Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ ଛାତ୍ରଛାତ୍ରୀ, ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି

Odisha

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ ଛାତ୍ରଛାତ୍ରୀ, ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି

Jitendra Dash
Browse all articles by Jitendra Dash
·2 years ago·1 min read
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ ଛାତ୍ରଛାତ୍ରୀ, ପରୀକ୍ଷା ତାରିଖ ପରିବର୍ତ୍ତନ ଦାବି

ଅର୍ଗସ ବ୍ୟୁରୋ : କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତେଜିଲା ଛାତ୍ର ଆନ୍ଦୋଳନ । ଯୁକ୍ତ ୩ ପ୍ରଥମ ବର୍ଷ ପାଠ୍ୟକ୍ରମର ପ୍ରଥମ ବର୍ଷ ସେମିଷ୍ଟାର ତାରିଖ ଘୁଞ୍ଚାଇବା ପାଇଁ ଦାବି । ରେଜିଷ୍ଟାର କାର୍ଯ୍ୟଳୟ ସାମ୍ନାରେ ବିଭିନ୍ନ ବିଭାଗର ଶତାଧିକ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି । 

କଳା ବ୍ୟାଚ ପିନ୍ଧି ନ୍ୟାୟ ଦାବିରେ ଛାତ୍ରଛାତ୍ରୀ । ନିୟମ ଅନୁସାରେ ୯୦ ଦିନର ପାଠ୍ୟକ୍ରମ ପରେ ସେମିଷ୍ଟାର ହେବା ରହିଛି । କିନ୍ତୁ ୫୫ ଦିନର ପାଠପଢ଼ା ମଧ୍ୟରେ ସେମିଷ୍ଟାର ତାରିଖ ଘୋଷଣା ହେବା ନେଇ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନ ପନ୍ଥା ଆପଣେଇଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା କଣ୍ଟ୍ରୋଲର । ଛାତ୍ରଛାତ୍ରୀ ମାନେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସତ । କୋଭିଡ ପରଠୁ ଏଭଳି ସ୍ଥିତି ଉପୁଜିଛି । ସେମିଷ୍ଟାର ଓ କୋର୍ସ ଭିତରେ ପାଠ୍ୟକ୍ରମ ଦିନ କମିଛି । ଏହି ବିବାଦର ସମାଧାନ ପାଇଁ  ଉଚ୍ଚ ଶିକ୍ଷା ବିଭାଗ ସହ ଆଲୋଚନା ହୋଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡିଶା ଖବର

ଏହାସହ ସେମିଷ୍ଟାର ଘୋଷଣା ପୂର୍ବରୁ  ପାଇଁ ସବୁ ବିଭାଗର ମୁଖ୍ୟଙ୍କ ସହ ଆଲୋଚନା ମଧ୍ୟ ହୋଇଥିଲା । ସମସ୍ତେ ଏକପ୍ରକାର କୋର୍ସ ଶେଷ ହୋଇଥିବା ସୂଚନା ଦେଇଥିଲେ । ତେବେ ବର୍ତ୍ତମାନ ପରିସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରାଯିବ। ଶୀଘ୍ର ଏହି ଦିଗରେ ନିଷ୍କର୍ଷ ଆସିବ ବୋଲି କହିଛନ୍ତି କଣ୍ଟ୍ରୋଲର ପ୍ରଫେସର ପତିତପାବନ ମିଶ୍ର । 

Sponsored
Students of Ravenshaw University stage protest demanding postponement of exams | Argus News