Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ratna Bhandar / ୩ଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତିମଣତି, ସଂପୂର୍ଣ୍ଣ ପ୍ରକ୍ରିୟାର କରାଯିବ ଭିଡିଓଗ୍ରାଫି

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
୩ଟି ପର୍ଯ୍ୟାୟରେ ହେବ ରତ୍ନଭଣ୍ଡାର ଗଣତିମଣତି, ସଂପୂର୍ଣ୍ଣ ପ୍ରକ୍ରିୟାର କରାଯିବ ଭିଡିଓଗ୍ରାଫି
Ratna Bhandar

Key Points

ରତ୍ନଭଣ୍ଡାର ଗଣତିମଣତି ୩ଟି ପର୍ଯ୍ୟାୟରେ ହେବ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ସୂଚନା
ପ୍ରଥମେ ଚଳନ୍ତି ଭଣ୍ଡାରର ଗଣତିମଣତି କରାଯିବ
୨୦୨୬ ବର୍ଷ ରଥଯାତ୍ରାର ଯଥେଷ୍ଟ ପୂର୍ବରୁ ହୋଇପାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି । ତିନିଟି ପର୍ଯ୍ୟାୟରେ ଗଣତିମଣତି ହେବ । ଉଚ୍ଚ ସ୍ତରୀୟ ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ପ୍ରଥମେ ଚଳନ୍ତି ଭଣ୍ଡାରର ଗଣତିମଣତି କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରର ଗଣତିମଣତି ହେବ । ଶେଷ ତଥା ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଗଣତିମଣତି ହେବ । ଭିତର ରତ୍ନଭଣ୍ଡାର ଗଣତିମଣତି ସମୟରେ ପରିଚାଳନା କମିଟିର ସେବକ ପ୍ରତିନିଧି ରହିବେ । ରାଜ୍ୟ ସରକାରଙ୍କ ପକ୍ଷରୁ RBIର ଜଣେ ଅଧିକାରୀ ଉପସ୍ଥିତ ରହିବେ । SBI ଅଧୀକୃତ ବଣିଆଙ୍କୁ ମଧ୍ୟ ରଖିବା ପାଇଁ ଆମେ ପ୍ରସ୍ତାବ ଦେଇଛୁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଗୃହ ଯୁଦ୍ଧରେ ଉଠୁଛି ପଡୁଛି ଶଙ୍ଖ ଶିବିର, ପାଣ୍ଡିଆନ ଓ ବବି କ୍ୟାମ୍ପ ମଧ୍ୟରେ ଚାଲିଛି ଜୋରଦାର ଫାଇଟ୍‌


ସେହିପରି ସେ ଆହୁରି କହିଛନ୍ତି, ଗଣତିମଣତି ସମୟରେ ଜଣେ ବଣିଆ ସେବକ ରହିବେ । ୧୯୭୮ ମସିହା ଗଣତିମଣତି ତାଲିକା ରିପୋର୍ଟ ସହ ମେଳକ କରାଯିବ । ଭିତର ରତ୍ନଭଣ୍ଡାରର ଗଣତିମଣତି ଶେଷ ପରେ ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ । ସମସ୍ତ ଗଣତିମଣତି ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ । ଗଣତିମଣତି ସମୟରେ ଅଧିକୃତ ବ୍ୟକ୍ତିମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ । ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି । ଖୁବଶୀଘ୍ର ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ଗଣତି ମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ହେବ ନାହିଁ । ବାହାର କାଠରୁ ଭକ୍ତ ଦର୍ଶନ କରିବେ । ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Srimandir Ratna Bhandar Inventory to Be Done in Three Phases, Videography Planned | Argus News