Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଢ଼େଙ୍କାନାଳ ଟାଉନ ପୋଲିସକୁ ସଫଳତା, ବନ୍ଧା ହେଲେ ୭ ଡକାୟତ

Jitendra Dash
Browse all articles by Jitendra Dash
·2 years ago
ଢ଼େଙ୍କାନାଳ ଟାଉନ ପୋଲିସକୁ ସଫଳତା, ବନ୍ଧା ହେଲେ ୭ ଡକାୟତ

ଅର୍ଗସ ବ୍ୟୁରୋ : ଢ଼େଙ୍କାନାଳ ଟାଉନ ପୋଲିସକୁ ସଫଳତା । ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି ପୋଲିସ । ଗତମାସ ୩୦ ତାରିଖରେ କଲେଜ ବାଇପାସ୍ ନିକଟ ଇଲେକ୍ଟ୍ରି ଅଫିସରୁ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ ଅଭିଯୋଗରେ ୭ଜଣ ଦୁର୍ବୃତ ଗିରଫ ହୋଇଛନ୍ତି । ସମସ୍ତ ଅଭିଯୁକ୍ତ ଅନୁଗୁଳ ଜିଲ୍ଲାର ହୋଇଥିବା ଜଣାପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସେମାନଙ୍କ ଠାରୁ ଗୋଟିଏ ଇଟାଲୀ ମେଡ ବନ୍ଧୁକ, ତିନୋଟି ମୋବାଇଲ ଫୋନ୍, ବୋଲୋରୋ ଏବଂ ୫୫ ହଜାର ଟଙ୍କା ଜବତ ହୋଇଛି । ଏହି ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ମଧ୍ୟ ମାମଲା ରହିଛି । ଏମାନେ ବିଶେଷ ଭାବରେ ଫାଇନାନ୍ସ କର୍ମଚାରୀ ଓ ଗୋଟିକିଆ ଘର ଦେଖି ଡକାୟତ କରିଥାନ୍ତି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Success to Dhenkanal Town Police | Argus News