Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଜେଡିରେ ମିଶିଲେ ସୁଜାତା, ଶଙ୍ଖ ଭବନକୁ ଆସିଲେନି ବରିଷ୍ଠ ନେତା

Politics

Sujata Karthikeyan BJD / ବିଜେଡିରେ ମିଶିଲେ ସୁଜାତା, ଶଙ୍ଖ ଭବନକୁ ଆସିଲେନି ବରିଷ୍ଠ ନେତା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ବିଜେଡିରେ ମିଶିଲେ ସୁଜାତା, ଶଙ୍ଖ ଭବନକୁ ଆସିଲେନି ବରିଷ୍ଠ ନେତା
Sujata Kartikeyan

Key Points

ସୁଜାତା ବିଜେଡିର ସାମିଲ ଉତ୍ସବକୁ ଆସିଲେନି ପ୍ରମୁଖ ନେତୃବୃନ୍ଦ
ବବି ଦାସ, ପ୍ରସନ୍ନ ଆଚାର୍ଯ୍ୟ, ରାଜା ସ୍ବାଇଁ, ବଦ୍ରି ପାତ୍ର ଆସିଲେନି
ବରିଷ୍ଠ ନେତାଙ୍କ ଅନୁପସ୍ଥିତିକୁ ନେଇ ବିଜେଡି ରାଜନୀତିରେ ଚର୍ଚ୍ଚା
ବିଜେଡିରେ ସାମିଲ ହେଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ । ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଜେଡିରେ ମିଶିଛନ୍ତି ସୁଜାତା । ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଶଙ୍ଖ ଧରିଛନ୍ତି ସୁଜାତା । ସେ ଆଜି ପ୍ରଥମେ ନବୀନ ନିବାସ ଯାଇ ଦଳୀୟ ମୁଖ୍ୟଙ୍କୁ ଭେଟିବା ପରେ ଶଙ୍ଖ ଭବନରେ ପହଞ୍ଚିଥିଲେ ଏବଂ ସେଠାରେ ଦଳୀୟ ଚିହ୍ନ ଧରି ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି ।

ଅଧିକ ପଢ଼ନ୍ତୁ: ବିଜେଡିରେ ମିଶିଲେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା


ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସୁଜାତାଙ୍କ ବିଜେଡିରେ ସାମିଲ ପାଇଁ ଶଙ୍ଖ ଭବନରେ ଏକ ଭବ୍ୟ ଓ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା । କିନ୍ତୁ ଏହି ମିଶ୍ରଣ ପର୍ବକୁ ବହୁ ବରିଷ୍ଠ ବିଜେଡି ନେତା ଆସିନଥିଲେ । ଏମିତିକି ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଅନୁପସ୍ଥିତ ରହିଥିଲେ । ଦିନେ ବିଜେଡି ଦଳର ଦ୍ବିତୀୟ କ୍ଷମତା କେନ୍ଦ୍ର ଥିବା ବବି ଦାସ ଏବେ ଦଳ ପାଇଁ ହେଲେ କି ଅଲୋଡା ? ଯାହାକୁ ନେଇ ବିଜେଡି ରାଜନୀତିରେ ଚର୍ଚ୍ଚା ବଢିଛି । ତେବେ କେବଳ ବବି ଦାସ ନୁହଁନ୍ତି ଏହାସହ ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରସନ୍ନ ଆଚାର୍ଯ୍ୟ, ବିକ୍ରମ ଆରୁଖ ଓ ଭୂପିନ୍ଦର ସିଂଙ୍କ ଭଳି ବରିଷ୍ଠ ନେତା ଏହି ମିଶ୍ରଣ ପର୍ବରୁ ଆସିଥିଲେ । ତେବେ ଦଳ କହିଛି କାହାର କ'ଣ ବ୍ୟକ୍ତିଗତ କାର୍ଯ୍ୟ ଥିବ ଆସିନଥିବୋ । ବବି ଦାସ ରାଜ୍ୟ ବାହାରେ ଥିବା କଥା କହିଛନ୍ତି ପ୍ରତାପ ଜେନା ।

ସେପଟେ ମିଶ୍ରଣ ପର୍ବକୁ ନେଇ ବରିଷ୍ଠ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ମୋତେ କେହି ଡାକି ନାହାନ୍ତି, ଏ ନେଇ ମୁଁ କିଛି ବି ଜାଣିନି । ଆଗାମୀ ଦିନରେ ଦଳର ଲାଭ ହେବ କି କ୍ଷତି ହେବ ସମୟ କହିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତାଙ୍କ ଅନୁପସ୍ଥିତିକୁ ନେଇ ନାନା ଚର୍ଚ୍ଚା ସୃଷ୍ଟି ହେଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored