୨ ଦିନରେ ଚକ୍ ଖଡିରେ ଶିବଲିଙ୍ଗ

ଅର୍ଗସ ବ୍ୟୁରୋ : ରାତି ପାହିଲେ ମହାଦେବଙ୍କ ଜାଗର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଓଡ଼ିଶାର ବିଭିନ୍ନ ଶୈବପୀଠ । ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଶ୍ରୀଲୋକନାଥ ଓ ଭଦ୍ରକ ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ପାଇଁ ଜୋରଦାର ପ୍ରସ୍ତୁତି କରାଯାଇଛି, ଯାହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।
ଏହି ଅବସରରେ ଏଲ ଈଶ୍ୱର ରାଓ ଚକ୍ ଖଡ଼ିରେ ନିର୍ମାଣ କରିଛନ୍ତି ଶିବ ଲିଙ୍ଗ ସହ ବୃଷଭ । କଥାଟି ଶୁଣିଲେ ବି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ କଥା ଟି ସତ । ତାହା ପୁଣି ହାପ୍ ଇଞ୍ଚର ଶିବଲିଙ୍ଗ ଓ ୧ ସେ.ମିର ବୃଷଭ ପ୍ରସ୍ତୁତ କରିଛନ୍ତି । ଏହି ଅବସରରେ ଏଲ ଈଶ୍ୱର ରାଓ କହିଛନ୍ତି, ଏହାକୁ ପ୍ରସ୍ତୁତ କରିବା ପାଇଁ ମୋତେ ୨ ଦିନ ସମୟ ଲାଗିଛି । ଏଭଳି କ୍ଷୁଦ୍ର ସାଇଜର ମନ୍ଦିର ନିର୍ମାଣ କରିବାକୁ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡ଼ିଥାଏ । ଭଗବାନଙ୍କ ପ୍ରତି ସେତିକି ଭଲ ପାଇବା ନ ଥିଲେ ଏଭଳି ନିର୍ମାଣ କରିବା ଅସମ୍ଭବ ବୋଲି ମଧ୍ୟ ସେ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ଶୁକ୍ରବାର ମହାଶିବରାତ୍ରି ପାଇଁ ଆଜିଠୁ ସଜେଇ ହୋଇଛି ରାଜ୍ୟକ ସମସ୍ତ ମନ୍ଦିର । ସଫେଇଠାରୁ ଆରମ୍ଭ କରି ଫୁଲ ସଜ୍ଜା ଓ ରଙ୍ଗିନ ଆଲୋକ ସଜ୍ଜା ପାଇଁ ଜୋର୍ଦାର ପ୍ରସ୍ତୁତି ଚାଲିଛି ।