Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ମିଳିତ ମଞ୍ଚର ଅଭିନବ ପ୍ରତିବାଦ

Odisha

ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ମିଳିତ ମଞ୍ଚର ଅଭିନବ ପ୍ରତିବାଦ

Jitendra Dash
Browse all articles by Jitendra Dash
·2 years ago·2 min read
ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ମିଳିତ ମଞ୍ଚର ଅଭିନବ ପ୍ରତିବାଦ

ଅର୍ଗସ ବ୍ୟୁରୋ : ରାଜଧାନୀର ଲୋୟର ପିଏମ୍ଜିରେ ଲାଗିଲା ବେକାରୀ ହାଟ । ହାଟରେ ବିକ୍ରି ହେଲା ଶାଢ଼ୀ, ଚୁଡ଼ି, ମୁଢି, ମାଂସ ସହ ଦହିବରା, ଆଚାର, ପମ୍ପଡ଼ । ଏଭଳି ବିକ୍ରି କରି ଆଜି ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ଆଶାୟୀ ସ୍ୱତନ୍ତ୍ର ଶିକ୍ଷକ ସଂଘ । ରାଜ୍ୟରେ ସାଧାରଣ ସ୍କୁଲ ଗୁଡିକରେ ଦିବ୍ୟଙ୍ଗ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ହେବାର ନିୟମ ରହିଛି । କେଉଁ ଆଶାୟୀ ଶିକ୍ଷକ ୨୦୧୨ ତ ଆଉ କିଏ ୨୦୧୪ରୁ ସ୍ଵତନ୍ତ୍ର ଶିକ୍ଷକ ପାଇଁ ତାଲିମ ନେଇ ଘରେ ବସିଛନ୍ତି । କିନ୍ତୁ ନିଯୁକ୍ତି ମିଳୁନାହିଁ । ବାରମ୍ବାର ରାଜ୍ୟ ସରକାରଙ୍କୁ ଗୁହାରି କରିଥିଲେ ମଧ୍ୟ ନା ବିଭାଗ ନା ସରକାର ଏ ପ୍ରତି ଧ୍ୟାନ ଦେଇଛନ୍ତି । 

ଯାହାକୁ ନେଇ ଆଜି ଏକ ପ୍ରତିବାଦ ସଭା କରିଥଲା ସଂଘ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଭୁଶୁଡି ପଡିଥିବା ଅଭିଯୋଗ ହେଉଥିବା ବେଳେ ଆଶାୟୀ ଶିକ୍ଷକ ମାନଙ୍କ ଏଭଳି ପ୍ରତିବାଦ ଏହାକୁ ପ୍ରମଣିତ କରୁଛି । ଯଦି ଆଗାମୀ ଦିନରେ ସରକାର ଦିବ୍ୟଙ୍ଗ ପିଲାମନଙ୍କ ପାଇଁ । ପୋଷ୍ଟ ନ ବାହାର କରନ୍ତି ତେବେ ନବୀନ ନିବାସରେ ବେକାରୀ ହାଟ ବସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଶାୟୀ ଶିକ୍ଷକ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ଆଜି ସକାଳୁ ସକାଳୁ ଗଣ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲେ । ଓଡିଶା ୧ ମାଧ୍ୟମିକ ସଂସ୍କୃତ ଶିକ୍ଷକ - ହିନ୍ଦୀ ଶିକ୍ଷକ ମିଳିତ ମଞ୍ଚ । ଦୀର୍ଘ ଦିନ ଧରି ନୂତନ କ୍ୟାଡର ରୂଲକୁ ଲାଗୁ କରାଯାଉନଥିବା କାରଣରୁ ଏଭଳି ଆମରଣ ଅନଶନର ଡାକରା ଦେଇଛି ସଂଘ । ସେପଟେ ଲୋୟର ପିଏମ୍ଜିରେ ହଜାର ହଜାର ଓଡିଶା ସରକାରୀ ହାଇସ୍କୁଲ ନୂତନ ପେନସନ୍ ଯୋଜନା ଭୁକ୍ତ ଶିକ୍ଷକ ସଂଘର ଜୋରଦାର ଆନ୍ଦୋଳନ ଦେଖିବାକୁ ମିଳିଛି । ୨୦୦୪ରୁ ୨୦୧୩ମସିହା ଭିତରେ ଚାକିରି କରିଥିବା ଶିକ୍ଷକଙ୍କ ପ୍ରତି ସରକାର ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ସଂଘ ସଭାପତି ।  ୬ ବର୍ଷର ଚୁକ୍ତି ଅବଧିକୁ ମୂଳ ଚାକିରୀରେ ଗଣନା ସହ ନାଶନାଲ ଇଂନ୍କ୍ରିମେଣ୍ଟ ଦାବି କରିଛନ୍ତି ଶିକ୍ଷକ । ଦାବି ପୂରଣ ନହେଲେ ମାଟ୍ରିକ ପରୀକ୍ଷା ବର୍ଜନ କରିବାର ଚେତବନୀ ଦେଇଛନ୍ତି ଶିକ୍ଷକ । 

Sponsored
Special Teachers Aspirant Union Protests Selling Items At Bhubaneswar's Lower PMG Amid Unemployment | Argus News