Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁଣି ଥରେ ବିବାଦ ଘେରରେ ସୁର ରାଉତରାୟ

Odisha

ପୁଣି ଥରେ ବିବାଦ ଘେରରେ ସୁର ରାଉତରାୟ

Jitendra Dash
Browse all articles by Jitendra Dash
·2 years ago·1 min read
ପୁଣି ଥରେ ବିବାଦ ଘେରରେ ସୁର ରାଉତରାୟ

ଅର୍ଗସ ବ୍ୟୁରୋ : ପୁଣି ଥରେ ବିବାଦ ଘେରରେ ସୁର ରାଉତରାୟ । ନିଜ ପୁଅ ପାଇଁ ବିବାଦ ଫସିଲେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ସେପଟେ ସୁରଙ୍କ କାମ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କଲା ରାଜ୍ୟ କଂଗ୍ରେସ । ସୁରଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ସପକ୍ଷରେ ଭୋଟ ମାଗିବାରୁ କଂଗ୍ରେସ ପକ୍ଷରୁ ନୋଟିସ । 

ଭିଡ଼ିଓରେ ଦେଖିବାକୁ ମିଳିଛି କି,  ମୁଁ ସିମ୍ବଲକୁ ଯିବିନି ହେଲେ ଦୁଇଟି ଶଙ୍ଖକୁ ବାଡେଇ ଦିଅ ବୋଲି କହିଛନ୍ତି । ଉତ୍ତର ନିର୍ବାଚନ ମଣ୍ଡଳୀର କୌଣସି ଏକ କାର୍ଯ୍ୟକ୍ରମରେ ବିଜେଡି ବିଧାୟକ ସୁଶାନ୍ତ ରାଉତଙ୍କ ସହ ସୁରଙ୍କ ଭିଡିଓ ଭାଇରଲ ହେବାର ଲାଗିଛି । ଉତ୍ତରରେ ସୁଶାନ୍ତ ଆସିବ ବୋଲି ଲୋକଙ୍କୁ କହୁଛନ୍ତି ସୁର । 

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଜେଡିରୁ ସାଂସଦ ପ୍ରାର୍ଥୀ ହେବା ପରେ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ସୁର । ମନ୍ମଥ ବିଜେଡିରେ ମିଶିବା ଦିନ ସୁରଙ୍କ ଉପସ୍ଥିତି ଓ କିଛି ବୟାନକୁ ନେଇ ସୁରଙ୍କୁ କାରଣ ଦର୍ଶାଅ ନୋଟିସ କରିଛି କଂଗ୍ରେସ । ସେପଟେ ଏନେଇ ସୁରେଶ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ଅନ୍ୟ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ । କିନ୍ତୁ ବାପା-ପୁଅର ସମ୍ପର୍କରେ କଂଗ୍ରେସ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି ମଧ୍ୟ କହିଛନ୍ତି  । 
 

Argus Whatsapp Channel Mobile Top
Sponsored
sura routray viral video | Argus News