Nuapada By Election / ଜୟ ପଦ୍ମ ଧରିଲା ପରେ, ପ୍ରାର୍ଥୀ ନପାଇ ବାଉଳା ହେଉଛି BJD

Key Points
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।
ଆଜିଠୁ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା ।
ଲଢେଇ ପାଇଁ ପ୍ରସ୍ତୁତିରେ ଲାଗି ତିନି ଦଳ ।
ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଲଢ଼େଇ ପାଇଁ ତିନି ଦଳର ପ୍ରସ୍ତୁତି । ବିଜୟ ପାଇଁ ବିଜେପିର ବଡ଼ ବ୍ଲୁ ପ୍ରିଣ୍ଟ । ମଣ୍ଡଳଠୁ ପଞ୍ଚାୟତ ଓ ବ୍ଲକ୍ ଯାଏଁ ଦାୟିତ୍ଵରେ ରହିବେ ମନ୍ତ୍ରୀ, ବିଧାୟକ ଓ ସାଂସଦ । ପ୍ରାର୍ଥୀ ଘୋଷଣା ପରେ ମୈଦାନରେ ଡେରା ପକାଇଲେଣି PCC ସଭାପତି । ଜୟ ଢୋଲକିଆ ପଦ୍ମ ଧରିବା ପରେ ପ୍ରାର୍ଥୀ ନପାଇ ବାଉଳା ବିଜେଡି ।
ନୂଆପଡ଼ା ଉପନିର୍ବାଚନ ପାଇଁ ଉପ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା । ସୁରକ୍ଷା ଦାୟିତ୍ଵରେ ଅଛନ୍ତି ପୋଲିସ ବାହିନୀ । ମାଓ ପ୍ରବଣ ଅଞ୍ଚଳରେ ଥିବା ୪୭ଟି ସମ୍ବେଦନଶୀଳ ବୁଥ ପାଇଁ କରାଯାଇଛି କଡ଼ା ସୁରକ୍ଷା ବ୍ୟବସ୍ଥା । ଏହି ବୁଥ୍ ଗୁଡ଼ିକରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ଭୋଟିଂ । ଏହାସହ ୮ଟି ବୁଥ୍ ପାଇଁ ହୋଇଛି ହେଲିକପ୍ଟର ବ୍ୟବସ୍ଥା । ଯେଉଁଠି ପୋଲିଂ ଅଧିକାରୀ ମାନେ ହେଲିକପ୍ଟରରେ ଯାଇ ଭୋଟିଂ କାମ ସାରି ଫେରିବେ । ବାକି ବୁଥ୍ ଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ହେବ ମତଦାନ ।
ଏହାସହ ପଢ଼ନ୍ତୁ:- ଆଫଗାନିସ୍ତାନ ମାଡ଼ରେ ବେହାଲ ହେଲାଣି ପାକିସ୍ତାନ ସେନା !
ସେହିପରି ସୁରକ୍ଷା ପାଇଁ ୧୪ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମଧ୍ୟ ମୁତୟନ ରହିବେ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ସେପଟେ ଜିଲ୍ଲା ପୋଲିସ ପକ୍ଷରୁ ନୂଆପଡା ଓ ଖରିଆର ରୋଡ୍ ସହରରେ କରାଯାଇଛି ଫ୍ଲାଗ୍ ମାର୍ଚ୍ଚ ।
ଅନ୍ୟପେଟ ନୂଆପଡ଼ା ଦଖଲ ପାଇଁ ଶାସକ ବିଜେପିର ବଡ଼ ବ୍ଲୁ-ପ୍ରିଣ୍ଟ । ମଣ୍ଡଳଠୁ ନେଇ ପଞ୍ଚାୟତ ଓ ବ୍ଲକ ଜଗିବେ ବିଜେପି ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ନେତା । ପ୍ରତି ମଣ୍ଡଳ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ । ଆଉ ମନ୍ତ୍ରୀଙ୍କ ଅଧିନରେ ରହିବ ୬ ରୁ ୮ ପଞ୍ଚାୟତ । ପ୍ରତି ପଞ୍ଚାୟତ ଦାୟିତ୍ୱରେ ରହିବେ ଜଣେ ଲେଖାଏଁ ବିଧାୟକ ଓ ପୂର୍ବତନ ବିଧାୟକ । ସମସ୍ତ ସାଂସଦ, ବିଧାୟକ, ପୂର୍ବତନ ବିଧାୟକ ଓ ସାଂସଦଙ୍କୁ ଦିଆଯାଇଛି ଦାୟିତ୍ୱ । ନୂଆପଡ଼ାରେ ପ୍ରଚାର ମଇଦାନକୁ ଓହ୍ଲାଇ ମୁଖ୍ୟମନ୍ତ୍ରୀ କରିବେ ମାରାଥନ୍ ପ୍ରଚାର । କେଉଁ ନେତା, କେଉଁ ପଞ୍ଚାୟତ ଓ ମଣ୍ଡଳ ଦାୟିତ୍ୱରେ ରହିବେ ତାର ତାଲିକା ପ୍ରସ୍ତୁତ କରିଛି ଦଳ ।
ସେପଟେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ ଅକଳରେ ପଡ଼ିଛି ବିଜେଡି । ଅନ୍ୟପଟେ ପ୍ରାର୍ଥୀ ଘୋଷଣାରେ ଆଗୁଆ ଥିବା କଂଗ୍ରେସ ଆରମ୍ଭ କଲାଣି ତାର କାର୍ଯ୍ୟକ୍ରମ।
📱 Get Argus News App
✨ଏହାସହ ପଢ଼ନ୍ତୁ:- ଖୁସି ଖବର, PF ଆକାଉଣ୍ଟରୁ ଉଠାଇ ପାରିବେ ୧୦୦% ପାଣ୍ଠି !
ଆଜି ଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟା, ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ନଭେମ୍ବର ୧୧ ତାରିଖରେ ହେବ ଭୋଟ ଗ୍ରହଣ ।
Related Topics
Explore more stories