Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sujata Joins BJD / ପଛରେ ରହିବେ ପାଣ୍ଡିଆନ, ଆଗକୁ ଆସିଲେ ସୁଜାତା

Sushanta Sahoo
Browse all articles by Sushanta Sahoo
·2 weeks ago·2 min read
ପଛରେ ରହିବେ ପାଣ୍ଡିଆନ, ଆଗକୁ ଆସିଲେ ସୁଜାତା
Sujata Raut's Entry Sparks Fresh Pandian Debate

Key Points

ବିଜେଡିରେ ବିଧିବଦ୍ଧ ସାମିଲ ହେଲେ ସୁଜାତା । ହେଲେ ନ ଥିଲେ ବହୁ ବରିଷ୍ଠ ନେତା । ଯେମିତି ପାଣ୍ଡିଆନ ସାଧାରଣ କର୍ମୀ ଭାବରେ ଯୋଗ ଦେଇଥିଲେ । ବିଜେଡିରେ ଠିକ୍ ସେମିତି ସୁଜାତା ମଧ୍ୟ ସାଧାରଣ କର୍ମୀ ଭାବେ ଯୋଗ ଦେଇଛନ୍ତି ।
ଭୁବନେଶ୍ଵର: ଶେଷରେ ବିଜେଡି କମାଣ୍ଡ ହାତେଇବାରେ ଭୈରବ ପାଣ୍ଡିଆନ୍ ସଫଳ ହୋଇଛନ୍ତି । ପ୍ରତ୍ୟକ୍ଷରେ ନ ହେଲେ ବି ଏବେ ପରୋକ୍ଷରେ ସେ ହିଁ କରିବେ ରାଜ୍ । ଆଜି ବିଜେଡିରେ ବିଧିବଦ୍ଧ ସାମିଲ ହେଲେ ସୁଜାତା । ହେଲେ ନ ଥିଲେ ବହୁ ବରିଷ୍ଠ ନେତା । ଯେମିତି ପାଣ୍ଡିଆନ ସାଧାରଣ କର୍ମୀ ଭାବରେ ଯୋଗ ଦେଇଥିଲେ ।

ବିଜେଡିରେ ଠିକ୍ ସେମିତି ସୁଜାତା ମଧ୍ୟ ସାଧାରଣ କର୍ମୀ ଭାବେ ଯୋଗ ଦେଇଛନ୍ତି । ତେବେ ପାଣ୍ଡିଆନ ସାଧାରଣ କର୍ମୀ ଥାଇ ଯେମିତି ମଙ୍ଗ ଧରିଥିଲେ ସୁଜାତା ମଧ୍ୟ ଦଳର ମଙ୍ଗୁଆଳ ସାଜିବେ । ଏବେ ପ୍ରଶ୍ନ ତାଙ୍କୁ କିଏ ଗ୍ରହଣ କରିବ ଓ କିଏ କରିବ ବିରୋଧ ।

ଏଥିସହ ପଢ଼ନ୍ତୁ: ସୁଜାତାଙ୍କୁ ପାଛୋଟିବାକୁ ଆସିଲେନି ବରିଷ୍ଠ 

ବିଜେଡି ରାଜନୀତିକୁ ନିଜ କବଜାରେ ରଖିବାକୁ ଶେଷରେ ସୁଜାତାଙ୍କୁ ମୈଦାନକୁ ଓହ୍ଲାଇଲେ ପାଣ୍ଡିଆନ । ନବୀନ ନିବାସରେ କାର୍ତ୍ତିକ ପୂର୍ଣିମାରେ ମିଶିଥିଲେ ପାଣ୍ଡିଆନ, ଶଙ୍ଖ ଭବନରେ ରୁକ୍ମଣୀ ଏକାଦଶୀରେ ଶଙ୍ଖ ଫୁଙ୍କିଲେ ସୁଜାତା । ଉତ୍ତରୀୟ ପିନ୍ଧାଇ ସୁଜାତାଙ୍କୁ ସ୍ୱାଗତ କଲେ ଦଳର ସୁପ୍ରିମୋ । ଉପସ୍ଥିତ ଥିଲେ ଦଳର କିଛି ବରିଷ୍ଠ ନେତା, ବିଧାୟକ ଏବଂ ସାଂସଦ ।

ରୋଚକ କଥା ହେଲା ହଠାତ ସୁଜାତାଙ୍କ ନାମରୁ କାର୍ତ୍ତିକେୟନ ସାଙ୍ଗିଆକୁ ବାଦ ଦେଇ କେବଳ ସୁଜାତା ରାଉତ ବୋଲି ସମ୍ବୋଧନ କରିଥିଲେ ନବୀନ । ନବୀନ କହିଥିଲେ, "ସୁଜାତା ଜଣେ କର୍ମୀ ହିସାବରେ ବିଜେଡିରେ ମିଶିଲେ । ଆଗକୁ ୨୦୨୯ ନିର୍ବାଚନ ମୋ ନେତୃତ୍ୱରେ ଲଢ଼ିବ ବିଜେଡି ।" ସୁଜାତା କହିଥିଲେ, "ପୁଣି ଥରେ ନବୀନଙ୍କ ନେତୃତ୍ୱରେ ଜନ ସେବାର ସୁଯୋଗ ମିଳିଲା । ଯାହା ଦାୟିତ୍ୱ ମିଳିବ ନିଷ୍ଠାର ସହ କରିବି ।"

ସୁଜାତାଙ୍କୁ ପାଛୋଟିବାକୁ ଆସିଲେନି ବରିଷ୍ଠ

ଶଙ୍ଖ ଭବନରେ ହେଲା ଭବ୍ୟ ଆୟୋଜନ । ହେଲେ ଆସିଲେ ନାହିଁ ବରିଷ୍ଠ ନେତା । ୨୦୨୩ରେ ଭୈରବ ପାଣ୍ଡିଆନଙ୍କୁ ବିଜେଡି ବ୍ୟାଚ ପିନ୍ଧେଇ ସ୍ୱାଗତ କରିଥିବା ହେଭିୱେଟ ପ୍ରଣବ ପ୍ରକାଶ ଦାସ କିନ୍ତୁ ସୁଜାତାଙ୍କ ମିଶ୍ରଣ ପର୍ବରେ ଥିଲେ ଅନୁପସ୍ଥିତ ।

ସେହିଭଳି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ପାତ୍ରଙ୍କ ସମେତ ପୂର୍ବତନ ମନ୍ତ୍ରୀ ଶଶି ଭୂଷଣ ବେହେରା, ବିକ୍ରମ ଆରୁଖ, ପୂର୍ବତନ ବିଧାୟକ ଭୂପିନ୍ଦିର ସିଂ ଓ ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କୁ ମଧ୍ୟ ଶଙ୍ଖ ଭବନରେ ଦେଖିବାକୁ ମିଳିନଥିଲା ।

ଏଥିସହ ପଢ଼ନ୍ତୁ: ବିଜେଡିରେ ମିଶିଲେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା 

ସୁଜାତାଙ୍କ ଏଣ୍ଟ୍ରି ନେଇ ଅସନ୍ତୁଷ୍ଟ ଅଛନ୍ତି କି ଏହି ବରିଷ୍ଠ ଗୋଷ୍ଠୀ । ବରିଷ୍ଠ ନେତା ନୃସିଂହ ସାହୁ କହିଛନ୍ତି, "ପାଣ୍ଡିଆନ ଥିଲେ ଅଣଓଡ଼ିଆ କିନ୍ତୁ ସୁଜାତା ଓଡ଼ିଆ ଝିଅ । ତେଣୁ ଦଳରେ ସମସ୍ତେ ଗ୍ରହଣ କରିବେ ।"

ଆଜି କାର୍ଯ୍ୟକ୍ରମରେ ସାମ୍ନାକୁ ଆସି ନଥିଲେ ଭୈରବ ପାଣ୍ଡିଆନ୍ । ଯଦିଓ ରାଜନୀତିରୁ ସନ୍ନ୍ୟାସ ନେବା କହିଥିଲେ କିନ୍ତୁ ନବୀନ ନିବାସରେ ଅଛନ୍ତି ବେଶ ସକ୍ରିୟ । ସୁଜାତାଙ୍କୁ ଏଣ୍ଟ୍ରି କରି ନିଜେ ବ୍ୟାକଡୋରରେ ରହି ବିଜେଡି କମାଣ୍ଡ ଧରିବାକୁ ପାଣ୍ଡିଆନ ଷ୍ଟ୍ରାଟେଜି କରିଥିବା କୁହାଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sujata Raut Joins BJD, Is VK Pandian Back in Command? | Argus News | Argus News