Videos
|
Odisha

Subhadra Portal / ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·2 min read
ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

Key Points

ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ କରିପାରିବେ ଆବେଦନ ।
ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ବହୁ ଦିନରୁ ସ୍ଥଗିତ ଥିବା ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବ । ବୟସ କମ୍‌ ହୋଇଥିବା କାରଣରୁ ଗତଥର ଯେଉଁମାନେ ସୁଭଦ୍ରା ଯୋଜନାରେ ସାମିଲ ହୋଇପାରି ନଥିଲେ, ସେମାନେ ଆଜିଠାରୁ ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ।

ନୂଆ ଆବେଦନକାରୀମାନେ ଯୋଗ୍ୟ ବିବେଚିତ ହେଲେ ଆସନ୍ତା ମାର୍ଚ୍ଚ ୮ ତାରିଖରେ ସେମାନଙ୍କୁ ସୁଭଦ୍ରା କିସ୍ତି ମିଳିବ । ତେବେ ନୂଆପଡ଼ାରେ ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସେଠାରେ ସୁଭଦ୍ରା ପୋର୍ଟାଲ୍‌ ଖୋଲିବ ନାହିଁ । ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଧାର୍ଯ୍ୟ ୨୦୨୫ ଏପ୍ରିଲ ପହିଲା ସୁଦ୍ଧା ମହିଳାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ହେବା ଆବଶ୍ୟକ । ତେଣୁ ଆବେଦନକାରୀଙ୍କ ଜନ୍ମ ତାରିଖ ୨ ଏପ୍ରିଲ ୧୯୬୫ ଠାରୁ ଏପ୍ରିଲ ପହିଲା ୨୦୦୪ ମଧ୍ୟରେ ହୋଇଥିବା ଉଚିତ।

ତେବେ ଏହାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, "ନଭେମ୍ବର ୧ରୁ ସୁଭଦ୍ରା ପୋର୍ଟାଲ ସମସ୍ତଙ୍କ ପାଇଁ ଖୋଲିବ । ଯେଉଁ ମାନଙ୍କୁ ୨୧ ବର୍ଷ ହୋଇଛି, ସେମାନେ ସୁଭଦ୍ରା ପୋର୍ଟାଲ୍‌ରେ ନୂଆ ଆବେଦନ କରିପାରିବେ । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ଯୁବତୀ ଓ ମହିଳାମାନେ ସୁଭଦ୍ରା ପାଇଁ ଆବେଦନ କରିପାରିବେ ।"

ଅଧିକ ପଢ଼ନ୍ତୁ: ବବିଙ୍କ ନାଁରେ ସାଘାଂତିକ ଅଭିଯୋଗ: "ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଲେ"


ଏହା ପୂର୍ବରୁ ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଆସିଥିଲା । ଅଗଷ୍ଟ ୯ ତାରିଖ, ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ପ୍ରଦାନ କରିଥିଲେ ସରକାର । ତା' ପୂର୍ବରୁ ଏପ୍ରିଲ ୨୪ରେ ମିଳିଥିଲା ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁଭଦ୍ରାର ତୃତୀୟ କିସ୍ତି ଅନେକଙ୍କୁ ମିଳି ନଥିଲା । ତୃତୀୟ ପର୍ଯ୍ୟାୟ କିସ୍ତିରୁ ବଞ୍ଚି ହୋଇଥିଲେ ୨ ଲକ୍ଷ ୮୫ ହଜାର ହିତାଧିକାରୀ । ବଞ୍ଚିତ ହିତାଧିକାରୀଙ୍କୁ ସାମିଲ୍ ପାଇଁ ଡୋର୍ ଟୁ ଡୋର୍ ସର୍ଭେ ନେଇ ପୂର୍ବରୁ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ, ଜୀବିତଙ୍କୁ ମୃତ ଦର୍ଶା ଯାଇଥିବାରୁ ସ୍ଵାସ୍ଥ୍ୟ ବିଭାଗର ରିପୋର୍ଟର ତଥ୍ୟ ଆଧାରରେ ମୃତକୁ ବିଭାଗ ମାନିବ । ରାସନ କାର୍ଡରେ ମୃତ ଦର୍ଶା ଯାଇଥିଲେ ବି ସ୍ଵାସ୍ଥ୍ୟ ବିଭାଗ ତଥ୍ୟକୁ ଧରାଯିବ । ସେହି ଆଧାରରେ ମିଳିବ ସୁଭଦ୍ରା କିସ୍ତି । ଏଥିପାଇଁ ଡୋର୍ ଟୁ ଡୋର୍ ସର୍ଭେ ହେବ । ୧୫ ଦିନ ଭିତରେ ଫିଲ୍ଡ ଭିଜିଟ୍ କରି ତଦନ୍ତ ରିପୋର୍ଟ ଦେବେ ଅଧିକାରୀ ।

ସୁଭଦ୍ରାରୁ ୧୫ ହଜାର ୯୮୪ ହିତାଧିକାରୀଙ୍କୁ ମୃତ ଦର୍ଶାଇ ବାଦ୍ ଦିଆ ଯାଇଥିବା ବେଳେ ସେଥିରୁ ୧୮୦୫ ଜଣ ଜୀବିତ ଅଛନ୍ତି । ସେମାନଙ୍କୁ ପୁଣି ଥରେ ସାମିଲ୍ କରାଯିବ । ଅନ୍ୟପଟେ ୩୬ ହଜାର ୭୦୨ ହିତାଧିକାରୀ ଗାଡ଼ି କିଣିଥିବା ଯୋଗୁଁ ବାଦ୍ ପଡ଼ିଛନ୍ତି । ୨୧ ହଜାର ୩୫ ହିତାଧିକାରୀ ଆୟ କର ଦେବାରୁ ବାଦ୍ ପଡ଼ିଥିବା ବେଳେ ୧ ଲକ୍ଷ ୩୩ ହଜାର ୬୯୧ ଜଣ ଧାନ ବିକ୍ରି ପଞ୍ଜୀକରଣ ଏବଂ କୃଷକ ଭାବେ ପଞ୍ଜୀକରଣ କରି ବାଦ୍ ପଡ଼ିଛନ୍ତି ।

Related Topics

Explore more stories