Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭ୍ରଷ୍ଟାଚାର ବିରୋଧୀ ସଂଗଠନ ରାଜ୍ୟ କମିଟି ପକ୍ଷରୁ ସମାଜସେବୀ ଶ୍ରଦ୍ଧାଞ୍ଜଳି ଅର୍ପଣ

Odisha

ଭ୍ରଷ୍ଟାଚାର ବିରୋଧୀ ସଂଗଠନ ରାଜ୍ୟ କମିଟି ପକ୍ଷରୁ ସମାଜସେବୀ ଶ୍ରଦ୍ଧାଞ୍ଜଳି ଅର୍ପଣ

Jitendra Dash
Browse all articles by Jitendra Dash
·2 years ago·1 min read
ଭ୍ରଷ୍ଟାଚାର ବିରୋଧୀ ସଂଗଠନ ରାଜ୍ୟ କମିଟି ପକ୍ଷରୁ ସମାଜସେବୀ ଶ୍ରଦ୍ଧାଞ୍ଜଳି ଅର୍ପଣ

ଅର୍ଗସ ବ୍ୟୁରୋ : ବ୍ରହ୍ମପୁର ସହରର ସୁନାମଧନ୍ୟ ସମାଜସେବୀ ତଥା ସଂଗଠକ ଓ ଗତ ବିଧାନସଭା ନିର୍ବାଚନରେ ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜାତୀୟ କଂଗ୍ରେସ୍ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଲିଙ୍ଗରାଜ ଚୌଧୁରୀଙ୍କର ବିୟୋଗରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । 

ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ପକ୍ଷରୁ ବିରଷ୍ଠ ଆଇନ୍‌ଜୀବୀ ଆବାହକ ଶ୍ରୀ ସୁବ୍ରତ କୁମାର ନନ୍ଦ, ରାଜ୍ୟ ସାଧାଣ ସଂପାଦକ-ଶ୍ୟାମ ସୁନ୍ଦର ପଣ୍ଡା, ରାଜ୍ୟ ସଂଯୋଜକ- ଆଇନ୍‌ଜୀବୀ-ଶ୍ରୀ ସୁବାଶ ଦାସ, ରାୟଗଡା ଜିଲ୍ଲା ସଂଯୋଜକ-ଶ୍ରୀ ରାଧାକୃଷ୍ଣ ପଟ୍ଟନାୟକ ପ୍ରମୂଖ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ତାଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଶ୍ରଦ୍ଧାଞ୍ଜଳୀ ସମାରୋହରେ ପିସିସିର ପୂର୍ବତନ ସଭାପତି କଂଗ୍ରେସର ବରିଷ୍ଠ ନେତା ଶ୍ରୀ ନିରଞ୍ଜନ ପଟ୍ଟନାୟକ, ବିଜେପି ନେତା-ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବାଶିଷ ନାୟକ, ରାଜ୍ୟ ସରକାରଙ୍କ ଆଇନ ପରାମର୍ଶଦାତା - ଆଡଭୋକେଟ୍ ଜେନେରାଲ - ଶ୍ରୀ ଅଶୋକ ପରିଜା, କଂଗ୍ରେସ ନେତା - ଶ୍ରୀ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ପ୍ରମୂଖ ବହୁ ସମାଜସେବୀ, ଶିକ୍ଷାବିତ୍‌, ସାମ୍ବାଦିକ ଯୋଗଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
 

Sponsored
Social Tribute by State Committee | Argus News