Videos
|
Odisha

ଖେଳାଳିଙ୍କ ସହ ରାଜ୍ୟ ସରକାରଙ୍କ ଖେଳ, ଶାନ୍ତି ଭୋଇ ସ୍ଥାନରେ ଲେଖିଦେଲେ ରାଜଲକ୍ଷ୍ମୀ

Jitendra Dash
Browse all articles by Jitendra Dash
·2 years ago·1 min read
ଖେଳାଳିଙ୍କ ସହ ରାଜ୍ୟ ସରକାରଙ୍କ ଖେଳ, ଶାନ୍ତି ଭୋଇ ସ୍ଥାନରେ ଲେଖିଦେଲେ ରାଜଲକ୍ଷ୍ମୀ

ଅର୍ଗସ ବ୍ୟୁରୋ : ଖେଳାଳିଙ୍କ ସହ ରାଜ୍ୟ ସରକାରଙ୍କ ଖେଳ । ଖେଳିବା ଆଗରୁ ହରାଇଦେଲା ସିଏଚଏସଇ ଓ ସରକାରୀ ଅଧିକାରୀ ଖାମଖିଆଲି ମନୋଭାବ । ବକ୍ସିଂ ଖେଳାଳିଙ୍କ ସହ ଖେଳ ଖେଳିଛି ସିଏଚଏସଇ । ଯାହାର ତଥ୍ୟ ଲାଗିଛି  ଅର୍ଗସ ହାତରେ । ସୋନପୁର ସାନବର୍ଡାକଟା ଗାଁର ଶାନ୍ତି ଭୋଇ । ଶାନ୍ତି ଭୋଇ +୨ ରାଜ୍ୟ ସ୍ତରୀୟ ବକ୍ସିଂ ୪୫ KG ବର୍ଗରେ ଖେଳି ପ୍ରଥମ ହୋଇଥିଲେ । ଫଳରେ ସେ ଜାତୀୟ ସ୍ତରକୁ ଉନ୍ନୀତ ହୋଇଥିଲେ । କିନ୍ତୁ ସିଏଚଏସଇ ଜାତୀୟସ୍ତରକୁ ଯେଉଁ ଚିଠି ପଠାଇଛି, ସେଥିରେ ତାଙ୍କ ନାଁ ବଦଳରେ ଆଉ ଜଣଙ୍କ ନାଁ ରହିଛି  । 

ଅଧିକ ପଢନ୍ତୁ ଓଡ଼ିଶା ଖବର

 

୪୫ କେଜି ବଦଳରେ ୪୮ କରାଯାଇଛି । ବର୍ତ୍ତମାନ ବିନୋଦବିହାର ଇଷ୍ଟ ଦିଲ୍ଲୀରେ SGFI under 19 Girls National Boxing ହେଉଛି । ଫଳରେ  ଜାତୀୟସ୍ତରରେ ଖେଳିପାରିନାହାନ୍ତି ଶାନ୍ତି। କେବଳ ସାର୍ଟିଫିକେଟ ଖଣ୍ଡେ ପାଇଁ ଏବେ ୫୧ କେଜି ବର୍ଗରେ ଖେଳିବାକୁ ଅନୁମତି ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଏଭଳି ଅବହେଳା ପାଇଁ ଦାୟୀ କିଏ ? ଶାନ୍ତି ଭୋଇ ସ୍ଥାନରେ କିଏ ଲେଖିଲା ରାଜଲକ୍ଷ୍ମୀ ଭୋଳ । ଯୋଗ୍ୟ ବିବେଚିତ ହୋଇ କାହିଁକି ଖେଳିପାବନି ଶାନ୍ତି ଭୋଇ । ସିଏଚଏସଇ ବିଭାଗର ଦୋଷୀ କର୍ମଚାରୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟନୁଷ୍ଠାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: