Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରେଷ୍ଠ ପରିଚ୍ଛନ୍ନତା କ୍ଷେତ୍ରରେ ଶ୍ରୀକାକୁଲମ୍ ରୋଡ୍ ଷ୍ଟେସନ୍ ଏବଂ ବରଗଡ ରୋଡ୍ ଷ୍ଟେସନ୍ ପୁରସ୍କୃତ

Jitendra Dash
Browse all articles by Jitendra Dash
·2 years ago·2 min read
ଶ୍ରେଷ୍ଠ ପରିଚ୍ଛନ୍ନତା କ୍ଷେତ୍ରରେ ଶ୍ରୀକାକୁଲମ୍ ରୋଡ୍ ଷ୍ଟେସନ୍ ଏବଂ ବରଗଡ ରୋଡ୍ ଷ୍ଟେସନ୍ ପୁରସ୍କୃତ

ଅର୍ଗସ ବ୍ୟୁରୋ : ପୂର୍ବ ତଟ ରେଳପଥ ଆଜି ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା - 2023 ପୁରସ୍କାର ସମାରୋହ ପାଳନ କରିଛି । ଏହି ଅବସରରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିବା ସହିତ ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ ହୋଇଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ଶର୍ମା ଉତ୍ସର୍ଗୀକୃତ, ନିଷ୍ଠାପର ସେବା ଓ କାର୍ଯ୍ୟଦକ୍ଷତା ସହିତ ଉଲ୍ଲେଖନୀୟ ଅବଦାନ ପାଇଁ ମହାପ୍ରବନ୍ଧକଙ୍କ ବିଶେଷ ପୁରସ୍କାର "ବିଶିଷ୍ଟ ରେଳ ସେବା ପୁରସ୍କାର" ରେଳବାଇ କର୍ମଚାରୀମାନଙ୍କୁ ପ୍ରଦାନ କରି ସମ୍ମାନିତ କରିଛନ୍ତି । ସମୁଦାୟ 46 ଜଣ ରେଳ କର୍ମଚାରୀଙ୍କୁ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଦୁଇଟି ଦଳଗତ ପୁରସ୍କାର ପ୍ରଦାନ କରାଯାଇଅଛି ଯେଉଁ ମାନେ ସଙ୍କଟ ସମୟରେ ରେଳ ଟ୍ରାଫିକ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଦିନ ରାତି କଠିନ ପରିଶ୍ରମ କରି ରେଳ ଯାତାୟାତ କୁ ସ୍ୱାଭାବିକ କରିବାପାଇଁ ଉଲ୍ଲେଖନୀୟ ଅବଦାନ କରିଥିଲେ ।

ଏହି ଅବସରରେ ବିଭିନ୍ନ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା । ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳକୁ ପୂର୍ବତଟ ରେଳପଥର ସର୍ବୋତ୍ତମ ମାନ୍ୟତା ଦିଆଯାଇ ସାମଗ୍ରିକ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା । ୱାଲଟିୟର ରେଳ ମଣ୍ଡଳର ଶ୍ରୀକାକୁଲମ୍ ରୋଡ୍ ରେଳ ଷ୍ଟେସନ୍ କୁ ବଡ଼ ଷ୍ଟେସନ ବର୍ଗରେ ଏବଂ ସମ୍ବଲପୁର ରେଳ ମଣ୍ଡଳର ବରଗଡ ରୋଡ୍ ଷ୍ଟେସନ୍ କୁ ଛୋଟ ଷ୍ଟେସନ ବର୍ଗରେ ଶ୍ରେଷ୍ଠ ପରିଚ୍ଛନ୍ନତା କ୍ଷେତ୍ରରେ କ୍ଲିନଲିନେସ ସିଲ୍ଡ ପ୍ରଦାନ କରାଯାଇଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର

ବିଶିଷ୍ଟ ରେଳ ସେବା ପୁରସ୍କାର 2023 ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ଶରଦ କୁମାର ଶ୍ରୀବାସ୍ତବ ଯୋଗଦାନ କରିଥିବାବେଳେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 

ବିଶିଷ୍ଟ ରେଳ ସେବା ପୁରସ୍କାର 2023 ସମାରୋହରେ ପୂର୍ବତଟ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି ଅବସରରେ ତାଙ୍କର ବକ୍ତବ୍ୟରେ ପୁରସ୍କାର ଗ୍ରହଣ କରିଥିବା ରେଳ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିଥିଲେ । ରେଳପଥର ଉପ ମହାପ୍ରବନ୍ଧକ ଶ୍ରୀ ବିଶ୍ୱଜିତ୍ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Sponsored
Srikakulam Road Station and Burgh Road Station were awarded for best cleanliness | Argus News