"ବିଷୁବ ସମ୍ମାନ"ରେ ସମ୍ମାନିତ ହେଲେ ଗାଳ୍ପିକ ବୀରେଶ୍ବର ମହାନ୍ତି

ଜଗତସିଂହପୁର : ତାଙ୍କ ଲେଖାରେ ଜୀବନ୍ତ ହୋଇଉଠନ୍ତି ଗଳ୍ପର ଚରିତ୍ରମାନେ । କଥା ହୁଅନ୍ତି ପରସ୍ପର ସହ । ସତେ ଯେମିତି ଚରିତ୍ର ଗୁଡିକ ସହ ସେ ବେଶ ଆପଣାର , ଖୁବ ଆତ୍ମୀୟ । ନା ତାଙ୍କ ଲେଖାରେ ଥାଏ ଅତ୍ୟନ୍ତ ନାଟକୀୟ ଶୈଳୀ , ନା ଅତିରଞ୍ଜିତ , ବାସ୍ତବ କଥାଗୁଡିକୁ ସରଳ ଭାବେ ଏପରି ନିଜ କଲମ ମୁନରେ ଲେଖିଦିଅନ୍ତି, ଗୋଟିଏ ଥରରେ ସମ୍ପୁର୍ଣ୍ଣ ବିଷୟ ସାରିଦେବାକୁ ଇଚ୍ଛାକରେ ପାଠକ ।
ଓଡିଆ ସାହିତ୍ୟ ଜଗତର ଜଣେ ବିଶିଷ୍ଟ ସାହିତ୍ୟିକ ତଥା ଗାଳ୍ପିକ ଭାବେ ବେଶ ଜଣାଶୁଣା ଶ୍ରୀ ବିରେଶ୍ବର ମହାନ୍ତି । ଗତକାଲି ଓଡିଆ ନବବର୍ଷ ଉପଲକ୍ଷେ ଜଗତସିଂହପୁର ଜିଲ୍ଲାର ସାରସ୍ବତ ମଞ୍ଚ ପକ୍ଷରୁ ତାଙ୍କୁ "ଵିଷୁଵ ଗଳ୍ପ" ସମ୍ମାନରେ ସମ୍ମାନିତ କରାଯାଇଛି । ସାହିତ୍ୟରେ ତାଙ୍କର ଗୁଣାତ୍ମକ ଅବଦାନ ପାଇଁ ତାଙ୍କୁ ବିଷୁବ ସଂକ୍ରାନ୍ତିରେ ଵିଷୁଵ ଗଳ୍ପ ସମ୍ମାନରେ ସମ୍ମାନିତ କରାଯାଇଛି ।ଡଃ ସୁରେନ୍ଦ୍ର ନାଥ ତ୍ରୀପାଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସଵରେ ମୁଖ୍ୟ ଅତିଥି ଭାଵେ ଯୋଗ ଦେଇଥିଲେ ନାଇଜରର କୁଳସଚିଵ ଡଃ ଅଭୟ କୁମାର ନାୟକ, ଗାଳ୍ପିକ ଶ୍ରୀ ଵୀରେଶ୍ଵର ମହାନ୍ତିଙ୍କୁ ମାନପତ୍ର ଦେଇ ସମ୍ଵନ୍ଧିତ କରିଥିଲେ ।
ଅଧିକ ପଢନ୍ତୁ ଓଡିଶା ଖବର
ଗାଳ୍ପିକ ବିରେଶ୍ବର ମହାନ୍ତିଙ୍କ ତିନୋଟି ସୁନ୍ଦର ଗଳ୍ପ ହେଉଛି, 'ଚଇରାତ ଆମ୍ଵ ତୋଟା' , ରଘୁମାଷ୍ଟ୍ରେଙ୍କ ପାଣ୍ଡୁଲିପି , ଏବଂ କୃଷ୍ଣ ଚୂଡାର ହସ। । ଏପରି ଅନେକ ସୁନ୍ଦର ସୁନ୍ଦର ଗଳ୍ପ ଲେଖିଛନ୍ତି ଯାହା ସାଧାରଣ ଲୋକଙ୍କ ମନକୁ ଵିମୋହିତ କରିଥାଏ । ଗଳ୍ପକୁ ନେଇ ସମସ୍ତଙ୍କ ଠାରୁ ସେ ପ୍ରଶଂସା ଓ ଭଲପାଇଵା ସାଉଁଟିପାରିଛନ୍ତି ।
ଶାଶ୍ଵତ ପ୍ରେମର ମହକ,ଅନ୍ଧଵିଶ୍ଵାସ ଓ କୁସଂସ୍କାର ,ନାରୀସଶକ୍ତିକରଣ, ଵିଧଵା, ଵିଵାହ, ଗ୍ରାମ ପରିଵେଶ, ଵନଭୂଇଁରେ ଏହିପରି ଗଳ୍ପ ଲେଖିଵା ସହ କିଛି ଵ୍ୟଙ୍ଗ ରଚନାରେ ମଧ୍ୟ ସମାଜକୁ ଶିକ୍ଷ୍ୟଣୀୟ ଵାର୍ତ୍ତା ଦେଵାକୁ ପ୍ରୟାସ କରିଥାନ୍ତି ।
📱 Get Argus News App
✨ଗାଳ୍ପିକ ଵୀରେଶ୍ଵର ମହାନ୍ତି ଜଣେ ନିରଵ,ସରଳ ତଥା ଅନୁଭଵୀ ସାହିତ୍ୟ ସାଧକ । ତାଙ୍କର ଜୀଵନଶୈଳୀ ଅତି ସାଧାରଣ ମାନର। ଏହା ପୂର୍ଵରୁ ସେ 'ପ୍ରତିଲିପି'ଓଡିଆର ଗାଳ୍ପିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।