Videos
|
Odisha

ରାଜ୍ୟରେ ଆଉ ନୂଆ ୬ଟି ଇଏସଆଇ ହସ୍ପିଟାଲ ଖୋଲିବ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରାଜ୍ୟରେ ଆଉ ନୂଆ ୬ଟି ଇଏସଆଇ ହସ୍ପିଟାଲ ଖୋଲିବ

ଅର୍ଗସ ବ୍ୟୁରୋ : ରାଜ୍ୟରେ ଆଉ ନୂଆ ୬ଟି ଇଏସଆଇ ହସ୍ପିଟାଲ ଖୋଲିବ। ଏ ନେଇ ଆପ୍ରୁଭାଲ ମିଳିସାରିଥିବା ବେଳେ କାର୍ଯ୍ୟ ଚାଲିଛି। ଭୁବନେଶ୍ୱର, ପାରାଦ୍ୱୀପ, ଝାରସୁଗୁଡା, ଡୁବୁରି, ବ୍ରହ୍ମପୁର ଓ ବାଲେଶ୍ୱରରେ ହେବ ଇଏସଆଇ ହସ୍ପିଟାଲ। ଭୁବନେଶ୍ୱର ଅନ୍ଧାରୁଆରେ ହେବ ହସ୍ପିଟାଲ। ସବୁ ହସ୍ପିଟାଲ ଶହେ ବେଡ଼ ବିଶିଷ୍ଟ ହେବ। ସମସ୍ତ ଇଏସଆଇ ହସ୍ପିଟାଲରେ ନିଯୁକ୍ତ ହେବେ ଆବଶ୍ୟକୀୟ ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମଚାରୀ। ଇଏସଆଇର ୮୫ ତମ ଆଞ୍ଚଳିକ ବୈଠକ ପରେ ଏହି ସୂଚନା ଦେଲେ ଓଡିଶା ରାଜ୍ୟ କର୍ମଚାରୀ ବୀମା ନିଗମ ଆଞ୍ଚଳିକ ନିର୍ଦେଶକ ସୁକାନ୍ତ ଚନ୍ଦ୍ର ଦାସ। ଇଏସଆଇ ଯୋଜନାକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର ପାଇଁ ଆଲୋଚନା।

ଅଧିକ ପଢନ୍ତୁ ଓଡିଶା ଖବର

ଅଧିକରୁ ଅଧିକ ଲୋକ କିଭଳି ଯୋଜନାରେ ଯୋଡି ହେବେ ଓ ଯୋଜନାର ଲାଭ ନେବେ ସେ ନେଇ ହେଲା ଆଲୋଚନା। ରାଜ୍ୟରେ ଇଏସଆଇର ୬ ଟି ହସ୍ପିଟାଲ ଓ ୫୩ ଟି ଡିସପେନସାରୀ ରହିଛି। ଡାକ୍ତର, ପାରା ମେଡ଼ିକାଲ ଓ ନର୍ସିଂ ଷ୍ଟାଫ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଆବଶ୍ୟକ କର୍ମଚାରୀ ପୂରଣ ପାଇଁ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ୨୧ ହଜାର ପର୍ଯ୍ୟନ୍ତ ଦରମା ପାଉଥିବା କର୍ମଚାରୀ ଇଏସଆଇ ସୁବିଧା ପାଉଛନ୍ତି। ଆହୁରି ଅଧିକ ଦରମା ପାଉଥିବା କର୍ମଚାରୀ ମାନେ କିଭଳି ଏହି ସ୍କିମରେ ସାମିଲ ହେବେ ସେ ନେଇ ନିଷ୍ପତ୍ତି ନିଆଯାଉଛି।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: