Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସିମୁଳିଆ ବିଡିଓ ମୃତ୍ୟୁ ଘଟଣାରେ ନୂଆ ମୋଡ଼

Jitendra Dash
Browse all articles by Jitendra Dash
·2 years ago·1 min read
ସିମୁଳିଆ ବିଡିଓ ମୃତ୍ୟୁ ଘଟଣାରେ ନୂଆ ମୋଡ଼

ଅର୍ଗସ ବ୍ୟୁରୋ : ସିମୁଳିଆ ବିଡିଓ ବିଶ୍ବରଞ୍ଜନ ମହାନ୍ତିଙ୍କ ମୃତ୍ୟୁକୁ ନେଇ ଏବେ ବି ସସପେନ୍ସ । ପରିବାରର ଅଭିଯୋଗ ଚାପରେ ଥିବା ବିଶ୍ବରଞ୍ଜନ । ମାତ୍ର ମାସ କେଇଟା ହେବ ସିମୁଳିଆରେ ପୋଷ୍ଟିଂ ହୋଇଥିଲେ ବିଶ୍ବରଞ୍ଜନ । ଏମିତି କଣ ହେଲା ଯେ ଏଭଳି ଚରମ ନିଷ୍ପତ୍ତି ନେଲେ ବିଶ୍ବରଞ୍ଜନ ? ସିମୁଳିଆ ବିଜେପି ନେତାଙ୍କ ଅଭିଯୋଗ ସ୍ଥାନୀୟ ରାଜନୈତିକ ଚାପରେ ଥିଲେ ବିଡିଓ । ଆଉ ଏଠାରେ ୭ ବର୍ଷ ହେଲା ଜିପିଓ ମୃତ୍ୟୁଞ୍ଜୟ ନାୟକଙ୍କ ଇଶାରାରେ ହେଉଥିଲା ସବୁକିଛି । ଯିଏକି ବିଧାୟକଙ୍କ ଖାସ୍ । 

ବଡ କଥା ହେଲା, ବିଶ୍ବରଞ୍ଜନ ଆତ୍ମହତ୍ୟା କରିଥିବା ଦିନ ମଧ୍ୟ ସନ୍ଦେହଜନକ ଥିଲା ଜିପିଓଙ୍କ ବ୍ୟବହାର । ସେଥିପାଇଁ ଜିପିଓଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି । ବାରିପଦରେ ବିଡିଓ ବିଶ୍ବରଞ୍ଜନଙ୍କ ମୃତଦେହ ପହଞ୍ଚିବା ପରେ ଶେଷକୃତ୍ୟ ହୋଇଛି । ବଡ କଥା ହେଲା ଶେଷକୃତ୍ୟ ବେଳେ ବ୍ଲକର କୌଣସି ଅଧିକାରୀଙ୍କୁ ଦେଖିବାକୁ ମିଳିନଥିଲା । ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲା ବାହାରେ ସିମୁଳିଆ ବ୍ଲକର ବିଡିଓ ଭାବେ ଗତବର୍ଷ ଅକ୍ଟୋବର ୨୫ ରେ ଯୋଗ ଦେଇଥିଲେ ବିଶ୍ବରଞ୍ଜନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଚାପରେ ଥିଲେ ବୋଲି କହିଛନ୍ତି ବିଶ୍ବରଞ୍ଜନଙ୍କ ବାପା । ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ସ୍ତ୍ରୀ ନିବେଦିତା । ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର । ବଡ ପ୍ରଶ୍ନ, ବିଶ୍ବରଞ୍ଜନଙ୍କ ମୃତ୍ୟୁ ପଛରେ ରହିଛି କି ଷଡ଼ଯନ୍ତ୍ର ? ଜିପିଓ ମୃତ୍ୟୁଞ୍ଜୟ ନାୟକଙ୍କୁ ତଦନ୍ତ ପରିସରଭୁକ୍ତ କରିବ ତ ପୋଲିସ ? 
 

Sponsored
Simulia BDO death case: Wife expresses doubts over investigation result | Argus News