Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖୁସି ଖବର; କାଲି 'ସୁଭଦ୍ରା' ଆଶାୟୀଙ୍କୁ ମିଳିବ ଟଙ୍କା

Odisha

Subhadra Yojana / ଖୁସି ଖବର; କାଲି 'ସୁଭଦ୍ରା' ଆଶାୟୀଙ୍କୁ ମିଳିବ ଟଙ୍କା

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଖୁସି ଖବର; କାଲି 'ସୁଭଦ୍ରା' ଆଶାୟୀଙ୍କୁ ମିଳିବ ଟଙ୍କା
Big Update on Subhadra Scheme

Key Points

ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଆସନ୍ତାକାଲି ମିଳିବ ସୁଭଦ୍ରା ସହାୟତା । ସୁଭଦ୍ରା ଯୋଜନାରୁ ବଞ୍ଚିତ ୧ ଲକ୍ଷ ୨୩ ହଜାର ୮୪୯ ଜଣ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' କିସ୍ତି ।
ଭୁବନେଶ୍ଵର: ସୁଭଦ୍ରା ଆଶାୟୀଙ୍କ ଲାଗି ଆସିଲା ଖୁସି ଖବର । ମେ ୪, ସୋମବାର ମିଳିବ ସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଆସନ୍ତାକାଲି ମିଳିବ ସୁଭଦ୍ରା ସହାୟତା । ସୁଭଦ୍ରା ଯୋଜନାରୁ ବଞ୍ଚିତ ୧ ଲକ୍ଷ ୨୩ ହଜାର ୮୪୯ ଜଣ ହିତାଧିକାରୀଙ୍କୁ ମିଳିବ 'ସୁଭଦ୍ରା' କିସ୍ତି ।

ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲେଖିଛନ୍ତି, "ଯେଉଁମାନେ ସୁଭଦ୍ରା ଆବେଦନ କରି କୌଣସି କାରଣରୁ ଯୋଜନାରେ ସାମିଲ୍ ହୋଇ ନଥିଲେ । ଏବେ ସେମାନଙ୍କୁ 'ସୁଭଦ୍ରା' ସହାୟତା ପ୍ରଦାନ କରାଯିବ ।"

ଏଥିସହ ପଢ଼ନ୍ତୁ: ସୁଭଦ୍ରା ଆଶାୟୀଙ୍କ ପାଇଁ ଖୁସି ଖବର; ମେ ୪ରେ ମିଳିବ ଟଙ୍କା 

ଏହା ପୂର୍ବରୁ ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଦେଇଥିଲେ ରାଜ୍ୟ ସରକାର । ୧ କୋଟି ୨ ଲକ୍ଷ ୧୨ ହଜାର ୬୬୫ ଜଣ ହିତାଧିକାରୀଙ୍କୁ ମିଳିଥିଲା ସୁଭଦ୍ରା ସହାୟତା । ପୁରୀ ତାଳବଣିଆରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅନଲାଇନ୍‌ ଡିବିଟି ଜରିଆରେ ଟଙ୍କା ଟ୍ରାନ୍ସଫର ହୋଇଥିଲା ।

ଅନ୍ତର୍ଜାତୀୟ ମହିଳା ଦିବସରେ ୨ ଲକ୍ଷ ୧୩ ହଜାର ୧୯୮ ଜଣ ନୂତନ ହିତାଧିକାରୀ ସୁଭଦ୍ରା ଟଙ୍କା ମିଳିଥିଲା । ଏହା ବାଦ୍ ଅଭିଯୋଗ ପୋର୍ଟାଲରେ ଆସିଥିବା ଅଭିଯୋଗରୁ ୩୬ ହଜାର ୩୮୫ ଜଣ ବି ଯୋଜନାର ଲାଭ ପାଇଥିଲେ ।

୨୦୨୪, ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ଆରମ୍ଭ ହୋଇଥିଲା । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିବା ପରେ ଫ୍ଲାଗସିପ୍ ଯୋଜନା ସୁଭଦ୍ରାର ଶୁଭାରମ୍ଭ କରାଯାଇଥିଲା । ରାଜ୍ୟର ୧ କୋଟିରୁ ଅଧିକ ମହିଳାଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏଭଳି ଯୋଜନା ହାତକୁ ନେଇଥିଲେ ରାଜ୍ୟର ମୋହନ ମାଝୀ ସରକାର ।

ସୁଭଦ୍ରା ବଢ଼ାଉଛି ସଞ୍ଚୟ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ)ର ଗବେଷଣା ଶାଖା ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ‘ସୁଭଦ୍ରା’ ଯୋଜନା ହିତାଧିକାରୀଙ୍କ ସଞ୍ଚୟରେ ୪୫ ପ୍ରତିଶତ ବୃଦ୍ଧି ହୋଇଛି। ହିତାଧିକାରୀ ମାନଙ୍କ ବ୍ୟୟରେ ମଧ୍ୟ ୨୮ ପ୍ରତି ପ୍ରତିଶତର ବୃଦ୍ଧି ହୋଇଛି ।

ଓଡ଼ିଶାର ପ୍ରମୁଖ ସୁଭଦ୍ରା ଯୋଜନା ଆର୍ଥିକ ସୁରକ୍ଷା ଓ ଅର୍ଥନୈତିକ ଅଂଶଗ୍ରହଣ ବଢ଼ାଇ ଲୋକଙ୍କ ଜୀବନରେ ରୂପାନ୍ତରଣ ଆଣୁଛି । ରିପୋର୍ଟରେ ‘ସୁଭଦ୍ରା’ ହିତାଧିକାରୀ ଓ ଅନ୍ୟ ମହିଳାମାନଙ୍କ ସଞ୍ଚୟ ଓ ବ୍ୟୟ ମଧ୍ୟରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରାଯାଇଛି ।

ଯୋଜନାରେ ସାମିଲ ହୋଇ ନ ଥିବା ମହିଳାଙ୍କ ତୁଳନାରେ ସାମିଲ ହୋଇଥିବା ମହିଳାମାନଙ୍କ ସଞ୍ଚୟ ରାଶି ବୃଦ୍ଧି ପାଇଥିବା ଏଥିରେ କୁହାଯାଇଛି । ଯୋଜନାରେ ସାମିଲ ହେବା ପରଠାରୁ ସେମାନଙ୍କ ବ୍ୟାଙ୍କ ଖାତାର ମାସିକ ବାଲାନ୍ସରେ ୪୫ ପ୍ରତିଶତର ବୃଦ୍ଧି ହୋଇଛି । ଅନ୍ୟ ମହିଳାମାନଙ୍କ ତୁଳନାରେ ହିତାଧିକାରୀଙ୍କ ଆର୍ଥିକ ସ୍ଥିତିରେ ହୋଇଥିବା ଗୁଣାତ୍ମକ ଉନ୍ନତିକୁ ଦର୍ଶାଉଛି ।

ଏଥିସହ ପଢ଼ନ୍ତୁ: ମହିଳାଙ୍କ ସଞ୍ଚୟ ବଢାଇଛି ସୁଭଦ୍ରା, ହିତାଧିକାରୀଙ୍କ ସଞ୍ଚୟ ୪୫ ପ୍ରତିଶତ ବୃଦ୍ଧି

‘ସୁଭଦ୍ରା’ ଯୋଜନାରେ ଥିବା ୪୬ ପ୍ରତିଶତ ହିତାଧିକାରୀଙ୍କ ବୟସ ୩୦ରୁ ୪୪ ବର୍ଷ, ୩୧ ପ୍ରତିଶତଙ୍କ ବୟସ ୪୫ରୁ ୪୯ ବର୍ଷ ଓ ୨୩ ପ୍ରତିଶତ ହିତାଧିକାରୀଙ୍କ ବୟସ ୩୦ ବର୍ଷରୁ କମ୍ ରହିଛି । ‘ସୁଭଦ୍ରା’ ଭଳି ବିନା ସର୍ଭ ଭିତ୍ତକ ନଗଦ ରାଶି ହସ୍ତାନ୍ତର ଯୋଜନା ଏବେ ରାଜ୍ୟଗୁଡ଼ିକର କଲ୍ୟାଣକାରୀ ଯୋଜନାଗୁଡ଼ିକର ହୋଇଛି । ଏଭଳି ଯୋଜନାର ଅର୍ଥନୈତିକ ପ୍ରଭାବ ସୁଦୂର ପ୍ରସାରୀ ରହିଛି ।

ତାହା ମହିଳାମାନଙ୍କୁ ଆବଶ୍ୟକ ଓ ଜରୁରୀକାଳୀନ ଆର୍ଥିକ ସ୍ବାଧୀନତା ପ୍ରଦାନ କରିଥିବା ରିପୋର୍ଟରେ କୁହାଯାଇଛି । ବିଶେଷ କରି ସମାଜର ତଳ ପାହାଚରେ ରହୁଥିବା ୫୦ ପ୍ରତିଶତ ମହିଳାଙ୍କ ପାଇଁ ଏହି ଯୋଜନା ବିଶେଷ ସହାୟକ ହୋଇପାରିଥିବା ରିପୋର୍ଟରେ ଦର୍ଶାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Subhadra Yojana Money to Be Credited Tomorrow: Big Relief for Beneficiaries | Argus News | Argus News