Jagannath Temple / ମହାପ୍ରଭୁ ଜଗନ୍ନାଥଙ୍କ ସ୍ଥାନ ବଦଳାଇ ଦେଲା ଶ୍ରୀମନ୍ଦିର ପ୍ରଶାସନ ! ନୂଆବର୍ଷ କ୍ୟାଲେଣ୍ଡରରେ ସାଂଘାତିକ ତ୍ରୁଟି
·3 months ago·2 min read

Key Points
- ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଇଂରାଜୀ କ୍ୟାଲେଣ୍ଡରରେ ତ୍ରୁଟି
- ଜଗନ୍ନାଥଙ୍କ ସ୍ଥାନରେ ବଳଭଦ୍ରଙ୍କ ଫଟୋ, ବଳଭଦ୍ରଙ୍କ ସ୍ଥାନରେ ଜଗନ୍ନାଥ
- ରଥଯାତ୍ରାରେ ଆଗେ ଆଗେ ଭଉଣୀ ସୁଭଦ୍ରାଙ୍କ ରଥ
- ମଝିରେ ମହାପ୍ରଭୁ ଜଗନ୍ନାଥ, ଶେଷର ବଳଭଦ୍ରଙ୍କ ରଥ
- ପୁରୀ ଶ୍ରୀମନ୍ଦିରର ନୂଆବର୍ଷ କ୍ୟାଲେଣ୍ଡର ତ୍ରୁଟିକୁ ନେଇ ଅସନ୍ତୋଷ
ପୁରୀ: ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ତ୍ରୁଟି । ଇଂରାଜୀ ନୂଆବର୍ଷ ଉପଲକ୍ଷେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ କ୍ୟାଲେଣ୍ଡରରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛପା ଯାଇଥିବା ଟେବୁଲ୍ କ୍ୟାଲେଣ୍ଡର ଓ କାନ୍ଥ କ୍ୟାଲେଣ୍ଡରରେ ଏକାଧିକ ତ୍ରୁଟି ଦେଖିବାକୁ ମିଳିଛି ।
ଇଂରାଜୀ ନୂଆବର୍ଷ କ୍ୟାଲେଣ୍ଡରରେ ରତ୍ନବେଦୀର ଫଟୋ ରହିଛି । ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପରିବର୍ତ୍ତେ ଶ୍ରୀଜଗନ୍ନାଥ, ସୁଭଦ୍ରା ଓ ବଡ଼ଭାଇ ବଳଭଦ୍ରଙ୍କ ଫଟୋ ରହିଛି । ତାହାକୁ ବି ଠିକ୍ କ୍ରମିକ ଭାବେ ରଖା ଯାଇନାହିଁ ।
ଏଥିସହ ପଢ଼ନ୍ତୁ: ବର୍ଷ ଶେଷରେ ଭାରତର ବଡ଼ ଉପଲବ୍ଧି; ଜାପାନକୁ ଟପି ହେଲା ଦୁନିଆର ଚତୁର୍ଥ ବୃହତ୍ତମ ଅର୍ଥନୀତି
ବଡ଼ଭାଇ ବଳଭଦ୍ରଙ୍କ ଫଟୋ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ଫଟୋ ରହିଛି । ସେହିଭଳି ମହାପ୍ରଭୁ ଜଗନ୍ନାଥଙ୍କ ସ୍ଥାନରେ ରହିଛି ବଳଭଦ୍ରଙ୍କ ଫଟୋ । କ୍ୟାଲେଣ୍ଡରରେ ସୁଦର୍ଶନଙ୍କ ଫଟୋ ନାହିଁ ।
ଇଂରାଜୀ କ୍ୟାଲେଣ୍ଡରର ଆଉ ଏକ ପୃଷ୍ଠାରେ ତିନିରଥ ରହିଛି । ହେଲେ ପରମ୍ପରା ଅନୁସାରେ ତିନିରଥ ଯେଭଳି ଗଡ଼େ ତାକୁ ଛପା ଯାଇ ନାହିଁ । ପ୍ରଥମେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ରହିଥିବା ବେଳେ ମଝିରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଓ ଶେଷରେ ବଳଭଦ୍ରଙ୍କ ରଥ ତାଳଧ୍ଵଜ ରହିଛି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଏଭଳି ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡରକୁ ନେଇ ଜନ ଅସନ୍ତୋଷ ଦେଖା ଦେଇଛି । ପ୍ରଶାସନ ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡର ପ୍ରତ୍ୟାହାର କରିବା ସହ ସଠିକ୍ ସ୍ଥାନରେ ଫଟୋ ସ୍ଥାନିତ କରିବାକୁ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ଦାବି ହୋଇଛି ।
ଏଥିସହ ପଢ଼ନ୍ତୁ: ଥରୁଛି ଓଡ଼ିଶା, ରାଜ୍ୟରେ ଆହୁରି ୩ ଦିନ ପ୍ରବଳ କୁହୁଡ଼ି
ସେବାୟତ କହିଛନ୍ତି, "କ୍ୟାଲେଣ୍ଡର କାମ ରଘୁରାଜପୁରର ପଟ୍ଟଚିତ୍ର କାରିଗରଙ୍କୁ ଦିଆଯାଉ । ଓଡ଼଼ିଶା ଭିତରେ ଓଡ଼ିଆ ଲୋକ ଏଭଳି କରିବା ଭୁଲ୍ ଅଟେ । ଭୁଲ୍ ସଂଶୋଧନ କରାଯାଇ ସଠିକ୍ କ୍ୟାଲେଣ୍ଡର ପ୍ରକାଶ କରାଯାଉ ।"
ତେବେ କ୍ୟାଲେଣ୍ଡର ଛପା ଯିବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ଡମି କପି ଦେଖିଥିଲେ ନା ନାହିଁ । ନା କ୍ୟାଲେଣ୍ଡର ଛାପିବାକୁ ନିର୍ଦ୍ଦେଶ ଦେଇ ଡିଜାଇନ୍ କେହି ଦେଖି ନଥିଲେ । ଏଥିସହ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ସବ୍ କମିଟିର ଭୂମିକା ନେଇ ପ୍ରଶ୍ନ ମଧ୍ୟ ଉଠିଛି । ତ୍ରୁଟିପୂର୍ଣ୍ଣ କ୍ୟାଲେଣ୍ଡର ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ସବ୍ କମିଟିର ପ୍ରତିକ୍ରିୟା ମିଳିପାରି ନାହିଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: