Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମାଲକାନଗିରି ଏସପିଙ୍କ ନିକଟରେ ଜଣେ ମହିଳା କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

Odisha

ମାଲକାନଗିରି ଏସପିଙ୍କ ନିକଟରେ ଜଣେ ମହିଳା କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

Jitendra Dash
Browse all articles by Jitendra Dash
·2 years ago
ମାଲକାନଗିରି ଏସପିଙ୍କ ନିକଟରେ ଜଣେ ମହିଳା କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

ଅର୍ଗସ ବ୍ୟୁରୋ : ଲାଲବାହିନୀକୁ ଝଟକା । ମାଲକାନଗିରି ଏସପିଙ୍କ ନିକଟରେ ଜଣେ ମହିଳା କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ରୋଶନୀ ଓରଫ୍ ଉଙ୍ଗୀ ମାଡଭି । ତାଙ୍କ ଘର ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାର ପୁତଦାବରେ । ସେ ୨୦୧୬ରେ ମାସଂଗଠନରେ ଯୋଗ ଦେଇଥିଲେ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଛତିଶଗଡ଼ ଏବଂ ଓଡ଼ିଶାରେ ୨୧ରୁ ଉର୍ଦ୍ଧ୍ବ ହିଂସାକାଣ୍ଡରେ ସାମିଲ ଥିଲେ । ୨୦୧୮ ମାଲକାନଗିରି ଜିଲ୍ଲା ଦଳଦଳି ଏନକାଉଣ୍ଟର୍, ୨୦୧୯ରେ ତେମୁରିପାଲି ପଞ୍ଚାୟତ ଗୃହ ବିସ୍ଫୋରଣ, ୨୦୨୧ରେ ଛତିଶଗଡ଼ ଦରଭା ଗୁଳିକାଣ୍ଡ, ୨୦୨୦ ତୁଳସୀ ଘାଟି ଏନକାଉଣ୍ଟର, ୨୦୨୦ରେ କିରମିତି ଗାଁରେ ଗ୍ରାମବାସୀଙ୍କୁ ମାଡ଼ ଘଟଣାରେ ସାମିଲ ଥିଲେ । ପଥଭ୍ରଷ୍ଟ ଯେଉଁମାନେ ବି ଅଛନ୍ତି ହିଂସାର ମାର୍ଗ ଛାଡି ମୁଖ୍ୟଶ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି ମାଲକାନଗିରି ଏସପି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Surrender of a female cadre militant to Malkangiri SP | Argus News