ଟ୍ୟୁସନ ସାରଙ୍କ ମାଡ଼ରେ ଛାତ୍ର ଆହତ
·2 years ago

ଅର୍ଗସ ବ୍ୟୁରୋ : ଟ୍ୟୁସନ ସାରଙ୍କ ମାଡ଼ରେ ଛାତ୍ର ଆହତ । ବାସୁଦେବପୁର ମେଡିକାଲରେ ଭର୍ତ୍ତି କଲେ ପରିବାର ଲୋକ । ଏଭଳି ଘଟଣା ଘଟିଛି ବାସୁଦେବପୁର ବ୍ଲକ ନାଇ କାଣିଡିହି ଥାନା ବହୁପୋଖରୀ ଠାରେ । ଆହତ ଛାତ୍ର ମନରଞ୍ଜନ ଦଳେଇଙ୍କ ଚତୁର୍ଥ ଶ୍ରେଣୀର ଛାତ୍ର ସତ୍ୟମ ଦଳେଇ । ପାଠ ନକହିବପାରିବାରୁ ତାକୁ ଟ୍ୟୁସନ ସାର ତାର ମୁହଁକୁ ମୁହଁକୁ ମାଡ଼ ମାରିଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଫଳରେ ପିଲାଟିର ମୁହଁ ସଂଗେ ସଂଗେ ଫୁଲି ଯାଇଥିଲା । ଫଳରେ ସେ ଠିକ ଭାବେ କଥା କହି ପାରୁନାହିଁ । ଏନେଇ ନାଇକାଣିଡିହି ଥାନାରେ ଟ୍ୟୁସନ ସାରଙ୍କ ନାମରେ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି । ପରେ ସତ୍ୟମକୁ ପରିବାର ଲୋକ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: