Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ର

Odisha

କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ର

Jitendra Dash
Browse all articles by Jitendra Dash
·2 years ago·1 min read
କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ର

ଅର୍ଗସ ବ୍ୟୁରୋ : ପେଟ୍ରୋଲ ଢ଼ାଳି ବିଜେବି କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ର । ଘଟଣାକୁ ନେଇ ବିଜେବି କଲେଜରେ ଉତେଜନା । କଲେଜ ଅଧ୍ୟକ୍ଷାଙ୍କୁ ବିରୋଧ କରି କଲେଜ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସାଙ୍ଗକୁ ନାରାବାଜି । 

ଛାତ୍ରଛାତ୍ରୀଙ୍କ ଅଭିଯୋଗ, କଲେଜ ଅଧ୍ୟକ୍ଷା କଲେଜର ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଖାଲି କାଗଜରେ ଦସ୍ତଖତ ନେଉଥିବାବେଳେ ସମସ୍ୟାର ସମାଧାନ କରୁନାହାନ୍ତି ଅଧ୍ୟକ୍ଷା। ଛାତ୍ରଛାତ୍ରୀଙ୍କର ବିଭିନ୍ନ ସମସ୍ୟା ଶୁଣୁ ନାହାଁନ୍ତି ଅଧ୍ୟକ୍ଷା । ଯଦି କେହି ଛାତ୍ରଛାତ୍ରୀ ନିଜର ସମସ୍ୟା ନେଇ ଅଧ୍ୟକ୍ଷଙ୍କ ପାଖକୁ ଯାଉଛନ୍ତି ତେବେ ଅଧ୍ୟକ୍ଷା  ଛାତ୍ରଛାତ୍ରୀଙ୍କୁ ଏକ୍ସଫେଲ୍ କରିଦେବା ନେଇ ଧମକ ଦେଉଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ନୂଆ ଓ ରେ ସ୍କୋଲାର୍ଶ୍ଚିପ୍ ଦିଆ ଯାଉନଥିବ ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।  ସେପଟେ ଏହି ସବୁ ଅଭିଯୋଗକୁ ମିଥ୍ୟା ବୋଲି  କହିଛନ୍ତି ଅଧ୍ୟକ୍ଷା। କିଛି ମୁଷ୍ଟିମୟ ଛାତ୍ରଛାତ୍ରୀ ପିଲାଙ୍କୁ ଉସ୍କେଇ ସେହିଭଳି କରୁଥିବା କହିଛନ୍ତି ଅଧ୍ୟକ୍ଷା।

Painting
Sponsored
Suicide attempt by BJP college student by pouring petrol | Argus News