Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ

Odisha

ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ

Jitendra Dash
Browse all articles by Jitendra Dash
·2 years ago·1 min read
ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ

ଅର୍ଗସ ବ୍ୟୁରୋ : ଡହଡହ ଖରା ସାଙ୍ଗକୁ ଅସହ୍ୟ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ । ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୪୦ ଛୁଇଁଲା ପାରଦ । ଆସନ୍ତାକାଲି ଠାରୁ ଅନୁଭୂତ ହେବ ଉଷ୍ମରାତ୍ରୀ । ଆଗାମୀ ୨ ଦିନ ୨-୪ ଡିଗ୍ରୀ ବଢିବ ତାପମାତ୍ରା । ଏପ୍ରିଲ ୪ରୁ ୬ ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଗମୀ ୨ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୨-୪ ଡିଗ୍ରୀ ବଢିବାର ସମ୍ଭାବନା ରହିଛି l ବିଶେଷ କରି ଆଭ୍ୟନ୍ତରିଣ ଓ ଉପକୂଳ ଓଡ଼ିଶାରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ । 

ଆଜି ଦିନ ୨ଟା ୩୦ସୁଦ୍ଧା  ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା  ତାପମାତ୍ରା- ଚାନ୍ଦବାଲିରେ ସର୍ବାଧିକ ୩୯.୬, ଭୁବନେଶ୍ବରରେ ୩୯.୪, ଝାରସୁଗୁଡାରେ ୩୯, ବାଲେଶ୍ୱରର ୩୮.୫, ସମ୍ବଲପୁରରେ ୩୮.୫, ହୀରାକୁଦରେ ୩୮.୫, କେନ୍ଦୁଝରରେ ୩୭.୮, ରାଉରକେଲାରେ ୩୮.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାାଯାଇଛି ।  

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ସିଝୁଛି ଓଡ଼ିଶା । ହଠାତ୍ ତାପମାତ୍ରା ବୃଦ୍ଧି ଜନବଜୀବନକୁ ଅସ୍ତବ୍ୟସ୍ତ କରୁଛି । ପ୍ରଚଣ୍ଡ ଖରା ଏବେ ଜନ ସାଧାରଣ ଙ୍କ ପାଇଁ ଦାଉ ସାଜ୍ଜିଲାଣି । ଭୁବନେଶ୍ବର ପରି କଟକରେ ଅସହ୍ୟ ହେବାରେ ଲାଗିଛି ତାତି । ଦିନ ୧୦ଟା ହେଉ ହେଉ ବଢୁଛି ପାରଦ । ଫଳରେ ଦିନ ସମୟରେ ଘରରୁ ବାହାରିବା ମୁସ୍କିଲ ହୋଇପଡୁଛି । ତାତି ଏତେ ଜୋରରେ ବଢୁଛି, ହେଲେ କଟକ ମହାନଗର ନିଗମ ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଜଳଛତ୍ର ଖୋଲି ନାହିଁ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

Painting
Sponsored
summer weather update | Argus News