Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sunya Ganthi / ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି
Sunya Ganthi

Key Points

ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି
ଧ୍ୱଜା ପରିବର୍ତ୍ତନ ହେବା ପୂର୍ବରୁ ପଡ଼ିଥିଲା ଗଣ୍ଠି
ଶ୍ରୀମନ୍ଦିର ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି । ଆଜି ଘଡଘଡ଼ି ସହ ବର୍ଷା ଲାଗି ରହିଥିବା ବେଳେ ପ୍ରବଳ ପବନ ମଧ୍ୟ ବହୁଛି । ତେବେ ଧ୍ୱଜା ପରିବର୍ତ୍ତନ ହେବା ପୂର୍ବରୁ ପତିତପାବନ ବାନାରେ ଏହି ଶୂନ୍ୟ ଗଣ୍ଠି ଦେଖିବାକୁ ମିଳିଛି । ତେବେ ଧ୍ୱଜା ପରିବର୍ତ୍ତନ ହେବା ପୂର୍ବରୁ ପତିତପାବନ ବନାରେ ଏହି ଶୂନ୍ୟ ଗଣ୍ଠି ଦେଖିବାକୁ ମିଳିଛି । ଶୂନ୍ୟରେ ବାନା ଗୁଡ଼ାଇ ହୋଇ ଗଣ୍ଠି ପଡ଼ିଥିବା ଦେଖିଥିଲେ, ଯାହାକି ଅତ୍ୟନ୍ତ ବିରଳ ଘଟଣା ଓ ଶୁଭ ବୋଲି ବିଚାର କରାଯାଏ ।

ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥା’ନ୍ତି ଏବଂ ଏହି ଗଣ୍ଠି (ଶୂନ୍ୟ ଗଣ୍ଠି) ପଡ଼ିଥାଏ । ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ଯେ କିଛି ବୁଝି ହୁଏ ନାହିଁ । ଯେତେବେଳଜ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ଲଗାଯାଉଥିଲା ସେତେବେଳେ ଅନେକ ସମୟରେ ଶୂନ୍ୟ ଗଣ୍ଠି ପଡୁଥିଲା । କିନ୍ତୁ ଯେବେଠାରୁ ୧୪ହାତିଆ ବାନା ଲାଗୁଛି ଶୂନ୍ୟ ଗଣ୍ଠି ସମୟ ସମୟରେ ଦେଖିବାକୁ ମିଳୁଛି ।

ପଢନ୍ତୁ ଏହି ଖବର: ନୂତନ ଅବକାରୀ ନୀତିରେ ଶ୍ରୀକ୍ଷେତ୍ର ମର୍ଯ୍ୟାଦା ଓ ଗାରିମା ଅକ୍ଷୁର୍ଣ୍ଣ ରଖିବାକୁ ଗୁରୁତ୍ୱ

ଯଦି ନୀଳଚକ୍ରରେ ଅତ୍ୟଧିକ ବାନା ବନ୍ଧା ହୋଇଥାଏ, ତା’ହେଲେ ପ୍ରବଳ ପବନ କିମ୍ବା ଝଡ଼ବର୍ଷା ହେଲେ ସେଗୁଡ଼ିକ ପରସ୍ପର ମଧ୍ୟରେ ଛନ୍ଦି ହୋଇଥା’ନ୍ତି ଏବଂ ଶୂନ୍ୟ ଗଣ୍ଠି ପଡ଼ିଥାଏ । ବାନା ଗୁଡ଼ିକ ପରସ୍ପର ମଧ୍ୟ ବାଡ଼େଇ ହୋଇ କେଉଁଠି କେମିତି ସବୁ ଗଣ୍ଠି ପଡ଼ିଥାଏ ଯେ କିଛି ବୁଝି ହୁଏ ନାହିଁ । ବିଶ୍ଵାସ ରହିଛି ଯେ ଶୂନ୍ୟଗଣ୍ଠି ଘରେ ରଖିଲେ ସମସ୍ତ ପ୍ରକାରର ବ୍ୟାଧିରୁ ମୁକ୍ତ ମିଳିଥାଏ । ବିପଦ ଆପଦ ଦୂର ହୋଇଥାଏ ବୋଲି ଚୂନରା ସେବକମାନେ କୁହନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sunya Ganthi Appears on Puri Jagannath Temple’s Patitapabana Bana | Argus News