Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Politics

BJD Internal Conflict / ଗୃହ ଯୁଦ୍ଧରେ ଉଠୁଛି ପଡୁଛି ଶଙ୍ଖ ଶିବିର, ପାଣ୍ଡିଆନ ଓ ବବି କ୍ୟାମ୍ପ ମଧ୍ୟରେ ଚାଲିଛି ଜୋରଦାର ଫାଇଟ୍‌

Santosh Kumar Sahoo
Browse all articles by Santosh Kumar Sahoo
·6 months ago·2 min read
ଗୃହ ଯୁଦ୍ଧରେ ଉଠୁଛି ପଡୁଛି ଶଙ୍ଖ ଶିବିର, ପାଣ୍ଡିଆନ ଓ ବବି କ୍ୟାମ୍ପ ମଧ୍ୟରେ ଚାଲିଛି ଜୋରଦାର ଫାଇଟ୍‌
Bobby vs Pandian

Key Points

ବିଜେଡି ଉତ୍ତରାଧିକାରୀ ଲଢ଼େଇ
ବବି ବନାମ ପାଣ୍ଡିଆନ
ବେଲଗାମ ହେଉଛନ୍ତି ବିଜେଡି ନେତା, ନେତୃତ୍ୱଙ୍କର ନାହିଁ କର୍ତ୍ତୃତ୍ୱ
ବବି ନା ପାଣ୍ଡିଆନ । କିଏ ହେବେ ବିଜେଡିର ଉତ୍ତରାଧିକାରୀ । ଦିନେ ପରମ ମିତ୍ର କୁହାଯାଉଥିବା ବବି-ପାଣ୍ଡିଆନ ଯୋଡ଼ି ଏବେ ଉତ୍ତରାଧିକାରୀ ଲଢେଇରେ ପରମ ଶତ୍ରୁ ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ବିଜେଡିରେ ଏବେ ଏ ଦୁଇ ଜଣଙ୍କ ଭିନ୍ନ ଭିନ୍ନ କ୍ୟାମ୍ପ୍ ସହ କେତେକ ବରିଷ୍ଠ ନେତାଙ୍କୁ ନେଇ ଏକ ତୃତୀୟ କ୍ୟାମ୍ପ ବି ଆକ୍ଟିଭ୍ ଅଛି । ଉତ୍ତରାଧିକାରୀ ଲଢ଼େଇରେ ବିଜେଡି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବା ଚର୍ଚ୍ଚା ବି ଜୋର ଧରିଛି ।

ଅଧିକ ପଢ଼ନ୍ତୁ: ଦୋମୁଣ୍ଡିଆ ଉପାଖ୍ୟାନ ରଖି ଧୋଇଲେ ମୁନ୍ନା ଖାଁ, ନାଁ ନ ନେଇ ପାଣ୍ଡିଆନଙ୍କୁ ପିଟିବାକୁ ଦେଲେ ଧମକ


କିଏ ହେବ ବିଜେଡିର ଉତ୍ତରାଧିକାରୀ ? କାହା କାନ୍ଧରେ ଆଗକୁ ବଢିବ ବିଜେଡି ? ୟାକୁ ନେଇ ବିଜେଡିରେ ଲାଗିଥିବା ଗୃହ ଯୁଦ୍ଧ ଥମିବାର ନାଁ ଧରୁନି । ଉତ୍ତରାଧିକାରୀ ରେସର ଆଗରେ ଥିବା ଭୈରବ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଏଣ୍ଟ୍ରି ତ ହୋଇ ନାହିଁ କିନ୍ତୁ ପ୍ରତିଷ୍ଠା ଦିବସରୁ ଅଧିକ ଉଗ୍ର ହୋଇଛି ବିଜେଡି କଳି । ବଦ୍ରିଙ୍କ ବିଷୋଦଗାର, ମୁନ୍ନାଙ୍କ ମାଡ଼ ଥିଓରୀ ଆଉ ପ୍ରଭାତଙ୍କ ପାଣ୍ଡିଆନ ବନ୍ଦନା ଏବେ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ କରିଛି ବେଶ ସରଗରମ । ମାତ୍ର ବେଲଗାମ ନେତାଙ୍କ ଉପରେ ଲଗାମ କଷିବାକୁ ବଳ ଜୁଟାଇ ପାରୁ ନାହାନ୍ତି ବିଜେଡି ସୁପ୍ରିମୋ । ଫଳରେ ଅଧିକ ତୀବ୍ର ହେଉଛି ବୟାନ ବାଜି ।

ସେପଟେ ପୂର୍ବରୁ ପରମ ମିତ୍ର କୁହାଯାଉଥିବା ବବି ପାଣ୍ଡିଆନ ଯୋଡ଼ି ଏବେ ଉତ୍ତରାଧିକାରୀ ଲଢେଇରେ ପରମ ଶତ୍ରୁ ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ବିଜେଡିରେ ଏବେ ପାଣ୍ଡିଆନ କ୍ୟାମ୍ପ ବନାମ ବବି କ୍ୟାମ୍ପ ଭିତରେ ଚାଲିଛି ଜୋରଦାର ଫାଇଟ । କେବଳ ଏହି ଦୁଇ କ୍ୟାମ୍ପ ନୁହେଁ ବରଂ ତୃତୀୟ କ୍ୟାମ୍ପରେ କିଛି ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟ ଚଳାଇଛନ୍ତି ଗୋଟିଚାଳନା । ଦଳର ବରିଷ୍ଠ ଉପସଭାପତି କହିଛନ୍ତି ଯାହା ଚର୍ଚ୍ଚା ଆଲୋଚନା ହେଉଛି ତାହା ଗୁଜବ ବୋଲି ସୁପ୍ରିମୋ ସ୍ପଷ୍ଟ କରିବା ପରେ ଆଉ କିଛି କନ୍ଦଳ ନାହିଁ ।


ଅଧିକ ପଢ଼ନ୍ତୁ: କେରଳରେ ପ୍ରଥମ ଥର ପାଇଁ ମେୟର ପଦବୀ ଜିତି ଇତିହାସ ରଚିଲା ବିଜେପି



ପ୍ରଶ୍ନ ବିଜେଡିରେ ଚାଲିଥିବା ଏହି ଉତ୍ତରାଧିକାରୀ ଲଢେଇ ଆଗକୁ କେଉଁ ରୂପ ନେବ ? ଉତ୍ତରାଧିକାରୀ ଲଢେଇରେ ଭାଙ୍ଗିଯିବ କି ବିଜେଡି ? ନା ସବୁଥର ପରି କିଛି ସରପ୍ରାଇଜ କାର୍ଡ ଖେଳି ସମସ୍ତଙ୍କୁ ଚକିତ କରିଦେବେ ନବୀନ ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BJD Faces Internal Turmoil as Pandian and Bobby Camps Lock Horns | Argus News