Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦିଲ୍ଲୀରେ ରାଜ୍ୟ ବିଜେପିର ମାନସ ମନ୍ଥନ

Odisha

ଦିଲ୍ଲୀରେ ରାଜ୍ୟ ବିଜେପିର ମାନସ ମନ୍ଥନ

Jitendra Dash
Browse all articles by Jitendra Dash
·2 years ago·2 min read
ଦିଲ୍ଲୀରେ ରାଜ୍ୟ ବିଜେପିର ମାନସ ମନ୍ଥନ

ଅର୍ଗସ ବ୍ୟୁରୋ : ବିଜେପିର ତୃତୀୟ ପର୍ଯ୍ୟାୟ ତାଲିକାରେ ଆସିପାରେ ଓଡିଶାର ପ୍ରାର୍ଥୀଙ୍କ ନାମ । ୧୪୭ ବିଧାନସଭା ଆସନ ଏବଂ ୨୧ ଲୋକସଭା ଆସନକୁ ନେଇ ଦିଲ୍ଲୀରେ ଦୁଇ ଦିନ ଧରି ଚାଲିଛି ମାସନ ମନ୍ଥନ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ରାଜ୍ୟ କୋର କମିଟିର ରିପୋର୍ଟକୁ ନେଇ ଚଳାଇଛନ୍ତି ତର୍ଜମା । ଯାହାକୁ ନେଇ ଦଳର ବିଧାୟକ କହିଛନ୍ତି ରାଜ୍ୟ ଯାହା ସ୍ଥିର କରିଛି ତାହା କେନ୍ଦ୍ରକୁ ଜଣାଇବାର ଆବଶ୍ୟକତା ଅଛି କିନ୍ତୁ ବିଜେପି ଏକାକୀ ଲଢିବା ପାଇଁ ପ୍ରସ୍ତୁତ ହେଉଛି ।  ସେଥିପାଇଁ, ଗାଁକୁ ଚାଲ, ବୁଥକୁ ଚାଲ ଭଳି ଅଭିଯାନ କରୁଛି ଦଳ ।

ସେପଟେ ତାରିଖ ଘୋଷଣା ପରେ ଗ୍ରାଉଣ୍ଡ ମୁହାଁ ବିଜେପି-ବିଜେଡି ନେତା । ଦିନିକିଆ ଗସ୍ତରେ ନବରଙ୍ଗପୁର ଆସି ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଛତିଶଗଡ ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ଗସ୍ତ ଅବସରରେ ମୋଟର ସାଇକେଲରେ ରାଲିରେ ସହର ପରିକ୍ରମା କରିବା ସହ ଚାହା ଦୋକାନ ରେ ଅଟକି ଲୋକଙ୍କ ଚର୍ଚ୍ଚା କରିଥିଲେ । ଏହା ପରେ କର୍ମୀଙ୍କ ସହ ଆଲୋଚନା କରିବା ପରେ ବ୍ୟବସାୟୀ ସଂଘ ସହ କରିଥିଲେ ଆଲୋଚନା । ଶେଷରେ ଲାଭାର୍ଥି ଯୋଜନା ସମ୍ମିଳନୀ, ଜନ ସଂପର୍କ ଶିବିରରେ ଯୋଗ ଦେବା ସହ ଆବାସ ଯୋଜନା ହିତାଧିକାରୀ ଙ୍କ ଘରକୁ ଯାଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ସଂସଦୀୟ କ୍ଷତ୍ରର ସମୀକ୍ଷା କରି ନବୀନ ଟିକେଟ୍ ଅଙ୍କ କଷୁଥିବା ବେଳେ ଆଶା ଆଶଙ୍କାରେ ରହିଛନ୍ତି ବିଜେଡି ନେତା । ତଥାପି ସୁପ୍ରିମୋଙ୍କ ନିର୍ଦେଶ ଅନୁଯାୟୀ ସମୀକ୍ଷା ପରେ ଗ୍ରାଉଣ୍ଡ ଯିବାକୁ ପ୍ରସ୍ତୁତି ଚଳାଇଛନ୍ତି ଆଗଧାଡିର ନେତା । ଏ ସବୁଭିତରେ ଓ୍ବେଟ୍ ଆଣ୍ଡ ଓ୍ବାଚ୍ ପଲିସିରେ ଦଳ ଡିଆଁ ନେତାଙ୍କୁ ଅପେକ୍ଷା କରିଛି କଂଗ୍ରେସ । ନିର୍ବାଚନ ପ୍ରସ୍ତୁତି ଅଳ୍ପ ମାତ୍ରାରେ ଗତି ଧରିଥିବା ବେଳେ ତିନି ଦଳ କେବେ ସୁଧା ପ୍ରାର୍ଥୀଙ୍କ ନାମ ଘୋଷଣା କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
 

Argus Whatsapp Channel Mobile Top
Sponsored
State BJP Manas Manthan in Delhi | Argus News