Videos
|
Odisha

Subhadra Installment / ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି; ନୂଆ କରି ଯୋଡ଼ି ହେଲେ ୨ ଲକ୍ଷରୁ ଅଧିକ ହିତାଧିକାରୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି; ନୂଆ କରି ଯୋଡ଼ି ହେଲେ ୨ ଲକ୍ଷରୁ ଅଧିକ ହିତାଧିକାରୀ
Subhadra 5th Installment on Rakhi Purnima

Key Points

ରାକ୍ଷୀ ପୂର୍ଣ୍ଣିମାରେ ପଞ୍ଚମ କିସ୍ତି ମିଳିବ । ସୁଭଦ୍ରାର ପଞ୍ଚମ କିସ୍ତି ପାଇବେ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଭୁବନେଶ୍ଵର: ଆସନ୍ତା ସପ୍ତାହରେ ଆସିବ ସୁଭଦ୍ରାର ପଞ୍ଚମ କିସ୍ତି । ଅଗଷ୍ଟ ୨୮ ତାରିଖ (ଶୁକ୍ରବାର) ରାକ୍ଷୀ ପୂର୍ଣ୍ଣିମାରେ ପଞ୍ଚମ କିସ୍ତି ମିଳିବ । ସୁଭଦ୍ରାର ପଞ୍ଚମ କିସ୍ତି ପାଇବେ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ପ୍ରଭାତୀ ପରିଡ଼ା ଦେଇଥିବା ସୂଚନା ଅନୁସାରେ, "ପଞ୍ଚମ କିସ୍ତିରେ ପ୍ରଥମଥର ୨ ଲକ୍ଷ ୨୧ ହଜାର ୫୪ ଜଣ ହିତାଧିକାରୀଙ୍କୁ ସାମିଲ୍ କରାଯାଇଛି । ପଞ୍ଚମ କିସ୍ତି ବାବଦରେ ୫ ହଜାର ୧୬୩ କୋଟି ୮ ଲକ୍ଷ ୧୦ ହଜାର ଟଙ୍କା ସିଧାସଳଖ ସୁଭଦ୍ରା ହିତାଧିକାରୀଙ୍କୁ ପଠାଇବେ ।"

ଏଥିସହ ପଢ଼ନ୍ତୁ: ଗାଁ ପୋଖରୀରେ ମୁଣ୍ଡବିହୀନ ମୃତଦେହ, ଘରେ ପୋତା ହୋଇଥିଲା କଟା ମୁଣ୍ଡ 

ନୂଆ ଆବେଦନ କେବେ ?

ବର୍ତ୍ତମାନ ନୂଆ ସୁଭଦ୍ରା ଆବେଦନ ପାଇଁ ପୋର୍ଟାଲ୍ ବନ୍ଦ ରହିଛି । ଆଗକୁ ପୁଣି ପୋର୍ଟାଲ ଖୋଲାଗଲେ ନୂଆ ଆବେଦନ କରିପାରିବେ । ଅନେକ ହିତାଧିକାରୀଙ୍କ କିସ୍ତି ଗ୍ରାଉଣ୍ଡ ଯାଞ୍ଚ ପାଇଁ ବକେୟା ରହିଛି । ସେମାନଙ୍କ ବକେୟା କିସ୍ତି ପଞ୍ଚମ କିସ୍ତି ପ୍ରଦାନର ମାସକ ପରେ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ସମସ୍ତଙ୍କୁ ମିଳିବ ୫ ହଜାର

ପଞ୍ଚମ କିସ୍ତିରେ ସମସ୍ତ ସୁଭଦ୍ରା ହିତାଧିକାରୀଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯିବ । ଯେଉଁ ହିତାଧିକାରୀଙ୍କ ବକେୟା କିସ୍ତି ରହିଛି, ତାହାକୁ ମାସକ ପରେ ପ୍ରଦାନ କରାଯିବ । ମାସକ ପରେ ବକେୟା ରହିଥିବା ଦୁଇ, ତିନିଟି କିସ୍ତିର ଟଙ୍କା ଏକାଥରକେ ପଠାଯିବ ।

କେଉଁ କିସ୍ତିରେ କେତେ ହିତାଧିକାରୀ ?

ସୁଭଦ୍ରାର ପ୍ରଥମ କିସ୍ତି ପାଇଥିଲେ କୋଟିଏ ୪ ଲକ୍ଷ ହିତାଧିକାରୀ । ଏବେ ପଞ୍ଚମ କିସ୍ତି ପାଇବେ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ହିତାଧିକାରୀ । ଯେଉଁମାନଙ୍କର ଅନ୍ୟ କିସ୍ତି ବାକି ରହିଛି ମାସକ ପରେ ମିଳିବ ।

ଏଥିସହ ପଢ଼ନ୍ତୁ: କଟକ ପରେ ବ୍ରହ୍ମପୁରରେ ବଡ଼ ଚଢ଼ାଉ: ଅପମିଶ୍ରିତ ପନିର ଓ ଖୁଆ ଜବତ 

୨୦,୬୦୦ କୋଟି ଟଙ୍କା ବାଣ୍ଟି ସାରିଲେଣି ସରକାର

ଉପମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ସୁଭଦ୍ରା ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ଚାରିଟି କିସ୍ତିରେ ପ୍ରାୟ ₹୨୦,୬୦୦ କୋଟି ମହିଳାମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୧.୦୨ କୋଟି ମହିଳା କେବଳ ଚତୁର୍ଥ କିସ୍ତିର ଲାଭ ପାଇଛନ୍ତି । ପଞ୍ଚମ କିସ୍ତିକୁ ଅଗଷ୍ଟ ୨୮ ତାରିଖରେ ଯୋଗ୍ୟ ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: