

Jitendra Dash
Browse all articles by Jitendra Dash
·2 years ago·1 min read
କୁର୍‌କୁରେ ପ୍ରଲୋଭନ ଦେଖାଇ ଝିଆରିକୁ ଦୁଷ୍କର୍ମ କଲା ଦାଦା

ଅର୍ଗସ ବ୍ୟୁରୋ : ପୁଣି ଲଜ୍ଜା । ଇସ୍ପାତ ନଗରୀରେ ଘଟିଲା ଲଜ୍ଜାଜନକ ଘଟଣା । ୩ ବର୍ଷ ବୟସର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ଦାଦା । କୁର୍‌କୁରେର ପ୍ରଲୋଭନ ଦେଖାଇ ୩ ବର୍ଷ ବୟସର ଶିଶୁକନ୍ୟାକୁ ସଂପର୍କୀୟ ଦାଦା ଦୁଷ୍କର୍ମ କରିଥିବା ନେଇ ଉଦିତନଗର ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ଲୋକେ ଅଭିଯୁକ୍ତ ଯୁବକକୁ ନିସ୍ତୁକ ମାଡ଼ମାରି ଥାନାରେ ଜିମା ଦେଇଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୂଚନା ଅନୁସାରେ ରାଉରକେଲାର ଉଦିତନଗର ଥାନା ଅନ୍ତର୍ଗତ ମାଲଗୋଦାମର ଏକ ବସ୍ତିରେ ମଙ୍ଗଳବାର ଦିନ ପରିବାର ଲୋକଙ୍କ ଅନୁପସ୍ଥିତିର ସୁଯୋଗ ନେଇ ସନ୍ଦୀପ ମାଝୀର ମନରେ ପାପ ଚିନ୍ତାଧାରା ଆସିଥିଲା । ୩ ବର୍ଷ ବୟସର ସଂପର୍କୀୟ ଝିଆରୀକୁ କୁରକୁରେର ପ୍ରଲୋଭନ ଦେଖାଇ ସନ୍ଦୀପ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ ପରେ ସନ୍ଦୀପ ଘଟଣାସ୍ଥଳରୁ ଖସି ଯାଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମାତ୍ର ଶିଶୁକନ୍ୟା କାନ୍ଦିବାରୁ ଘଟଣା ସଂପର୍କରେ ପରିବାର ଲୋକେ ଜାଣି ପାରିଥିଲେ। ଏହି ଖବର ବସ୍ତିସାର ପ୍ରଚାରିତ ହେବାରୁ ସ୍ଥାନୀୟ ଲୋକେ ଅଭିଯୁକ୍ତ ସନ୍ଦୀପକୁ କାବୁ କରି ନିର୍ଦ୍ଧୁମ ଛେଚିଥିଲେ । ପରେ ସେମାନେ ଅଭିଯୁକ୍ତ ସନ୍ଦୀପକୁ ଉଦିତନଗର ଥାନାରେ ଜିମା ଦେଇଥିଲେ । ଅଭିଯୁକ୍ତ ସନ୍ଦୀପ କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡରୁ ଆସିଥିଲା । ସେ ନିଜର ଜଣେ ସଂପର୍କୀୟ ଘରେ ରହୁଥିଲା । ଏହାରି ଭିତରେ ସେ ଶିଶୁକନ୍ୟାର ଉପରେ ନଜର ପକାଇଥିଲା । ପରିବାର ଲୋକଙ୍କର ଅଭିଯୋଗ କ୍ରମେ ଅଭିଯୁକ୍ତ ସନ୍ଦୀପକୁ ପୋ0ଲିସ ଗିରଫ କରିଛି। 

Sponsored
Shameful things happened in the steel city | Argus News