Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଦ୍ୟାର୍ଥୀଙ୍କୁ "ଆମ ଶରୀର ଆମ ଡାକ୍ତର" ବିଷୟରେ ଜ୍ଞାନ ବାଣ୍ଟୁଛନ୍ତି : ଡା. ଶିବାଷିଶ ଗିରି

Odisha

ବିଦ୍ୟାର୍ଥୀଙ୍କୁ "ଆମ ଶରୀର ଆମ ଡାକ୍ତର" ବିଷୟରେ ଜ୍ଞାନ ବାଣ୍ଟୁଛନ୍ତି : ଡା. ଶିବାଷିଶ ଗିରି

Jitendra Dash
Browse all articles by Jitendra Dash
·2 years ago·1 min read
ବିଦ୍ୟାର୍ଥୀଙ୍କୁ "ଆମ ଶରୀର ଆମ ଡାକ୍ତର" ବିଷୟରେ ଜ୍ଞାନ ବାଣ୍ଟୁଛନ୍ତି : ଡା. ଶିବାଷିଶ ଗିରି

ଅର୍ଗସ ବ୍ୟୁରୋ : ବାରିପଦାରେ "ଡିଭାଇନ୍ ଇଞ୍ଜିନିୟରିଂ ଓ ନର୍ସିଂ ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀଙ୍କୁ ଅନୁଭୂତି ବାଣ୍ଟି ଅନୁପ୍ରାଣିତ କଲେ ଡାକ୍ତର ଶିବାଷିଶ ଗିରି । ବିଦ୍ୟାର୍ଥୀଙ୍କୁ "ଆମ ଶରୀର ଆମ ଡାକ୍ତର" ବିଷୟରେ ଜ୍ଞାନ ବାଣ୍ଟୁଛନ୍ତି ଡାକ୍ତର ଶିବାଷିଶ । ଜର୍ମାନର ଲେଇପିଜିଗ୍ ବିଶ୍ବବିଦ୍ୟାଳୟରେ ଷ୍ଟେମ୍ ସେଲ୍ ବାୟଲୋଜି ଏବଂ ସେଲ୍ ଟେକନୋଲୋଜି ବିଭାଗର ଉପମୁଖ୍ୟ ଭାବେ କାର୍ଯ୍ୟରତ ଥିବା ଡାକ୍ତର ଶିବାଶିଷ ଗିରି ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଗସ୍ତକରି ବିଦ୍ୟାର୍ଥୀଙ୍କୁ "ଆମ ଶରୀର ଆମ ଡାକ୍ତର" ବିଷୟରେ ଜ୍ଞାନ ବାଣ୍ଟୁଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଆଜିର ବ୍ୟସ୍ତବହୁଳ ସମାଜରେ ଚାପମୁକ୍ତ ହୋଇ କିପରି ସୁସ୍ଥ ବାତାବରଣ ସୃଷ୍ଟି କରାଯିବ ସେନେଇ ଡାକ୍ତର ଗିରି ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ । ସେ ବିଦେଶ ଭ୍ରମଣ କାଳରେ ଭେଟିଥିବା ବିଭିନ୍ନ ନବେଲ୍ ବିଜେତାଙ୍କ ସହ ଆଲୋଚନା କରି ପାଇଥିବା ଅନୁଭୂତି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ନିଜ ଶରୀରକୁ କିପରି ନିରୋଗ ରଖା ଯାଇପାରିବ, ମନକୁ କିପରି ଏକାଗ୍ରତା କରାଯିବା ସହ ନୂଆ ନୂଆ ବିଷୟ ଉପରେ ଅନୁସନ୍ଧାନ କରିବା ପାଇଁ ପ୍ରେରଣା ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sharing knowledge about "Our Bodies Our Doctors" to students: Dr. Shibashish Giri | Argus News