Odisha Voter List / SIR ପ୍ରକ୍ରିୟାରେ କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ, ଆପଣଙ୍କ ନାଁ ଅଛି କି ନାହିଁ ଏମିତି କରନ୍ତୁ ଯାଞ୍ଚ...
·1 hour ago·1 min read

Key Points
SIR ପରେ ବଡ଼ ପରିବର୍ତ୍ତନ
ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ
୨୦ ଲକ୍ଷ ଭୋଟରଙ୍କ ନାଁ କଟିଲା
ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ
୨୦ ଲକ୍ଷ ଭୋଟରଙ୍କ ନାଁ କଟିଲା
SIRକୁ ନେଇ ସାମ୍ନାକୁ ଆସିଲା ବଡ଼ ଅପଡେଟ୍ । କଟିଲା ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ । ଏନେଇ ଚିଠା ତାଲିକା ପ୍ରସ୍ତୁତ ହୋଇ ରାଜନୈତିକ ଦଳକୁ ଦିଆଯାଇଛି । ରାଜ୍ୟରେ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି ।
ରାଜ୍ୟରେ ୨୦ ଲକ୍ଷ ୧୪ ହଜାର ଲୋକଙ୍କ ନାମ ବାଦ୍ ପଡିଥିବା ବେଳେ ସେଥିମଧ୍ୟରୁ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର ରହିଛି । ସେହିପରି ସ୍ଥାନାନ୍ତରିତ /ଅନୁପସ୍ଥିତ ପାଇଁ ୧୦ ଲକ୍ଷ ୭ ହଜାର ଭୋଟରଙ୍କ ନାଁ କଟିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ କହିଛନ୍ତି ।
ସେହିପରି ରାଜ୍ୟରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ଜଣ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଭୋଟର ରହିଛନ୍ତି । ସେହିଭଳି ୨ ହଜାର ୭୭୫ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି । ଯେଉଁମାନଙ୍କ ଭୋଟର ଲିଷ୍ଟରେ ନାମ ନଥିବ ସେମାନେ ଆଜିଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଜଣାଇବେ । ନିଜର ନାମ ଅଛି କି ନାହିଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ ଯାଞ୍ଚ କରିପାରିବେ । ଯଦି ନଥିବ ଫର୍ମ -୬ ଫିଲପ କରି BLOଙ୍କୁ ଦେବାକୁ ପଡ଼ିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଭୁବନେଶ୍ଵରରେ ମୁକୁଳା ଡ୍ରେନ୍ରେ ଯୁବକ ନିଖୋଜ ଘଟଣା ଆରମ୍ଭ ହେଲା ସର୍ଚ୍ଚ ଅପରେସନ
ସେହିପରି ରାଜ୍ୟରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ଜଣ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଭୋଟର ରହିଛନ୍ତି । ସେହିଭଳି ୨ ହଜାର ୭୭୫ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି । ଯେଉଁମାନଙ୍କ ଭୋଟର ଲିଷ୍ଟରେ ନାମ ନଥିବ ସେମାନେ ଆଜିଠାରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଜଣାଇବେ । ନିଜର ନାମ ଅଛି କି ନାହିଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ ଯାଞ୍ଚ କରିପାରିବେ । ଯଦି ନଥିବ ଫର୍ମ -୬ ଫିଲପ କରି BLOଙ୍କୁ ଦେବାକୁ ପଡ଼ିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories