ତାଲା ପକାଇ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଅର୍ଗସ ବ୍ୟୁରୋ : ସ୍କୁଲ ଫାଟକରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ର ଛାତ୍ରୀ । କଣ୍ଟାବଣି ନେତ୍ରମୋହନ ଉପ୍ରା ବିଦ୍ୟାଳୟ ଫାଟକ ରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ସରକାର ଦୀର୍ଘ ୪୦ବର୍ଷ ଧରି ଚାଲିଥିବା ସ୍କୁଲକୁ ଅଚାନକ ବନ୍ଦ କରିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ସ୍କୁଲ ଖୋଲିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ସ୍କୁଲ ଖୋଲିଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି l ଏବିଓ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ନିର୍ଦ୍ଦେଶକୁ ବାତିଲ କରିବା ପାଇଁ ଦାବି କରି ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ସ୍କୁଲ ବନ୍ଦ ହେଲେ ଛାତ୍ରୀଛାତ୍ରୀଙ୍କୁ ୫୭ ନମ୍ବର ରାଜ୍ୟ ରାଜ୍ୟପଥ ପାର ହୋଇ ଦୁଇ କିଲୋମିଟର ଦୁରରେ ଥିବା ଅନ୍ୟ ସ୍କୁଲକୁ ଯିବାକୁ ପଡ଼ିବ । ତେଣୁ ତୁରନ୍ତ ସେହି ସ୍କୁଲ ଖୋଲିବା ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ଦାବି କରିଛନ୍ତି ।