ରାଜ୍ୟ ଉପସଭାପତି ଗୋଲକ ମହାପାତ୍ରଙ୍କ ପିତା ରାମକୃଷ୍ଣ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ
ଅର୍ଗସ ବ୍ୟୁରୋ : ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ରଙ୍କ ପିତା ଶ୍ରୀ ରାମକୃଷ୍ଣ ମହାପାତ୍ରଙ୍କ ଆଜି ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ ଘଟିଛି । ସ୍ୱର୍ଗତଃ ରାମକୃଷ୍ଣ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ଏକାଧାରରେ ଜଣେ ଲେଖକ, ଗାଳ୍ପିକ ଥିଲେ । ସ୍ୱର୍ଗତଃ ରାମକୃଷ୍ଣ ଅନେକ ବହି ଲେଖିବା ସହ ନାଟ୍ୟ ନିର୍ଦ୍ଦେଶକ ଥିଲେ । ଗୀତା ଓ ଭାଗବତ ଇତ୍ୟାଦି ଧର୍ମଗ୍ରନ୍ଥର ପ୍ରବଚନ ଦେଇଛନ୍ତି ସ୍ୱର୍ଗତଃ ରାମକୃଷ୍ଣ । ସ୍ୱର୍ଗତଃ ରାମକୃଷ୍ଣ ଢେଙ୍କାନାଳର ଲତାଦେଇପୁରରେ ଜନ୍ମଗ୍ରହଣ କରିଥିଲେ । ପେଶାରେ କମ୍ପାଉଣ୍ଡର ଥିବା ସ୍ୱର୍ଗତଃ ମହାପାତ୍ର ରୋଗୀସେବା କ୍ଷେତ୍ରର ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହ ଅନେକ ସାମାଜିକ ଓ ଧାର୍ମିକ ଅନୁଷ୍ଠାନ ସହ ମଧ୍ୟ ଯୋଡି ହୋଇଥିଲେ ।
ଯୋରଦ୍ଧା ହାଇସ୍କୁଲ ନିର୍ମାଣରେ ମଧ୍ୟ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ ସ୍ୱର୍ଗତଃ ମହାପାତ୍ର । ସ୍ୱର୍ଗତଃ ରାମକୃଷ୍ଣଙ୍କ ୪ଟି ପୁତ୍ର । ବଡପୁଅ ହେଲେ ଗୋକୁଳପ୍ରସାଦ ମହାପାତ୍ର, ଦ୍ୱିତୀୟ ପୁତ୍ର ଗୋପାଳପ୍ରସାଦ ମହାପାତ୍ର, ତୃତୀୟ ପୁତ୍ର ଗୋଲକ ପ୍ରସାଦ ମହାପାତ୍ର ଓ ଚତୁର୍ଥ ପୁତ୍ର ଗିରିଶ ମହାପାତ୍ର । ସ୍ୱର୍ଗତଃ ରାମକୃଷ୍ଣଙ୍କ ପ୍ରେରଣାରେ ୪ପୁତ୍ର ସମାଜସେବା କରୁଛନ୍ତି । ସ୍ୱର୍ଗତଃ ରାମକୃଷ୍ଣ “ସଂସ୍କୃତି ତୀର୍ଥ” ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସ୍ୱର୍ଗତଃ ରାମକୃଷ୍ଣଙ୍କ ଶେଷ ସମୟରେ ତାଙ୍କ ପାଖରେ ସପରିବାର ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨ସ୍ୱର୍ଗତଃ ରାମକୃଷ୍ଣଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତୃବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତଃ ରାମକୃଷ୍ଣଙ୍କ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।