Soumya Murder Case / ସୌମ୍ୟ ଭିଡ଼ ହତ୍ୟା ମାମଲା: ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି ସୌମ୍ୟଙ୍କ ପରିବାର
·6 hours ago·2 min read

Key Points
ସୌମ୍ୟ ଭିଡ଼ ହତ୍ୟା ମାମଲାରେ ବଡ଼ ଅପଡେଟ୍
ନ୍ୟାୟ ପାଇଁ ହାଇକୋର୍ଟ ଯିବେ ସୌମ୍ୟଙ୍କ ପରିବାର !
କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆଉ ଭରସା ପାଉନାହିଁ.
ବାଲିଅନ୍ତା ଭିଡ଼ ହିଂସା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ବଡ଼ ଅପଡେଟ୍ । ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇପାରନ୍ତି ସୌମ୍ୟଙ୍କ ପରିବାର । ଅର୍ଗସ ନ୍ୟୁଜ୍କୁ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ ଦେଇ ସୌମ୍ୟଙ୍କ ମା' କହିଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଆଉ ଭରସା ପାଉନାହିଁ, ଦରକାର ପଡ଼ିଲେ ଆମେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବୁ ।
ଲାଏ ଡିଟେକସନ୍ ଟେଷ୍ଟରେ ଓମ୍ ସତ କହିଥିବା ନେଇ ଗତକାଲି କ୍ରାଇମବ୍ରାଞ୍ଚ ସୂତ୍ରରୁ ସୂଚନା ମିଳିଥିଲା । ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୌମ୍ୟଙ୍କ ମା' । ମୃତ ସୌମ୍ୟଙ୍କ ମା' କହିଛନ୍ତି ଦୁଇ ଯୁବତୀ ଓ ଓମଙ୍କ କଥାରେ ତାଳମେଳ ନାହିଁ । ଯୁବତୀ ସୌମ୍ୟଙ୍କ ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିଥିଲେ । ଏହି କାରଣରୁ ହିଁ ଲୋକେ ସୌମ୍ୟଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ସେ ଦିନ ସୌମ୍ୟଙ୍କୁ ବାଇକରେ ନେଇ ଯାଉଥିବା ଓମ୍ ଦୁଷ୍କର୍ମ ଉଦ୍ୟମ ଅଭିଯୋଗକୁ ଖଣ୍ଡନ କରିଥିଲେ । ସୌମ୍ୟଙ୍କ ମା' ପ୍ରଶ୍ନ କରିଛନ୍ତି ଯଦି ଓମ୍ ସବୁ ସତ କହୁଛନ୍ତି ତା ହେଲେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ମିଛ । ଦୁଇ ଯୁବତୀଙ୍କର କାହିଁକି ଲାଏ ଡିଟେକସନ୍ ଟେଷ୍ଟ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟଙ୍କ ମା' କବିତା ସ୍ବାଇଁ । ଏଥିସହିତ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ବି ସନ୍ଦେହ ପ୍ରକଟ କରିଛନ୍ତି। ଆବଶ୍ୟକ ହେଲେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।
ସେପଟେ ବାଲିଅନ୍ତା ଭିଡ଼ ହିଂସା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର ବଡ଼ ଆକ୍ସନ ନେଇଥିଲେ । ବିବାଦରେ ଥିବା ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁସାରେ ୧୯୯୮ ବ୍ୟାଚର IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ଅନୁଶାସନହୀନତା ଅଭିଯୋଗ ଆସିଥିଲା ।
ସୂଚନା ଅନୁସାରେ, ଗତ ମେ' ୭ ତାରିଖ GRP କନେଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ଙ୍କୁ ବାଲିଅନ୍ତା କାଜ ବ୍ରିଜ ପାଖରେ ପିଟି ପିଟି ହତ୍ୟା କରିଥିଲେ । ଘଟଣାରେ ଏବେ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଘଟଣା ସହ ଜଡିତ ଆଉ କିଛି ଜଣ ଫେରାର ଅଛନ୍ତି ।

ଅଧିକ ପଢ଼ନ୍ତୁ: ବହୁଚର୍ଚ୍ଚିତ ସୁଧୀର ପାତ୍ର ହତ୍ୟା ମାମଲା.. କୋର୍ଟରେ ୫୫୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ
ସେପଟେ ବାଲିଅନ୍ତା ଭିଡ଼ ହିଂସା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ସରକାର ବଡ଼ ଆକ୍ସନ ନେଇଥିଲେ । ବିବାଦରେ ଥିବା ବରିଷ୍ଠ IPS ଦୟାଲ ଗଙ୍ଗୱାରଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁସାରେ ୧୯୯୮ ବ୍ୟାଚର IPS ଅଧିକାରୀ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଗୁରୁତର ଅନୁଶାସନହୀନତା ଅଭିଯୋଗ ଆସିଥିଲା ।
ସୂଚନା ଅନୁସାରେ, ଗତ ମେ' ୭ ତାରିଖ GRP କନେଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ଙ୍କୁ ବାଲିଅନ୍ତା କାଜ ବ୍ରିଜ ପାଖରେ ପିଟି ପିଟି ହତ୍ୟା କରିଥିଲେ । ଘଟଣାରେ ଏବେ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଘଟଣା ସହ ଜଡିତ ଆଉ କିଛି ଜଣ ଫେରାର ଅଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories