Murder For Land / ଜମି ବିବାଦରେ ବଳି ପଡ଼ିଗଲା ଅଢ଼େଇ ବର୍ଷର ଝିଅ; ଇଟାରେ ଛେଚି ଜୀବନ ନେଲେ
·2 hours ago·2 min read

Key Points
ବଡ଼ଲୋକଙ୍କ କଳି ଆଗରେ ବଳି ପଡ଼ିଗଲା କୁନିଝିଅ
ଇଟାରେ ଛେଚି କୁନିଝିଅଙ୍କୁ ମାରିଦେଲେ
ଇଟାରେ ଛେଚି କୁନିଝିଅଙ୍କୁ ମାରିଦେଲେ
ପାଟନା: ମାତ୍ର ଦୁଇ ଡେସିମିଲ ଜମି ବିବାଦ ପାଇଁ ଚାଲିଗଲା କୁନିଝିଅର ଜୀବନ । ହିଂସା, ମୋହ, ମାୟାର ଭାଷା ବୁଝିନଥିବା ପିଲାଟି ଆଜି ସେହି ମାୟାର ଶିକାର ହୋଇଛି । ବଡ଼ ଲୋକଙ୍କ କଳି ଭିତରେ ବଳି ପଡ଼ିଛି ଅଢ଼େଇ ବର୍ଷର ଝିଅ । ବିହାରର ଶିବହରର ତାରିଆନି ଥାନା ଅଞ୍ଚଳର ବାରାହୀ ୱାର୍ଡ ନମ୍ବର ୭ରେ ଏପରି ଦୁଃଖଦ ଘଟଣା ଘଟିଛି । ଅଭିଯୁକ୍ତ ମହିଳା କୁନିଝିଅକୁ ଅତି ନିର୍ମମ ଭାବେ ଇଟା ଛେଚି ହତ୍ୟା କରିଛନ୍ତି ।
ଅଭିଯୋଗ ହୋଇଛି ଯେ ବିବାଦ ପରେ, ବିପକ୍ଷ ଦଳର ଜଣେ ମହିଳା ଅଢ଼େଇ ବର୍ଷର ଝିଅକୁ ଇଟାରେ ଆକ୍ରମଣ କରିଥିଲେ । ଗୁରୁତର ଆହତ ଝିଅଟି ଚିକିତ୍ସା ପାଇଁ ମୁଜାଫରପୁର ନେବା ବାଟରେ ମୃତ୍ୟୁବରଣ କରିଥିଲା । ଏହି ଘଟଣା ପରେ ପରିବାର ଭାଙ୍ଗି ପଡ଼ିଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମହିଳା ଜଣକ ଶିଶୁଟିକୁ ହତ୍ୟା କରିଛନ୍ତି ।

- କଣ ପୂରା ଘଟଣା ?
- ମୁଜାଫରପୁର ଯିବା ବାଟରେ ମୃତ୍ୟୁ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି
ପଢନ୍ତୁ ଏହି ଖବର: ଅନାଥ ହୋଇଗଲେ ୨ କୁନି ଛୁଆ; ସ୍ତ୍ରୀକୁ ପିଟି ପିଟା ହତ୍ୟା ପରେ ସ୍ଵାମୀ ହାରି ଦେଲା ଜୀବନ
ମୃତକଙ୍କ ବାପା ଦୀନବନ୍ଧୁ କୁମାର କହିଛନ୍ତି ଯେ ସୁରେନ୍ଦ୍ର ରାୟ ଏବଂ ନନ୍ଦକିଶୋର ରାୟଙ୍କ ପରିବାର ସହିତ ପ୍ରାୟ ଦୁଇ ଡେସିମିଲ ଜମିକୁ ନେଇ ବିବାଦ ଚାଲିଥିଲା । ସେ ଅଭିଯୋଗ କରିଛନ୍ତି ଯେ ଏହି ବିବାଦ ଝିଅ ଉପରେ ଆକ୍ରମଣର କାରଣ ପାଲଟିଛି । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ଏବଂ ପୋଷ୍ଟମର୍ଟମ ରିପୋର୍ଟ ଏବଂ ଏଫଏସଏଲ ପରୀକ୍ଷା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Related Topics
Explore more stories