Videos
|
Odisha

ବଦଳିଲେ ସୋର ବିଜେପି ବିଧାୟକ ପ୍ରାର୍ଥୀ, ପର୍ଶୁରାମ ଧଡ୍ଡାଙ୍କୁ ମିଳିଲା ଟିକେଟ

Jitendra Dash
Browse all articles by Jitendra Dash
·2 years ago
ବଦଳିଲେ ସୋର ବିଜେପି ବିଧାୟକ ପ୍ରାର୍ଥୀ, ପର୍ଶୁରାମ ଧଡ୍ଡାଙ୍କୁ ମିଳିଲା ଟିକେଟ

ଅର୍ଗସ ବ୍ୟୁରୋ : ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେପି । ବାଲେଶ୍ବର ଜିଲ୍ଲା ସୋର ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ । ଏଠାରେ ପୂର୍ବରୁ ରାଜେନ୍ଦ୍ର ଦାସଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆଜି ଏଥିରେ ପରିବର୍ତ୍ତନ କରାଯାଇଛି । ଦଳ ପର୍ଶୁରାମ ଧଡ୍ଡାଙ୍କୁ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୋର ବିଧାୟକ ପର୍ଶୁରାମ ଧଡ୍ଡା କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ଦଳୀୟ ପ୍ରାର୍ଥୀ ଭାବେ ରାଜେନ୍ଦ୍ର ଦାସଙ୍କ ନାଁ ବିଜେପି ଘୋଷଣା କରିବାର ପ୍ରାୟ ମାସେରୁ ଊର୍ଦ୍ଧ୍ବ ସମୟ ବିତିବା ପରେ ବି ସେ ପ୍ରଚାର ମଇଦାନକୁ ଓହ୍ଲାଇ ପାରିଲେନି । ଅନ୍ୟପକ୍ଷରେ ପ୍ରାର୍ଥୀ ପରିବର୍ତ୍ତନ ଦାବିକୁ ଜୋରଦାର କରିଛନ୍ତି ଦଳୀୟ କର୍ମକର୍ତ୍ତା । ତେଣି ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
soro bjp mla candidate change | Argus News