|
logo
Live
Argus News App
GET APP

Argus News - ଆପଣଙ୍କୁ ଏଯାଏଁ ମିଳିନି କି ସୁଭଦ୍ରା ଟଙ୍କା ? ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ପଞ୍ଜୀକରଣ

Odisha

Subhadra Yojana / ଆପଣଙ୍କୁ ଏଯାଏଁ ମିଳିନି କି ସୁଭଦ୍ରା ଟଙ୍କା ? ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ପଞ୍ଜୀକରଣ

Sushanta Sahoo
Browse all articles by Sushanta Sahoo
·4 days ago·2 min read
ଆପଣଙ୍କୁ ଏଯାଏଁ ମିଳିନି କି ସୁଭଦ୍ରା ଟଙ୍କା ? ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ପଞ୍ଜୀକରଣ
Good News for Women in Odisha

Key Points

  • ସୁଭଦ୍ରା ଯୋଜନାରେ ନୂଆ ଆବେଦନ ପାଇଁ ସରକାରଙ୍କ ନିଷ୍ପତ୍ତି
  • ଏପ୍ରିଲ ୧ରୁ ଆରମ୍ଭ ହେବ ନୂତନ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • 'ସୁଭଦ୍ରା ପୋର୍ଟାଲ'ରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ଆବେଦନ ଗ୍ରହଣ
  • ୨୦୨୬ ଏପ୍ରିଲ୍ ୧ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ
ଭୁବନେଶ୍ୱର: ସୁଭଦ୍ରା ଆଶାୟୀଙ୍କ ପାଇଁ ବଡ଼ ଖବର । ଖୁବଶୀଘ୍ର ଆରମ୍ଭ ହେବ ନୂତନ ସୁଭଦ୍ରା ଆବେଦନ । ଖୋଲିବାକୁ ଯାଉଛି ସୁଭଦ୍ରା ପୋର୍ଟାଲ୍ । ନୂତନ ଆବେଦନ ଲାଗି ସୁଭଦ୍ରା ପୋର୍ଟାଲ ଗୋଟିଏ ମାସ ଖୋଲା ରହିବ । ଏହି ଅବଧିରେ ନୂଆ ଆବେଦନକାରୀ ସୁଭଦ୍ରା ଯୋଜନାରେ ଟଙ୍କା ପାଇବା ଲାଗି ଆବେଦନ କରିପାରିବେ ।

ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ ହେଉଛି 'ସୁଭଦ୍ରା ଯୋଜନା' । ଏହି ଯୋଜନା ଅଧୀନରେ ଅଧିକ ସଂଖ୍ୟକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆକାଉଣ୍ଟକୁ ଆସିଲା ସୁଭଦ୍ରା ଟଙ୍କା ଚେକ୍ କରନ୍ତୁ...

ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ, ଆସନ୍ତା ଏପ୍ରିଲ ପହିଲାରୁ ସୁଭଦ୍ରା ପୋର୍ଟାଲରେ ନୂଆ ଆବେଦନ ଗ୍ରହଣ କରାଯିବ । ଏପ୍ରିଲ ୩୦ ଏକ ମାସ ପର୍ଯ୍ୟନ୍ତ 'ସୁଭଦ୍ରା ପୋର୍ଟାଲ' ମାଧ୍ୟମରେ ନୂତନ ଆବେଦନ ଗ୍ରହଣ ହୋଇପାରିବ ।

ଆବେଦନ ପାଇଁ ବୟସ ସୀମା

୨୧ରୁ ୬୦ ବର୍ଷ ବୟସ୍କ ଯୁବତୀ ଓ ମହିଳାମାନେ ସୁଭଦ୍ରା ଲାଗି ଆବେଦନ କରିପାରିବେ । ୨୦୨୬ ଏପ୍ରିଲ୍ ୧ ତାରିଖ ସୁଦ୍ଧା ଯେଉଁମାନଙ୍କ ବୟସ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ସେମାନେ ସୁଭଦ୍ରା ଲାଗି ଆବେଦନ କରିପାରିବେ ।

ସୁଭଦ୍ରାରେ ଆର୍ଥିକ ସହାୟତା

ଯୋଗ୍ୟ ବିବେଚିତ ସୁଭଦ୍ରା ହିତାଧିକାରୀମାନଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ହୋଲି ଓ ରାକ୍ଷୀ ପୂର୍ଣ୍ଣିମାରେ ଆକାଉଣ୍ଟକୁ ଆସିବ ଟଙ୍କା ।

ସୁଭଦ୍ରା ଆବେଦନ ପ୍ରକ୍ରିୟା ଓ ସର୍ତ୍ତାବଳୀ

କେଉଁମାନେ ଆବେଦନ କରିପାରିବେ: ସୁଭଦ୍ରା ଯୋଜନା ପାଇଁ ଆବେଦନ କରିନଥିବା ମହିଳାମାନେ ହିଁ ଏହି ସମୟସୀମା ମଧ୍ୟରେ ନୂତନ ଭାବେ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବ ନାହିଁ ।

କେଉଁଠି କରିବେ ଆବେଦନ: ନୂତନ ଆବେଦନଗୁଡ଼ିକ ସାଧାରଣ ସେବା କେନ୍ଦ୍ର (CSC) ଏବଂ ଆମ ସେବା କେନ୍ଦ୍ର (ASK) ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ ।

ଏଥିସହ ପଢ଼ନ୍ତୁ: “ସୁଭଦ୍ରା ଶକ୍ତି ସମ୍ବାଦ” ନାମରେ ନୂଆ ଯୋଜନା, ମହିଳାଙ୍କ ଖାତାକୁ ଯିବ ଏତିକି କୋଟି ?

କେଉଠି ମିଳିବ ଫର୍ମ: ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର (AWC) ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଉପଲବ୍ଧ ।

ସୁଭଦ୍ରା ଯୋଜନା ହେଉଛି ରାଜ୍ୟର ମହିଳାମାନଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ । ଏଥିରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡ଼ନ୍ତି, ସେଥିପାଇଁ ସରକାର ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Yojana: ଆପଣଙ୍କୁ ଏଯାଏଁ ମିଳିନି କି ସୁଭଦ୍ରା ଟଙ୍କା ? ଏପ୍ରିଲ ୧ରୁ ଆରମ୍ଭ ହେବ ନୂଆ ପଞ୍ଜୀକରଣ | Argus News