Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମହିଳା, ଯୁବକ, କୃଷକ ଓ ଗରୀବଙ୍କୁ ସ୍ୱାବଲମ୍ବୀ କରିବାରେ ବିଫଳ ବିଜେଡି ସରକାର

Odisha

ମହିଳା, ଯୁବକ, କୃଷକ ଓ ଗରୀବଙ୍କୁ ସ୍ୱାବଲମ୍ବୀ କରିବାରେ ବିଫଳ ବିଜେଡି ସରକାର

Jitendra Dash
Browse all articles by Jitendra Dash
·2 years ago·3 min read
ମହିଳା, ଯୁବକ, କୃଷକ ଓ ଗରୀବଙ୍କୁ ସ୍ୱାବଲମ୍ବୀ କରିବାରେ ବିଫଳ ବିଜେଡି ସରକାର

ଅର୍ଗସ ବ୍ୟୁରୋ : ବିଜୁ ଜନତା ଦଳ ଗଠନ ହେବା ସମୟରେ ତାଙ୍କ ପାଖରେ ଟଙ୍କାଟିଏ ନଥିଲା । କିନ୍ତୁ ଆଜି କଳା ଟଙ୍କାର ପାହାଡ ଉପରେ ବସି ଦେଶର ଦ୍ୱିତୀୟ ସବୁଠୁ ବଡ ଧନୀ ଆଂଚଳିକ ଦଳ ହୋଇଛି । ଏ ଟଙ୍କା ଆସିଲା କେଉଁଠୁ ? ଚିଟ୍‌ଫଣ୍ଡ ଓ ଖଣି ଟଙ୍କା ଲୁଟିବା ପରେ ଆଜି ରାଜ୍ୟରେ ମଦର ମହାନଦୀ ସୃଷ୍ଟି କରି ହଜାର ହଜାର କୋଟିର କଳା ଟଙ୍କାର ମାଲିକ ସାଜିଛି ବିଜେଡି । ନିର୍ବାଚନ ଜିତିବା ପାଇଁ ମଦ ଓ ଟଙ୍କା ବ୍ୟତୀତ ବିଜୁ ଜନତା ଦଳ ପାଖରେ ଆଉ କିଛି ନାହିଁ । କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ ବେପାରର କଳା ସାମ୍ରାଜ୍ୟକୁ ସଂରକ୍ଷଣ ଦେଉଥିଲେ ବିଜେଡି ସରକାର । କେନ୍ଦ୍ରୀୟ ଏଜେନ୍ସି ଯଦି ଗଚ୍ଛିତ ଥିବା କଳା ଟଙ୍କା ଖବର ପାଇପାରିଲା; ତାହେଲେ ଓଡ଼ିଶା ପୋଲିସ, ଗୋଇନ୍ଦା ଓ ଇଓଡବ୍ଲ୍ୟୁ ଭଳି ତଦନ୍ତକାରୀ ସଂସ୍ଥା ଜାଣିପାରିଲେ ନାହିଁ କାହିଁକି? ଭାରତବର୍ଷର ସବୁଠୁ ବଡ କଳା ଟଙ୍କା ଜବତ୍ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତମାନ ସୁଦ୍ଧା ମୁହଁ ଖୋଲିଲେ ନାହିଁ । ବୌଦ୍ଧ ଡିଷ୍ଟ୍ରିଲିଆରୀ ତଥା ମଦ କାରଖାନାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ବିଜେଡି ସରକାରର ମଦ ପ୍ରୋତ୍ସାହନ ନୀତିକୁ ସ୍ପଷ୍ଟ କରିଛି । ବାସ୍ତବରେ ରାଜ୍ୟର ବିକାଶ କ୍ଷେତ୍ରରେ ସବୁ ବିଭାଗରେ ଫେଲ ହୋଇଛି ବିଜେଡି ସରକାର ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବୌଦ୍ଧ ଓ କଂଟାମାଳ ଗସ୍ତରେ ଥିବା ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଆଜି ପର୍ଯ୍ୟନ୍ତ ଆଦିବାସୀମାରଣ ନୀତିକୁ ଆପଣାଇ ବାରମ୍ବାର ପ୍ରତାରଣା କରିଆସୁଥିବା ବିଜେଡି ସରକାର ସମସ୍ତ ସୀମା ଉଲ୍ଲଂଘନ କରି ଆଦିବାସୀଙ୍କୁ ଜମି ହୀନ କରିବାର ଚକ୍ରାନ୍ତ କରିଛନ୍ତି । ବିଜେପିର ବିରୋଧ ପରେ ବାଧ୍ୟବାଦକତାରେ ବିଜେଡି ସରକାର କ୍ୟାବିନେଟ ନିଷ୍ପତି ଉପରେ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି । ବିଗତ ୯ ବର୍ଷରେ ମୋଦି ସରକାର ଓଡିଶାକୁ ୧୮.୮୩ ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ କେନ୍ଦ୍ରୀୟ ଯୋଜନା, ଆର୍ôଥକ ସହାୟତା ଓ ଅନୁଦାନ ଯୋଗାଇ ଦେଇଛନ୍ତି । ଏହି ଟଙ୍କା ପ୍ରକୃତ ବିନିଯୋଗ ହୋଇଥିଲେ ଓଡିଶାରେ ବିକାଶର ଚିତ୍ର ସଂପୂର୍ଣ୍ଣ ଭିନ୍ନ ହୋଇଥାନ୍ତା । କିନ୍ତୁ, ବିଜେଡି ସରକାରର ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର କାରଣରୁ କେନ୍ଦ୍ରୀୟ ଯୋଜନା ବାଟବଣା ହେବା ସହିତ ଅଜସ୍ର ଟଙ୍କା ହରିଲୁଟ କରାଗଲା । ଗଣତନ୍ତ୍ର ବ୍ୟବସ୍ଥା ଭୁଷୁଡି ପଡିଥିବାରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କ କୌଣସି ଗୁରୁତ୍ୱ ରହୁନାହିଁ । ଅଣଓଡିଆ ଅଫିସରଙ୍କ କବଜାରେ ଓଡିଶାର ଶାସନ ବ୍ୟବସ୍ଥା । ବୌଦ୍ଧ ଅଂଚଳର ଅର୍ଥନୀତି ବିଶେଷ ଭାବେ କୃଷି ଏବଂ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ୨୩ ବର୍ଷର ବିଜେଡି ସରକାର ଗୋଟିଏ ଇଂଚ ଜମି ଜଳସେଚିତ କରିପାରିଲେ ନାହିଁ, ଗୋଟିଏ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିପାରିଲେ ନାହିଁ । କିନ୍ତୁ ଦୁର୍ଭାଗ୍ୟର ବିଷୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏ ଅଂଚଳରେ ଚାଷକୁ ପ୍ରାଧାନ୍ୟ ନଦେଇ ମଦର ପ୍ରଚାର ପ୍ରସାର କରୁଛନ୍ତି । ନବୀନ ସରକାର ଆଖି, ନାକ, କାନ ସବୁ ବନ୍ଦ କରି ନିଜେ କିପରି ଶାସନରେ ରହିବ ସେ ନେଇ କାର୍ଯ୍ୟ କରିବାରେ ବ୍ୟସ୍ତ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ସାମଲ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହିଳା ସଶକ୍ତୀକରଣ ବଦଳରେ ମହିଳା ହିଂସା ବୃଦ୍ଧି ପାଇଚାଲିଛି । ହାଇସ୍କୁଲ ଛାତ୍ରଛାତ୍ରୀ ଡ୍ରପ୍ ଆଉଟ୍ ସଂଖ୍ୟା ୫୦ ପ୍ରତିଶତକୁ ହ୍ରାସ ପାଇଛି । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମହିଳା ସଶକ୍ତୀକରଣ ପାଇଁ ଆସୁଥିବା ଟଙ୍କାକୁ ହଡପ୍ କରାଯାଉଛି । ପେଶା ଆଇନ, ଜଙ୍ଗଲ ଜମି ଅଧିକାର ଆଇନକୁ କାର୍ଯ୍ୟକାରୀ କରାଯାଉନାହିଁ । କଟନୀ-ଛଟନୀ, ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀକୁଳ । ଦାଦନ ଶ୍ରମିକ ସମସ୍ୟାର ସମାଧାନ କରାଯାଉନାହିଁ । କେନ୍ଦ୍ର ସରକାରଙ୍କ ସମସ୍ତ ସହଯୋଗ ଓ ସହାୟତା ସତ୍ୱେ ଆଜି ବି ବାସହୀନଟିଏ ପକ୍କାଘର ପାଇବାରୁ ବଂଚିତ ରହୁଛନ୍ତି । ଘରୋଇ ବ୍ୟବସାୟୀ କଂପାନୀ ହାତକୁ ବିଜୁଳି ବିତରଣ ବ୍ୟବସ୍ଥା ଟେକିଦେଇ ବିଜେଡି ସରକାର ଉପଭୋକ୍ତାଙ୍କୁ ଶୋଷଣ କରିବାରେ ଲାଗିଛି । ମହିଳା, ଯୁବକ, କୃଷକ ଓ ଗରୀବଙ୍କୁ ସ୍ୱାବଲମ୍ବୀ କରିବାରେ ବିଫଳ ରାଜ୍ୟ ସରକାର । ଅନ୍ୟ ପଟେ ବିକାଶର ଗ୍ୟାରେଂଟି ଦେଉଥିବା ମୋଦି ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାର ସୁଫଳକୁ ଓଡିଶାର ଘରେ ଘରେ ପହଂଚାଇବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ବୈାଦ୍ଧ ଏବଂ କଂଟାମାଳ ବିଧାନସଭା ନିର୍ବାଚନମଣ୍ଡଳିରେ ଅନୁଷ୍ଠିତ କାର୍ଯ୍ୟକର୍ତା ବୈଠକରେ ଯୋଗ ଦେଇଥିଲେ । ଗସ୍ତ ଅବସରରେ ରାଜ୍ୟ ସଭାପତିଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ କୁମାର ପାଣିଗ୍ରାହୀ, ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଯୁକ୍ତା ନାୟକ, କହ୍ନେଇ ଡାଙ୍ଗ, ସୁଶାନ୍ତ ପ୍ରଧାନଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।  
 

Sponsored
State President on visit to Boudh and Kantamal | Argus News