Odisha Weather / ରାଜ୍ୟରେ ୪୫ ଡିଗ୍ରୀ ମୁହାଁ ପାରଦ, ୧୩ ଜିଲ୍ଲାକୁ ଗରମ ଗୁଳୁଗୁଳି ନେଇ ଆଲର୍ଟ
·4 months ago·2 min read

Key Points
ରାଜ୍ୟରେ ଦିନକୁ ଦିନ ବଢୁଛି ତାତି
ପଶ୍ଚିମରେ ଏବେଠୁ ସ୍ଥିତି ଅସମ୍ଭାଳ
ଝାରସୁଗୁଡା ୪୪.୮ଡିଗ୍ରୀ ଛୁଇଁଲା ତାପମାତ୍ରା
ପଶ୍ଚିମରେ ଏବେଠୁ ସ୍ଥିତି ଅସମ୍ଭାଳ
ଝାରସୁଗୁଡା ୪୪.୮ଡିଗ୍ରୀ ଛୁଇଁଲା ତାପମାତ୍ରା
ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମପ୍ରବାହ ବଢିଚାଲିଛି । ବଢୁଛି ପ୍ରଚଣ୍ଡ ତାତି ସହ ବହୁଛି ଝାଞ୍ଜି ପବନ । ଆକାଶରୁ ଯେମିତି ନିଆଁ ବର୍ଷୁଛି । ପଶ୍ଚିମରେ ସ୍ଥିତି ଅସମ୍ଭାଳ ହେଲାଣି । ପୂର୍ବରେ ବି ଦିନ ୧୧ଟାରେ ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ଟାଣ ଖରାରେ ଶରୀର ଜଳିଗଲା ଭଳି ଲାଗୁଥିବାବେଳେ ଗୁଳୁଗୁଳି କଲବଲ କରୁଛି । ମଧ୍ୟାହ୍ନ ୧୨ଟା ପରେ ରାସ୍ତାଘାଟ ଯେପରି ଖାଁ ଖାଁ ହେଉଛି । ଛତା, ଟୋପି ଓ ପାଣି ବୋତଲ ବିନା ବାହାରକୁ ବାହାରିବା ଅସମ୍ଭବ ହୋଇପଡ଼ିଛି । ଶରୀରକୁ ଥଣ୍ଡା ରଖିବା ପାଇଁ ସହରର ଲସି ଓ ଆଖୁରସ ଦୋକାନରେ ଭିଡ଼ ଜମୁଛି । ଝାରସୁଗୁଡ଼ାରେ ଗତକାଲି ତାପମାତ୍ରା ୪୪.୮ଡିଗ୍ରୀ ଛୁଇଁଛି ।
- ପଶ୍ଚିମରେ ସ୍ଥିତି ଅସମ୍ଭାଳ
- ୧୩ ଜିଲ୍ଲାରୁ ୟେଲୋ ଆଲର୍ଟ
- ଏଥର ଆଗୁଆ ଖରା ଛୁଟି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories