Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨୨ ମାସରେ ୧୦ରୁ ଊର୍ଦ୍ଧ୍ଵ ସେବକ ନିଲମ୍ବିତ; ତଥାପି ଶ୍ରୀମନ୍ଦିରରେ ବଢୁଛି ବିଶୃଙ୍ଖଳା !

Odisha

Puri Srimandir / ୨୨ ମାସରେ ୧୦ରୁ ଊର୍ଦ୍ଧ୍ଵ ସେବକ ନିଲମ୍ବିତ; ତଥାପି ଶ୍ରୀମନ୍ଦିରରେ ବଢୁଛି ବିଶୃଙ୍ଖଳା !

Sushanta Sahoo
Browse all articles by Sushanta Sahoo
·1 hour ago·2 min read
୨୨ ମାସରେ ୧୦ରୁ ଊର୍ଦ୍ଧ୍ଵ ସେବକ ନିଲମ୍ବିତ; ତଥାପି ଶ୍ରୀମନ୍ଦିରରେ ବଢୁଛି ବିଶୃଙ୍ଖଳା !
Puri Srimandir Faces Discipline Crisis

Key Points

କେବେ ବିଳମ୍ବିତ ନୀତି, ପୁଣି କେବେ ସେବକ-ସେବକଙ୍କ ମଧ୍ୟରେ ବିଶୃଙ୍ଖଳା ପ୍ରଶାସନର ଚିନ୍ତା ବଢ଼ାଉଛି । ନୂଆ ମୁଖ୍ୟ ପ୍ରଶାସକଙ୍କ ସମୟରେ ବିଶୃଙ୍ଖଳା ପାଇଁ ୨୨ ମାସରେ ନିଲମ୍ବନ ହୋଇଛନ୍ତି ୧୦ରୁ ଊର୍ଦ୍ଧ୍ବ ସେବକ, ତଥାପି ପଶୁନି ଚେତା ।
ପୁରୀ: ଆଗକୁ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ହେଲେ ଏହା ପୂର୍ବରୁ ଶ୍ରୀମନ୍ଦିର ନୀତି ଶୃଙ୍ଖଳା ସହ ସେବକ ଶୃଙ୍ଖଳା ପ୍ରଶାସନ ପାଇଁ ବଡ଼ ଚିନ୍ତା ପାଲଟିଛି । ନୂଆ ମୁଖ୍ୟ ପ୍ରଶାସକ ଆସିବା ପରେ ବିଶୃଙ୍ଖଳା ବିରୋଧରେ ସର୍ବାଧିକ ଆକ୍ସନ ନିଆଯାଇଛି, ହେଲେ ତଥାପି ଶୃଙ୍ଖଳା ଆସୁନି ।

ବିଗତ ୨୨ ମାସରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୦ରୁ ଊର୍ଦ୍ଧ୍ଵ ସେବକ ନିଲମ୍ବିତ ହୋଇଛନ୍ତି । ଚଳିତ ବର୍ଷ ନୀତି ଶୃଙ୍ଖଳା ଉପରେ ମୁଖ୍ୟ ଫୋକସ ରହିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ଏଥିସହ ପଢ଼ନ୍ତୁ: ମାଟି ତଳେ ୨ ହଜାର ବର୍ଷ ତଳର ବିକଶିତ ସହର; ମିଳିଲା ତାମ୍ର ଯୁଗର ପଥର କୁରାଢ଼ି 

ରଥଯାତ୍ରା ପାଖେଇ ଆସୁଥିବା ବେଳେ ଶ୍ରୀମନ୍ଦିରରେ ନୀତି ଓ ସେବକ ଶୃଙ୍ଖଳା ଚିନ୍ତା । କେବେ ବିଳମ୍ବିତ ନୀତି, ପୁଣି କେବେ ସେବକ-ସେବକଙ୍କ ମଧ୍ୟରେ ବିଶୃଙ୍ଖଳା ପ୍ରଶାସନର ଚିନ୍ତା ବଢ଼ାଉଛି । ନୂଆ ମୁଖ୍ୟ ପ୍ରଶାସକଙ୍କ ସମୟରେ ବିଶୃଙ୍ଖଳା ପାଇଁ ୨୨ ମାସରେ ନିଲମ୍ବନ ହୋଇଛନ୍ତି ୧୦ରୁ ଊର୍ଦ୍ଧ୍ବ ସେବକ, ତଥାପି ପଶୁନି ଚେତା ।

କେବେ କାହା ଉପରେ କାର୍ଯ୍ୟାନୁଷ୍ଠାନ ?

  • ୩୦ ଜୁଲାଇ ୨୦୨୪: ଅନଧିକୃତ ବ୍ୟକ୍ତିଙ୍କୁ ରଥ ଉପରେ ଚଢ଼ାଉ ଥିବାରୁ ଦଇତାପତି ସେବକଙ୍କୁ ନୋଟିସ୍ ସହ ୭ ଦିନ ପର୍ଯ୍ୟନ୍ତ ପାଉଣା ବନ୍ଦ ହୋଇଥିଲା ।
  • ୧୦ ଅଗଷ୍ଟ ୨୦୨୪: ନୀତି କରିବାକୁ ୩୫ ମିନିଟ ବିଳମ୍ବରେ ପହଞ୍ଚିଥିବା ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଥିଲା ।
  • ୧୯ ଅକ୍ଟୋବର ୨୦୨୪: ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ ଅଭିଯୋଗରେ ପନ୍ତି ବଡୁ ସେବକ ନିଲମ୍ୱିତ ହୋଇଥିଲେ ।
  • ୧ ନଭେମ୍ବର ୨୦୨୪: ରୋଷଘରେ ଲୁହା କଡ଼େଇ ବ୍ୟବହାର କରିବା ଯୋଗୁଁ ୩ ସୂପକାର ସେବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହ ଜଣେ ପାଳିଆ ସେବକ ନିଲମ୍ୱିତ ହୋଇଥିଲେ ।
  • ୨୦୨୫ ନଭେମ୍ବର: ଯାତ୍ରୀଙ୍କ ଠାରୁ ବେନିୟମ ଅର୍ଥ ଆଦାୟ ଓ ମାରପିଟ୍ ଅଭିଯୋଗରେ ସୁଆର ବଡୁ ସେବକ ନାରାୟଣ ପଣ୍ଡା ଓ ଖୁଣ୍ଟିଆ ସେବକ ରାଜାରାମ ଖୁଣ୍ଟିଆଙ୍କୁ ୨ ମାସ ପାଇଁ ନିଲମ୍ବନ କରାଯାଇଥିଲା ।
  • ୧୪ ମାର୍ଚ୍ଚ ୨୦୨୬ରେ ନୀତି ବିଳମ୍ବ ପାଇଁ ରାମକୃଷ୍ଣ ଖୁଣ୍ଟିଆ ଏବଂ ୨୩ ମାର୍ଚ୍ଚ ୨୦୨୬ରେ ଅନୈତିକ କାର୍ଯ୍ୟ ପାଇଁ ଦଇତାପତି ସେବକଙ୍କୁ ନିଲମ୍ୱିତ କରାଯାଇଥିଲା । ଏତେ ସବୁ କାର୍ଯ୍ୟାନୁଷ୍ଠାନ ପରେ ବି ପ୍ରଶ୍ନ ଉଠୁଛି- ଆଉ କେବେ ଆସିବ ଶୃଙ୍ଖଳା?

ସେପଟେ ମହାପ୍ରଭୁଙ୍କ ନୀତିକାନ୍ତିରେ ବି ସୁଧାର ଆସୁନି । ଭିତର ଚନ୍ଦନ ଯାତ୍ରା ସମୟରେ ସାବିତ୍ରୀ ଅମାବାସ୍ୟାରେ ମହାପ୍ରଭୁଙ୍କ ପହୁଡ ନୀତି ହୋଇ ନଥିବା ବେଳେ ପୁଣି ଥରେ ବୁଧବାର ରାତିରେ ମଧ୍ୟ ପହୁଡ଼ ହୋଇପାରିନାହିଁ ।

ଏଥିସହ ପଢ଼ନ୍ତୁ: ସାରା ରାତି ଅନିଦ୍ରା ରହିଲେ ମହାପ୍ରଭୁ, ବିଳମ୍ବିତ ନୀତି ପାଇଁ ହେଲାନି ପହୁଡ଼ 

କେବଳ ସେତିକି ନୁହେଁ, ଗୁରୁବାର ଭୋର୍ ୪ଟା ୩୦, ଶୁକ୍ରବାର ୪ଟା ୨୦ ଓ ଶନିବାର ରାତି ୧ଟା ୫୦ ରେ ମହାପ୍ରଭୁଙ୍କ ପହୁଡ଼ ହୋଇଛି, ଯାହା ସେବକ ଓ ପ୍ରଶାସନ ମଧ୍ୟରେ ସମନ୍ୱୟର ଅଭାବକୁ ସ୍ପଷ୍ଟ କରୁଛି । ଯଦି ନୀତିରେ ସୁଧାର ନଆସେ ତେବେ ଆଗାମୀ ଦିନରେ ରଥଯାତ୍ରା ପରିଚାଳନା ବୁମେରାଂ ହୋଇପାରେ ବୋଲି ମତ ପ୍ରକାଶ ପାଇଛି ।

ନୀତି ତ୍ଵରାନ୍ଵିତ କରିବା ପାଇଁ ସ୍ୱତନ୍ତ୍ର ନୀତି ପ୍ରଶାସକ ରହିଛନ୍ତି । ମୁଖ୍ୟ ପ୍ରଶାସକ ମଧ୍ୟ ନୀତି ଶୃଙ୍ଖଳା ନେଇ କ୍ରମାଗତ ବୈଠକ କରୁଛନ୍ତି । ଏହାସହିତ ଉପ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ପ୍ରତି ମାସରେ ସମୀକ୍ଷା ବୈଠକ ବସୁଛି । ହେଲେ ଏ ସବୁ ସତ୍ତ୍ୱେ ବଡ଼ ପ୍ରଶ୍ନ- ଆଉ କେବେ ହେବ ପ୍ରକୃତ ସମନ୍ଵୟ? ଆଉ କେବେ ଆସିବ ପୂର୍ଣ୍ଣ ଶୃଙ୍ଖଳା ?
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Disorder Grows in Srimandir Despite Suspension of Over 10 Servitors | Argus News | Argus News