SSB Exam / SSB ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଳର୍କ ନିଯୁକ୍ତି ପରୀକ୍ଷା ପାଇଁ ତାରିଖ ଘୋଷଣା
·18 mins ago·2 min read

Key Points
ବାତ୍ୟା ପାଇଁ ଘୁଞ୍ଚିଥିଲା ପରୀକ୍ଷା । ଏବେ SSB ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ଡିସେମ୍ବର ୩ ଓ ୪ ତାରିଖ ଦିନ ପରୀକ୍ଷା ଅନୁଷ୍ଠିତ ହେବ ।
ଭୁବନେଶ୍ଵର: ବାତ୍ୟା 'ଅକଭାନ' ପାଇଁ ଘୁଞ୍ଚିଥିବା ପରୀକ୍ଷା ତାରିଖ ପ୍ରକାଶ ପାଇଛି । SSB ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି ।
ଉଭୟ ପରୀକ୍ଷା ଲାଗି ଶୁକ୍ରବାର SSB ପକ୍ଷରୁ ନୂତନ ତାରିଖ ପ୍ରକାଶିତ ହୋଇଛି । ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପଦବୀ ପାଇଁ ଡିସେମ୍ବର ୩ ଓ ୪ ତାରିଖ ଦିନ ପରୀକ୍ଷା ଅନୁଷ୍ଠିତ ହେବ । ପୂର୍ବରୁ ନଭେମ୍ବର ୨୧ ଓ ୨୩ ତାରିଖରେ ପରୀକ୍ଷା ହେବାର ଥିଲା । ତେବେ ବାତ୍ୟା 'ଅକଭାନ' ପାଇଁ SSB ପରୀକ୍ଷାକୁ ସ୍ଥଗିତ ରଖିଥିଲା ।
ଏଥିସହ ପଢ଼ନ୍ତୁ: ୧୯୯୫ ପରେ ନଭେମ୍ବର ମାସରେ ବାତ୍ୟା ଦେଖିଲା ଗୋପାଳପୁର
ତେବେ ଅନ୍ୟ ତାରିଖର CBT ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ହେବ । ପୂର୍ବ ନିର୍ଦ୍ଧାରିତ ତାରିଖ ନଭେମ୍ବର ୨୫ ଓ ୨୭ ତାରିଖ ଏବଂ ଡିସେମ୍ବର ୧ ଏବଂ ୨ ତାରିଖରେ CBT ପରୀକ୍ଷା ଅନୁଷ୍ଠିତ ହେବ ।
୨୧ ତାରିଖରୁ ଆଡମିଟ୍ କାର୍ଡ
ସମସ୍ତ ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ଟାରୁ SSB ୱେବସାଇଇଟକୁ ଯାଇ ପରୀକ୍ଷା ପାଇଁ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି SSB ପକ୍ଷରୁ ସୂଚନା ଦିଆଯାଇଛି ।
ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି
ସେପଟେ ବାତ୍ୟା ପାଇଁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ନଭେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ୪୪ ହଜାର ୯୦୯ ଜଣ ଭୂମିହୀନ ଚିହ୍ନଟ; ରାୟଗଡ଼ା ଜିଲ୍ଲାରେ ସର୍ବାଧିକ
ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ମିଆଦି ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣର ଶେଷ ତାରିଖର ନଭେମ୍ୱର ୨୨ ରହିଥିଲା । ଏବେ ବାତ୍ୟା 'ଅକଭାନ'କୁ ଦୃଷ୍ଟିରେ ରଖି ବୋର୍ଡ ଫର୍ମ ପୂରଣ ତାରିଖ ବୃଦ୍ଧି କରିଛି ।

Revised Date for CBT Exam: https://t.co/ZpBFCKCysk
— I & PR Department, Odisha (@IPR_Odisha) November 20, 2026
୨୧ ତାରିଖରୁ ଆଡମିଟ୍ କାର୍ଡ
ସମସ୍ତ ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ଟାରୁ SSB ୱେବସାଇଇଟକୁ ଯାଇ ପରୀକ୍ଷା ପାଇଁ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି SSB ପକ୍ଷରୁ ସୂଚନା ଦିଆଯାଇଛି ।
ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି
ସେପଟେ ବାତ୍ୟା ପାଇଁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି । ନଭେମ୍ୱର ୩୦ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରି ପାରିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ । ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ଏଥିସହ ପଢ଼ନ୍ତୁ: ରାଜ୍ୟରେ ୪୪ ହଜାର ୯୦୯ ଜଣ ଭୂମିହୀନ ଚିହ୍ନଟ; ରାୟଗଡ଼ା ଜିଲ୍ଲାରେ ସର୍ବାଧିକ
ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ଫର୍ମ ପୂରଣ ତାରିଖ ମିଆଦି ବୃଦ୍ଧି କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପୂର୍ବରୁ ମାଟ୍ରିକ ପରୀକ୍ଷା ଫର୍ମ ପୂରଣର ଶେଷ ତାରିଖର ନଭେମ୍ୱର ୨୨ ରହିଥିଲା । ଏବେ ବାତ୍ୟା 'ଅକଭାନ'କୁ ଦୃଷ୍ଟିରେ ରଖି ବୋର୍ଡ ଫର୍ମ ପୂରଣ ତାରିଖ ବୃଦ୍ଧି କରିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: