Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଣି ବକ୍ରେଶ୍ୱର ମନ୍ଦିରର ସଂରକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Jitendra Dash
Browse all articles by Jitendra Dash
·2 years ago·1 min read
ବଣି ବକ୍ରେଶ୍ୱର ମନ୍ଦିରର ସଂରକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଅର୍ଗସ ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଆଜି ବଣି ବକ୍ରେଶ୍ୱର ମନ୍ଦିରର ସଂରକ୍ଷଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ଏଏସଆଇ ଅଧିକାରୀ ଡ. ଡି ବି  ଗଡ଼ନାୟକ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ପୁରୀ ଜିଲ୍ଲାର ସଭାପତି ଆଶ୍ରିତ ପଟ୍ଟନାୟକ ଓ ଅନେକ ସମାଜସେବୀ ଉପସ୍ଥିତ ଥିଲେ । 

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଘୋରଡ଼ିଆ ଅଞ୍ଚଳର କୁଆପଦା ଗ୍ରାମରେ ବଣି ବକ୍ରେଶ୍ୱର ମନ୍ଦିର ସ୍ଥିତ ଯାହା ଅନେକ ଦିନ ଧରି ପ୍ରଶାସନିକ ଅବହେଳାର ଶିକାର ହେଉଥିଲା । ଏହି ବିଷୟରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଜାଣିଲା ପରେ ସମ୍ବିତ ପାତ୍ର ସିଧାସଳଖ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡୀଙ୍କୁ ଏହାର ସଂରକ୍ଷଣ ପାଇଁ ଦାବି କରିଥିଲେ ଓ ଏହି ବିଷୟରେ ଆଜି ଏଏସଆଇ ଅଧିକାରୀ ଡ. ଡି ବି  ଗଡ଼ନାୟକ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବଣି ବକ୍ରେଶ୍ୱର କଳିଙ୍ଗ ସ୍ଥାପତ୍ୟ ଶୈଳୀର ଶ୍ରେଷ୍ଠ ନିଦର୍ଶନ ବଣିବକ୍ରେଶ୍ୱର ମହାଦେବ ମନ୍ଦିର ରହିଛି l ଐତିହାସିକଙ୍କ ମତରେ ଏହି ପଶ୍ଚିମମୁଖ ମହାଦେବ ମନ୍ଦିରଟି ଦ୍ୱାଦଶ ଶତାବ୍ଦୀରେ ଗଙ୍ଗବଂଶୀ ଶାସକଙ୍କ ଦ୍ୱାରା ନିର୍ମାଣ ହୋଇଥିଲା l ମନ୍ଦିର ଗର୍ଭଗୃହରେ ବୃତ୍ତାକାର ଯୋନିପୀଠରେ ଅନ୍ତର୍ଭେଦି ଶିବଲିଙ୍ଗ ପ୍ରାଣ ପ୍ରତିଷ୍ଠିତ ହୋଇଥିବାବେଳେ ପାର୍ଶ୍ଵଦେବଦେବୀ ରୂପେ ଗଣେଶ, କାର୍ତ୍ତିକେୟ ଓ ମା’ ପାର୍ବତୀ ପୂଜା ପାଉଛନ୍ତି l ପଞ୍ଚରଥ ଶୈଳୀର ଏହି ମନ୍ଦିରର ବିମାନଟି ରେଖ ବିମାନ ହୋଇଥିବାବେଳେ, ଜଗମୋହନଟି ପୀଢ଼ ଶୈଳୀରେ ନିର୍ମାଣ ହୋଇଛି l ମାତ୍ର ସମ୍ପୂର୍ଣ୍ଣ ମନ୍ଦିରଟି ସୁକ୍ଷ୍ମ କାରୁକାର୍ଯ୍ୟରେ ଭରା l

Sponsored
Submission of claim letter to Union Minister of Culture for preservation of Bani Bakreshwar temple | Argus News