Videos
|
Politics

Sujata joins BJD / ବିଜେଡିରେ ମିଶିଲେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା

Santosh Kumar Sahoo
Browse all articles by Santosh Kumar Sahoo
·1 month ago·1 min read
ବିଜେଡିରେ ମିଶିଲେ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା
Sujata joins BJD

Key Points

ବିଜେଡିରେ ସାମିଲ ହେଲେ ସୁଜାତା କାର୍ତ୍ତିକେୟନ
ଶଙ୍ଖ ଧରିଲେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା
ବିଜେଡିରେ ସାମିଲ ହେଲେ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ । ଶଙ୍ଖ ଭବନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । କିଛି ସମୟ ପୂର୍ବରୁ ସୁଜାତା ଶଙ୍ଖ ଭବନରେ ପହଞ୍ଚିଥିଲେ । ଗତ କିଛି ଦିନ ହେବ ସୁଜାତା କାର୍ତ୍ତିକେୟନ ବିଜେଡିରେ ସାମିଲ ହେବେ ବୋଲି ବେଶ୍ ଚର୍ଚ୍ଚା ହେଉଥିଲା । ଆଉ ଏହି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ବିଜେଡିରେ ସାମିଲ ହୋଇଛନ୍ତି ସୁଜାତା ।

ଅଧିକ ପଢ଼ନ୍ତୁ: ଶଙ୍ଖ ଭବନରେ ପହଞ୍ଚିଲେ ସୁଜାତା, ଆଉ କିଛି ସମୟ ପରେ ମିଶିବେ ବିଜେଡିରେ


ସେପଟେ ବିଜେଡିରେ ସୁଜାତା ମିଶିବା ପରେ ତାଙ୍କୁ ସ୍ବାଗତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୁଜାତା ଜଣେ ସାଧାରଣ କର୍ମୀ ଭାବେ ଦଳରେ ମିଶିଲେ ବୋଲି ସେ କହିଛନ୍ତି । ସେହିପରି ଦଳର ନେତୃତ୍ବ ନେଇ ନବୀନ ବଡ଼ ବୟାନ ଦେଇଛନ୍ତି । ନବୀନ କହିଛନ୍ତି, ମୋ ନେତୃତ୍ବରେ ହିଁ ବିଜେଡି ପରବର୍ତ୍ତୀ ନିର୍ବାଚନ ଲଢ଼ିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
VK Pandian’s Wife Sujata Kartikeyan Joins BJD | Argus News