Skill Mahakumbh / ଭୁବନେଶ୍ବରରେ ଆରମ୍ଭ ହେଲା ଦକ୍ଷତା ମହାକୁମ୍ଭ, ଭାଗ ନେଇଛନ୍ତି ୨୩୦ ପ୍ରତିଯୋଗୀ
·4 months ago·2 min read

Key Points
ରାଜଧାନୀରେ ଦକ୍ଷତାର ମହାକୁମ୍ଭ
ସାରା ଦେଶ ଦେଖିବ ଦକ୍ଷତାର ନୂତନ ସୂର୍ଯ୍ୟ ଉଦୟ
ଯୁବକମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା
ସାରା ଦେଶ ଦେଖିବ ଦକ୍ଷତାର ନୂତନ ସୂର୍ଯ୍ୟ ଉଦୟ
ଯୁବକମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା
ସାରା ଦେଶ ଦେଖିବ ଦକ୍ଷତାର ମହାକୁମ୍ଭ I ରାଜଧାନୀରେ ଆରମ୍ଭ ହୋଇଛି ଦକ୍ଷତାର ମହାକୁମ୍ଭ । ପୂର୍ବ ଭାରତ ରାଜ୍ୟ ଗୁଡ଼ିକର ଯୁବକମାନେ ଓଡ଼ିଶା ମାଟିରେ ଦେଖାଇବେ ନିଜର ଦକ୍ଷତା । Skill Development and Entrepreneurship ମନ୍ତ୍ରାଳୟ ଅଧୀନରେ NSDC ଦ୍ୱାରା ଏହି ଉଚ୍ଚ ଅଭିଳାଷୀ ସ୍କିଲ୍ ଅଲମ୍ପିକ ଆୟୋଜିତ ହୋଇଛି I
ଓଡ଼ିଶା ମାଟିରେ ପୂର୍ବ ଭାରତର ପ୍ରତିଯୋଗୀମାନେ ଦେଖାଇବେ ନିଜର ଦକ୍ଷତା I Ministry of Skill Development and Entrepreneurship ଅଧୀନରେ NSDC ଦ୍ୱାରା ଆୟୋଜିତ ଏହି ଉଚ୍ଚ ଅଭିଳାଷୀ ସ୍କିଲ୍ ଅଲମ୍ପିକ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ଚାଲିବ । ୫ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ଭାଗନେବେ ୨୩୦ ଜଣ ବଛାବଛା ପ୍ରତିଯୋଗୀ I କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଗୋକୁଳାନନ୍ଦ ମାଲିକ ଯୋଗ ଦେଇଥିଲେ I
ଗୌହାଟୀ, ଗାନ୍ଧିନଗର, ହାଇଦ୍ରାବାଦ ପରେ ଏବେ ପଡ଼ିଛି ଓଡ଼ିଶାର ପାଳି । ବିଦ୍ୟାଳୟରେ ପାଠ ପଢୁଥିବା ପିଲାଟି କିଭଳି ନିଜର ଦକ୍ଷତା ବିକାଶ କରିପାରିବ ତାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବହୁ ପୂର୍ବରୁ ମୂଳଦୁଆ ପକାଇଥିଲେ, ଯାହା ଆଜି ଏକ ମହା ଦ୍ରୁମ ଭାବରେ Skill Development ଇନଷ୍ଟିଚ୍ୟୁଟରେ ପରିଣତ ହୋଇଛି ବୋଲି କହିଛନ୍ତି ଇନଷ୍ଟିଚ୍ୟୁଟର ମୁଖ୍ୟ I
ଏହି ଦକ୍ଷତା ମହାକୁମ୍ଭରେ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପିଲାମାନେ ଭାଗ ନେଇ ନିଜର ଦକ୍ଷତା ପ୍ରତିପାଦିତ କରିବେ I ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ ସହିତ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଆଣ୍ଡାମାନ-ନିକୋବାର ଦ୍ୱୀପପୁଞ୍ଜରୁ ଆସିଥିବା ପ୍ରତିଯୋଗୀ ନିଜ ନିଜର ଦକ୍ଷତାର ପ୍ରଦର୍ଶନ କରିବେ । ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ୍ ପରିସରରେ ୩୭ ପ୍ରକାରର ଦକ୍ଷତାକୁ ନେଇ ହେବ ପ୍ରତିଯୋଗୀଙ୍କ ଭିତରେ ହେବ ଜୋରଦାର ପ୍ରତିଯୋଗିତା । 3D ଡିଜିଟାଲ ଗେମ୍ ଆର୍ଟ, କ୍ଲାଉଡ୍ କମ୍ପ୍ୟୁଟିଂ, ସାଇବର ସୁରକ୍ଷାରୁ ଆରମ୍ଭ କରି ବ୍ୟୁଟି ଥେରାପି, ପ୍ଲମ୍ବିଂ ଓ ରିନ୍ୟୁଏବଲ ଏନର୍ଜି ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଯୁକ୍ତିମୂଳକ କୌଶଳ ପ୍ରଦର୍ଶନ କରିବେ ପ୍ରତିଯୋଗୀ । ଦକ୍ଷତା ବିକାଶର ଏହି ମହାମଞ୍ଚରେ ଆସନ୍ତାକାଲିଠାରୁ ହେବ ଜୋରଦାର ପ୍ରତିଯୋଗିତା I
ଏଥିସହ ପଢ଼ନ୍ତୁ: ଭୁବନେଶ୍ବରରେ ପୂର୍ବ ଭାରତର ଦକ୍ଷତା ମହାକୁମ୍ଭ,5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରୁ ଭାଗନେବେ ଛାତ୍ରଛାତ୍ରୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories