Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେହି କିଛି ଜାଣିବା ପୂର୍ବରୁ ବନ୍ଦ ହେଲା ମତଦାନ, ସବୁଠି ଚର୍ଚ୍ଚା

Odisha

କେହି କିଛି ଜାଣିବା ପୂର୍ବରୁ ବନ୍ଦ ହେଲା ମତଦାନ, ସବୁଠି ଚର୍ଚ୍ଚା

Jitendra Dash
Browse all articles by Jitendra Dash
·2 years ago·2 min read
କେହି କିଛି ଜାଣିବା ପୂର୍ବରୁ ବନ୍ଦ ହେଲା ମତଦାନ, ସବୁଠି ଚର୍ଚ୍ଚା

ଅର୍ଗସ ବ୍ୟୁରୋ : ସବୁକିଛି ଠିକ ଠାକ ଚାଲିଥିଲା ହଟାତ ଅଧାରରେ ବନ୍ଦ ହେଲା ମତଦାନ, ବୁଥ୍ ସମ୍ମୁଖରେ ଧାରଣାରେ ଭୋଟର । ଯେଉଁ ସମୟରେ ନିଜର ମତ ସାବ୍ୟସ୍ତ କରିବା ପାଇଁ ଧାଡିରେ ଠିଆ ହୋଇ ଭୋଟର ନିଜର ମତ ସାବ୍ୟସ୍ତ କରିଥାନ୍ତେ ସେହି ସମୟରେ ବୁଥ୍ ସମ୍ମୁଖରେ ଧାରଣାରେ ସହ ସହ ମହିଳା ଓ ପୁରୁଷ ଭୋଟର । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ମହେଶ୍ୱରପିଣ୍ଡା ୨୮ ନମ୍ବର ବୁଥରେ ।

ପୋଲିସର ଉପସ୍ଥିତିରେ କଡା ସୁରକ୍ଷାରେ ମତଦାନ ଚାଲିଥିଲା । କେହି କିଛି ଜାଣିବା ପୂର୍ବରୁ ହଟାତ ସେକ୍ଟର ଅଫିସର ସୁବ୍ରତ କୁମାର ମଲିକ ମତଦାନ କେନ୍ଦ୍ରକୁ ଯାଇ ପ୍ରିଜାଡିଙ୍ଗ ଅଫିସରଙ୍କୁ ମତଦାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ତାଙ୍କୁ ସେଠୁ ଗାଡିରେ ବସାଇ ନେଇଗଲେ । ଯାହା ଫଳରେ ଉତେଜନା ଦେଖା ଦେଇଥିଲା ଏବଂ କେଉଁ କାରଣରୁ ଅଧାରେ ଭୋଟ ବନ୍ଦ କଲେ ବୋଲି ପ୍ରଶ୍ନ କରିବାରୁ ତାର ଉତ୍ତର ଦେଇନଥିଲେ ସେକ୍ଟର ଅଫିସର । ଖାଲି ସେତିକି ନୁହେଁ ସମାଧାନ ପାଇଁ ୫୭ନମ୍ବର ଜାତୀୟ ଅବରୋଧ କରିଥିଲେ ଭୋଟର ।

