Videos
|
Odisha

ଜୁନ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଜୁନ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ମୟୁରଭଞ୍ଜ :  ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସୂଚନା ଅନୁସାରେ ଆସନ୍ତା ଜୁନ ୧୨ ତାରିଖ ରୁ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ହେବ ବିଶ୍ୱପ୍ରସିଦ୍ଧ ଅଭୟାରଣ୍ୟ ଶିମିଳିପାଳ।ଶିମିଳିପାଳକୁ ପ୍ରବେଶ କରାଯାଉଥିବା ଶ୍ୟାମାଖୁଣ୍ଟା ବ୍ଲକ ପୀଠାବଟା ଫାଟକ ସମେତ ଯଶିପୁର ବ୍ଲକ କାଳିଆଣି ତନଖି ଫାଟକ ସାଧାରଣ ପର୍ଯ୍ୟଟକମାନଙ୍କ ପାଇଁ ସାଢେ ତିନିମାସ ଧରି ବନ୍ଦ ରହିବ। ପ୍ରତିବର୍ଷ ବର୍ଷା ଋତୁ କୁ ନଜରରେ ଜୁନ୍‌ ୧୬ ତାରିଖରୁ ଅକ୍ଟୋବର ୩୧ ତାରିଖ ପାଖା ପାଖି ୪ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଶିମିଳିପାଳ ପ୍ରବେଶ ପଥ ବନ୍ଦ କରାଯାଇଥାଏ। ହେଲେ ଚଳିତ ବର୍ଷ ମୌସୁମୀ ଶିଘ୍ର ଓଡ଼ିଶା ପହଞ୍ଚୁଥିବା କାରଣରୁ କିଛି ଦିନ ପୂର୍ବରୁ ଶିମିଳିପାଳ ପ୍ରବେଶ ପଥକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଉଥିବା ବେଳେ କେବଳ ଶିମିଳିପାଳ ମଧ୍ୟରେ ଥିବା ଇକୋ ଟୁରିଜିମ୍ ସେଣ୍ଟର ଗୁଡ଼ିକରେ ରହିବା ପାଇଁ ଅନୁମତି ରହିଛି।

ଅଧିକ ପଢନ୍ତୁ ଓଡିଶା ଖବର

ଅନ୍ୟପଟେ ପ୍ରତିବର୍ଷ ନଭେମ୍ବର ୩୧ ତାରିଖ ଯାଏଁ ଶିମିଳିପାଳ ବନ୍ଦ ରହୁଥିବା ବେଳେ ଚଳିତ ବର୍ଷ ଏଥିରେ ପରିବର୍ତ୍ତନ କରି ସେପ୍ଟେମ୍ବର ୩୦ ତାରିଖ ଯାଏଁ ବନ୍ଦ ରହିବା ନେଇ କର୍ତ୍ତୃପକ୍ଷ ଙ୍କ ଦ୍ଵାରା ସୂଚନା ଦିଆଯାଇଛି। ସାଧାରଣତଃ ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଧୋଇଯାଇ ବିପଦ ସଂକୁଳ ଅବସ୍ଥାରେ ରହିଥାଏ । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାମୟିକ ବନ୍ଦ କରାଯାଇଥାଏ । ଏବଂ ଏହି ସମୟ ମଧ୍ୟରେ ଅଭୟାରଣ୍ୟ ଭିତରେ ଥିବା ରାସ୍ତା ଘାଟ ସମେତ ଭିଭିନ୍ନ ଭିତ୍ତିଭୂମିର ମରାମତି ମଧ୍ୟ ହୋଇଥାଏ। ତେଣୁ ପୁଣି ଆସନ୍ତା ଅକ୍ଟୋବର ୧ ତାରିଖ ରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ପ୍ରବେଶ ପଥ ଖୋଲାଯିବା ନେଇ ବିଭାଗ ପକ୍ଷରୁ ସୂଚନା ରହିଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Shimilipal sanctuary will be closed for tourists from June 12 | Argus News