|
logo
Live

Argus News - ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦେଖଣାହାରୀ ସାଜିଲେ ପୋଲିସ ଓ ଓକିଲ

Odisha

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦେଖଣାହାରୀ ସାଜିଲେ ପୋଲିସ ଓ ଓକିଲ

Jitendra Dash
Browse all articles by Jitendra Dash
·1 year ago
ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦେଖଣାହାରୀ ସାଜିଲେ ପୋଲିସ ଓ ଓକିଲ

ଅର୍ଗସ ବ୍ୟୁରୋ : ଝାରସୁଗୁଡାରେ ଜିଲ୍ଲା କୋର୍ଟ ପରିସରରେ ଜଣେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ । କୋର୍ଟ ପରିସରର ଦୁଇ ମହଲା ଉପରୁ ଡେଉଁଥିବା ବେଳେ ଦେଖଣାହାରି ସାଜିଲେ ପୋଲିସ ଏବଂ ଓକିଲ । ଆଜି ଜିଲ୍ଲା କୋର୍ଟରେ ଶୁଣାଣି ପାଇଁ ଜେଲରୁ ଅଭିଯୁକ୍ତଙ୍କୁ କୋର୍ଟକୁ ଅଣା ଯାଇଥିଲା । ପୋଲିସର ଉପସ୍ଥିତିରେ କୋର୍ଟର ଦୁଇ ମହଲା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛି ଅଭିଯୁକ୍ତ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

କଏଦୀଙ୍କ କହିବା ଅନୁସାରେ ସେ ନିର୍ଦ୍ଦୋଶ ଏବଂ ତାଙ୍କୁ ଜାଣିଶୁଣି ଫସାଇ ଦିଆଯାଇଛି । ଆତ୍ମହତ୍ୟା ଉଦ୍ୟମ କରିଥିବା କଏଦୀ ଜଣକ ବେଲପାହାଡ଼ ଅଞ୍ଚଳର ଏବଂ ସେ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଅଛନ୍ତି । ଡେଇଁବା ପରେ ପୋଲିସ ଅଭିଯୁକ୍ତଙ୍କୁ କାବୁ କରିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଚିକିତ୍ସା କରିବା ସହିତ ଗୋଡ଼ ଭାଙ୍ଗି ଯାଇ ଥିବାରୁ ତାଙ୍କୁ ଚିକିତ୍ସା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଦେଖଣାହାରୀ ସାଜିଲେ ପୋଲିସ ଓ ଓକିଲ | Argus News