ଘଣ୍ଟା ଘଣ୍ଟା ରାସ୍ତା ଅବରୋଧ ହେଲା, ଉଭୟ ପାର୍ଶ୍ୱରେ ସହ ସହ ଗାଡି ମଟର ଅଟକି ରହିଲା ତଥାପି ସମାଧାନ ପାଇଁ କେହି ଉପରିସ୍ଥ ଅଧିକାରୀ ଆସିଲେ ନାହିଁ କି ସମାଧାନ ମଧ୍ୟ କଲେ ନାହିଁ l ଶେଷରେରେ ପୋଲିସ ସାଜିଲା ଗୁଣ୍ଡା ୧୦ରୁ ଅଧିକ ବ୍ଲାଙ୍କ ଫାଇରିଙ୍ଗ କରିବା ସହ ମାଡମାରି ରାସ୍ତା ଅବରୋଧ ପଣ୍ଡ କରିବା ସହ ବୁଥରୁ ବାକ୍ସ ମଧ୍ୟ ଜୋର ଜବରଦସ୍ତ ନେଲା ବେଳେ ପୋଲିସ ଓ ମହିଳା ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ପୋଲିସ ମହିଳାଙ୍କ ଉପରକୁ ଲାଠି ଚାଲନା କରି ଜୋର ଜବରଦସ୍ତ ଭୋଟିଙ୍ଗ ବାକ୍ସ ନେଇ ଚାଲିଗଲା । ଲାଠି ଚାଳନା ଯୋଗୁଁ ୩୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଆହତ ହୋଇଥିବା ବେଳେ ପାଞ୍ଚ ଜଣ ମହିଳା ଗୁରୁତର ଅବସ୍ଥାରେ ପ୍ରଥମେ ମନମୁଣ୍ଡା ପରେ ଅଧିକ ଗୁରୁତର ହେବାରୁ ସନପୁର ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବର୍ତ୍ତମାନ ମୋଦି ଲହର ପରିବର୍ତନ ନାରା ସବୁଠି ରହିଛି l ଯେହେତୁ ମହେଶ୍ୱରପିଣ୍ଡା ୨୮ ବୁଥରେ ବିଜେପି ସପକ୍ଷରେ ଅଧିକରୁ ଅଧିକ ମତଦାନ ହୋଇଥାନ୍ତା । ତେଣୁ ପୂର୍ବରୁ ବିଜେଡି ପୋଲିସ ଲଗାଇ ଏସବୁ ପ୍ରି ପ୍ଲାନିଙ୍ଗ କରି ଅଧାରେ ଭୋଟ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି । ଆଉ ଏସବୁ ନାଟର ଗୋବର୍ଧନ ହେଉଛନ୍ତି ବୌଦ୍ଧ ଜିଲ୍ଲା ଜଳସେଚନ ବିଭାଗ ର କନିଷ୍ଠ ଯନ୍ତ୍ରୀ ଶ୍ରୀ ସୁବ୍ରତ କୁମାର ମଲିକ । ଯିଏ କି ଗତକାଲି ରକ୍ସା ଦହ୍ୟା ଗ୍ରାମ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ବୁଥରେ ସେକ୍ଟର ଅଫିସର ଭାବେ କାର୍ଯ୍ୟ କରୁଥିଲେ । ବାବୁ ଜଣକ ବିଜେଡି ପ୍ରଚାର କରୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ କହେଁଇ ଚରଣ ଡାଙ୍ଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ବାବୁ ଜଣକ ବିଜେଡି କର୍ମୀ ସାଜି ସବୁବେଳେ ଦୁର୍ନୀତି କରିବାରେ ସିଦ୍ଧସ୍ତ । ଖାଲି ସେତିକି ନୁହେଁ ନିଜ ସ୍ତ୍ରୀକୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଚାକିରୀ କରେଇବା ସହ ଅନେକ କେଳେଙ୍କାରୀ ବାବୁଙ୍କ ନାଁରେ ରହିଛି । ତଦନ୍ତ କଲେ ସାମ୍ନାକୁ ଆସିବ ବୋଲି କହିଛି ବିଜେପି । ତେବେ ବିଜେଡି ହାରିଯିବା ଭୟରେ ପୋଲିସ ଲଗାଇ ମହିଳା ମାନଙ୍କୁ ମାଡ ମାରିବା, କୌଣସି ସୂଚନା ନ ଦେଇ ଅଧାରେ ମତଦାନ ବନ୍ଦ କରିବା ଗଣତନ୍ତ୍ର ଉପରେ କୁଠାର ଘାଟ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । 
 

Raja Festival
Sponsored
Stop voting | Argus News