ବି.ଏସ୍.କେ.ୱାଇ ନବୀନ କାର୍ଡକୁ ନେଇ ବିବାଦରେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : ବି.ଏସ୍.କେ.ୱାଇ ଯୋଜନାରୁ ବଞ୍ଚିତ ଲୋକଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ବି.ଏସ୍.କେ.ୱାଇ ନବୀନ କାର୍ଡ । ତେବେ କାର୍ଡର ସଚେତନତା ନାଁ ରେ ଗାଁ ଗାଁରେ ପ୍ରଚାରକୁ ନେଇ ଦେଖାଦେଇଛି ବିବାଦ । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ସରକାର ସଚେତନତା ନାଁରେ ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ । ଭ୍ରଷ୍ଟାଚାରକୁ ଘଣ୍ଟ ଘୋଡ଼ାଇବା ଲାଗି ବିଜେଡି ସରକାର ଦ୍ବିତୀୟ ପର୍ଯ୍ୟାୟ ଲୁଟ୍ ଆରମ୍ଭ କରିଥିବା ଅଭିଯୋଗ କରିଛି ବିଜେପି ।
ଏହାଛଡ଼ା ବିଏସକେୱାଇ କାର୍ଡରେ ବଡ଼ ସ୍କାମ୍ ଚାଲିଥିବା ଅଭିଯୋଗ କରିଛି ବିଜେପି । ଅନେକ ହସ୍ପିଟାଲ ରୋଗୀଙ୍କ କାର୍ଡକୁ ସ୍ବାଇପ୍ କରି ପଇସା ଉଠାଇ ନେଉଛନ୍ତି । ରୋଗୀଙ୍କୁ କିଛି ପଇସା ଦେଇ କାର୍ଡ ସ୍ଵାଇପ କରାଯାଉଛି । ଏଥିପାଇଁ ଫେକ୍ ରୋଗୀଙ୍କ ଲମ୍ବା ତାଲିକା ପ୍ରସ୍ତୁତ ହୋଇଥିବା ଅଭିଯୋଗ କରିଛି ଦଳ । ବିଜେଡିର ଜବାବ ବିରୋଧୀଙ୍କ ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ନବୀନ କାର୍ଡକୁ କରୁଛନ୍ତି ବିରୋଧ ।
ଗୋଟିଏପଟେ ବିଏସକେୱାଇ ନବୀନ କାର୍ଡର ଯୋରଦାର ପ୍ରଚାର ଅନ୍ୟପଟେ ମୋଦିଙ୍କୁ ଶ୍ରେୟ ଚାଲିଯିବା ଡରରେ ଆୟୂଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁନକରି ପ୍ରବାସୀ ଓଡ଼ିଆଙ୍କୁ ବିଜେଡି ସରକାର କରୁଛନ୍ତି ଅତ୍ୟାଚାର । କାରଣ ରାଜ୍ୟ ବାହାରେ କାମ ଦେଉନି ବିଏସକେୱାଇ କାର୍ଡ । ବିଜେଡି ସରକାରଙ୍କ ଯିଦ ଯୋଗୁଁ ଚିକିତ୍ସା ନପାଇ ପ୍ରାଣ ହରାଉଛନ୍ତି ପ୍ରବାସୀ ଓଡ଼ିଆ । କେନ୍ଦ୍ର ସରକାରଙ୍କ ବାରମ୍ଭାର ଅନୁରୋଧ ପରେ ବି ଆଯୁଷ୍ମନ ଭାରତ ଲାଗୁକରୁନାହାନ୍ତି ରାଜ୍ୟ ସରକାର ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର
ଭଦ୍ରକ ଜିଲ୍ଲା ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ରାମେଶ୍ବରପୁର ଗାଁର ଦଶରଥ ସାହୁ ୧୦ ବର୍ଷ ହେଲା ବେଙ୍ଗାଳୁରୁର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଗତ ସେପ୍ଟେମ୍ବର ମାସରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବେଙ୍ଗାଳୁରୁର ବିଭିନ୍ନ ଘରୋଇ ହସପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ କୌଣସି ହସପିଟାଲରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଗ୍ରହଣ କଲେନି । ଉପଯୁକ୍ତ ଚିକିତ୍ସା ନପାଇ ଆଖିବୁଜିଥିଲେ ଦଶରଥ ।
କେବଳ ଦଶରଥ ନୁହନ୍ତି ତାଙ୍କ ପରି ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଚିକିତ୍ସା ଅଭାବରୁ ପ୍ରାଣ ହାରାଉଛନ୍ତି । ଯଦି ସେମାନଙ୍କ ପାଖରେ ଆୟୁଷ୍ମନ ଭାରତ କାର୍ଡ ଥାଆନ୍ତା ହୁଏତ ସେମାନଙ୍କ ଜୀବନ ରକ୍ଷା ହୋଇପାରନ୍ତା । ବି.ଏସ୍.କେ.ୱାଇ ନବୀନ କାର୍ଡ ରାଜ୍ୟ ସରକାର ଲାଗୁକରନ୍ତୁ ଏହା ସ୍ବାଗତ ଯୋଗ୍ୟ । କିନ୍ତୁ ନିର୍ବାଚନକୁ ଆଖିଆଗରେ ରଖି ନିଜ ପ୍ରଚାର ପାଇଁ ଏହାକୁ ବ୍ୟବହାର କରିବା କେତେ ଯୁକ୍ତିଯୁକ୍ତ । ସେହିପରି ମୋଦିଙ୍କୁ ଶ୍ରେୟ ଚାଲିଯିବା ଡରରେ ଓଡ଼ିଶାରେ ଆୟୂଷ୍ମନ ଭାରତ ଯୋଜନା ଲାଗୁନକରି ରାଜ୍ୟବାସୀ ଖାସକରି ପ୍ରବାସୀ ଓଡ଼ିଆଙ୍କୁ ପ୍ରତାରିତ କରୁନାହାନ୍ତି କି ୨୪ ବର୍ଷର ବିଜେଡି ସରକାର ।